ବାଘଛାଲ,୨ ଦେଶୀ ବନ୍ଧୁକ ଜବତ: ଜଣେ ଗିରଫ

ମୁନିଗୁଡ଼ା, ୩।୧୦(ରାଧେଶ୍ୟାମ ଅଗ୍ରଓ୍ବାଲ): ରାୟଗଡ଼ା ଜିଲା ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ଜଗଦଳପୁର ଫରେଷ୍ଟ ବିଟ୍‌ ତଥା ଅମ୍ବାଦଳା ଥାନା ଅନ୍ତର୍ଗତ କନ୍ଧମାଳ ସୀମାରେ ଥିବା ବଡ଼ କାନ୍ଦୁଲପଡା ଗ୍ରାମରୁ ପୋଲିସ ଗୋଟିଏ କଲରାପତରିଆ ବାଘଛାଲ, ୨ଦେଶୀ ବନ୍ଧୁକ ଓ କିଛି ବାରୁଦ ପାଉଡର ଜବତ କରିବା ସହ ଜଣେ ଶିକାରୀକୁ ଗିରଫ କରିଛି। ଗିରଫ ଶିକାରୀ ଜଣକ ହେଲେ ବଡ଼ କାନ୍ଦୁଲପଡା ଗ୍ରାମର କୀତାନା ଆନ୍ଦକିଆ (୩୧) l
ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇବା ପରେ ରେଞ୍ଜର ଅନୀଲ କୁମାର ବାଲାଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍‌ ବଡ଼ କାନ୍ଦୁଲପଡା ଗ୍ରାମର କୀତାନା ଆନ୍ଦକିଆଙ୍କ ଘରେ ଚଢ଼ାଉ କରିଥିଲେ l ଚଢ଼ାଉ ସମୟରେ ତାଙ୍କ ଘରୁ କଲରାପତରିଆ ବାଘଛାଲ, ଦୁଇଟି ଦେଶୀ ବନ୍ଧୁକ ଓ କିଛି ବାରୁଦ ପାଉଡର ଜବତ କରିଛି। ଆନ୍ଦକିଆଙ୍କୁ ଗିରଫ କରାଯାଇଥିବା ବେଳେ ସାମନ୍ତ ସିକ୍‌କା ନାମକ ଆଉ ଜଣେ ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଜବତ ବାଘ ଛାଲଟି ଅଣ୍ଡିରା ବାଘ ଓ ଏହାର ଲମ୍ବ ୨୨୦ ସେ.ମି. ଥିବା ବେଳେ ଚଉଡା ୬୦ ସେ.ମି.। ବାଘନଖ ଓ ହାଡ଼ ସେ ବିକ୍ରିକରି ଦେଇଥିବା ଆନ୍ଦକିଆ ସ୍ବୀକାର କରିଛନ୍ତି। ଏ ନେଇ ମୁନିଗୁଡ଼ା ଫରେଷ୍ଟ ଅଫିସରେ କେସ୍‌ ନମ୍ବର ୧୪୪/୨୩ରେ ମାମଲା ରୁଜୁକରି ଅଭିଯୁକ୍ତ ଶିକାରୀ କୀତାନାକୁ କୋର୍ଟ ଚାଲାଣ କରିବା ସହ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ଅଛି ସେନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ମୁନିଗୁଡା ରେଞ୍ଜର ଅନୀଲ କୁମାର ବାଲା କହିଛନ୍ତି l ଚଢ଼ାଉ ସମୟରେ ଅମ୍ବାଦଳା ଫରେଷ୍ଟର ସୁରେଶ ପାତ୍ର, ମୁନିଗୁଡା ଫରେଷ୍ଟର ପ୍ରମୋଦିନୀ ମଣ୍ଡାଙ୍ଗୀ, ରୋନିତ କୁମାର ମହାରଣା, ପ୍ରଳୟ ଦଣ୍ଡସେନା, ଜଗଦଳପୁର ବିଟର ଫରେଷ୍ଟ ଗାର୍ଡ ସୁଭାଷିନୀ ମୂଳିଙ୍କ ସମେତ ୧୦ ଜଣ ୱାଇଡ ଲାଇଫ ସ୍କ୍ବାଡ୍‌ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri