ରିଲିଜ୍‌ ପୂର୍ବରୁ ଦରଘାରେ ଷ୍ଟାର୍‌କାଷ୍ଟ

ବଲିଉଡ୍‌ ଷ୍ଟାର୍‌ ଟାଇଗର ଶ୍ରଫ ତାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ହେରୋପନ୍ଥି- ୨’ପାଇଁ ଖୁବ୍‌ ଚର୍ଚ୍ଚାରେ। ଅହମ୍ମଦ ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ୨୯ରେ ରିଲିଜ୍‌ ହେବାକୁ ଯାଉଥିବା ବେଳେ ଏହାର ପ୍ରମୋଶନ ପାଇଁ ସମସ୍ତେ ଲାଗି ପଡିଛନ୍ତି। ବର୍ତ୍ତମାନ ଫିଲ୍ମର ଗୀତଗୁଡ଼ିକ ମଧ୍ୟ ରିଲିଜ୍‌ ହୋଇସାରିଛି । ତେବେ ଫିଲ୍ମର ଷ୍ଟାର୍‌କାଷ୍ଟ ଆଶୀର୍ବାଦ ପାଇବା ପାଇଁ ମୁମ୍ବାଇର ଏକ ଦରଘାରେ ପହଞ୍ଚିଥିବା ଦେଖିବାକୁ ମିଳିଛି। ପରେ ସେ ମୁମ୍ବାଇ ସ୍ଥିତ ବାବୁଲନାତ ମନ୍ଦରକୁ ଯାଇଥିଲେ। ଟାଇଗର ଗୋଲାପୀର କୁର୍ତ୍ତା ପିନ୍ଧିଥିବା ବେଳେ ତାରା ଏକ ଧଳା ଏବଂ ସୁନେଲି ରଙ୍ଗର ସାଲୱାର ଶୁଟ୍‌ ପିନ୍ଧିଥିବାର ନଜର ଆସିଥିଲେ।

Share