ବାଘଛାଲ,୨ ଦେଶୀ ବନ୍ଧୁକ ଜବତ: ଜଣେ ଗିରଫ

ମୁନିଗୁଡ଼ା, ୩।୧୦(ରାଧେଶ୍ୟାମ ଅଗ୍ରଓ୍ବାଲ): ରାୟଗଡ଼ା ଜିଲା ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ଜଗଦଳପୁର ଫରେଷ୍ଟ ବିଟ୍‌ ତଥା ଅମ୍ବାଦଳା ଥାନା ଅନ୍ତର୍ଗତ କନ୍ଧମାଳ ସୀମାରେ ଥିବା ବଡ଼ କାନ୍ଦୁଲପଡା ଗ୍ରାମରୁ ପୋଲିସ ଗୋଟିଏ କଲରାପତରିଆ ବାଘଛାଲ, ୨ଦେଶୀ ବନ୍ଧୁକ ଓ କିଛି ବାରୁଦ ପାଉଡର ଜବତ କରିବା ସହ ଜଣେ ଶିକାରୀକୁ ଗିରଫ କରିଛି। ଗିରଫ ଶିକାରୀ ଜଣକ ହେଲେ ବଡ଼ କାନ୍ଦୁଲପଡା ଗ୍ରାମର କୀତାନା ଆନ୍ଦକିଆ (୩୧) l
ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇବା ପରେ ରେଞ୍ଜର ଅନୀଲ କୁମାର ବାଲାଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍‌ ବଡ଼ କାନ୍ଦୁଲପଡା ଗ୍ରାମର କୀତାନା ଆନ୍ଦକିଆଙ୍କ ଘରେ ଚଢ଼ାଉ କରିଥିଲେ l ଚଢ଼ାଉ ସମୟରେ ତାଙ୍କ ଘରୁ କଲରାପତରିଆ ବାଘଛାଲ, ଦୁଇଟି ଦେଶୀ ବନ୍ଧୁକ ଓ କିଛି ବାରୁଦ ପାଉଡର ଜବତ କରିଛି। ଆନ୍ଦକିଆଙ୍କୁ ଗିରଫ କରାଯାଇଥିବା ବେଳେ ସାମନ୍ତ ସିକ୍‌କା ନାମକ ଆଉ ଜଣେ ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଜବତ ବାଘ ଛାଲଟି ଅଣ୍ଡିରା ବାଘ ଓ ଏହାର ଲମ୍ବ ୨୨୦ ସେ.ମି. ଥିବା ବେଳେ ଚଉଡା ୬୦ ସେ.ମି.। ବାଘନଖ ଓ ହାଡ଼ ସେ ବିକ୍ରିକରି ଦେଇଥିବା ଆନ୍ଦକିଆ ସ୍ବୀକାର କରିଛନ୍ତି। ଏ ନେଇ ମୁନିଗୁଡ଼ା ଫରେଷ୍ଟ ଅଫିସରେ କେସ୍‌ ନମ୍ବର ୧୪୪/୨୩ରେ ମାମଲା ରୁଜୁକରି ଅଭିଯୁକ୍ତ ଶିକାରୀ କୀତାନାକୁ କୋର୍ଟ ଚାଲାଣ କରିବା ସହ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ଅଛି ସେନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ମୁନିଗୁଡା ରେଞ୍ଜର ଅନୀଲ କୁମାର ବାଲା କହିଛନ୍ତି l ଚଢ଼ାଉ ସମୟରେ ଅମ୍ବାଦଳା ଫରେଷ୍ଟର ସୁରେଶ ପାତ୍ର, ମୁନିଗୁଡା ଫରେଷ୍ଟର ପ୍ରମୋଦିନୀ ମଣ୍ଡାଙ୍ଗୀ, ରୋନିତ କୁମାର ମହାରଣା, ପ୍ରଳୟ ଦଣ୍ଡସେନା, ଜଗଦଳପୁର ବିଟର ଫରେଷ୍ଟ ଗାର୍ଡ ସୁଭାଷିନୀ ମୂଳିଙ୍କ ସମେତ ୧୦ ଜଣ ୱାଇଡ ଲାଇଫ ସ୍କ୍ବାଡ୍‌ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri