ବଳଦ ମାରି ବାଘ ମଲା ,ମାଲିକ ମୁଣ୍ଡରେ ସାଂଘାତିକ ଅଭିଯୋଗ ବୋଳିଥିଲେ…

ବଣାଇଁ,୧୨।୧୨(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡର ତାମଡା ବନାଞ୍ଚଳ କୁସୁମଡ଼ିହି ଖସଡା ଜଙ୍ଗଲରେ ଏକ ମାଇ କଲରାପତ୍ରିଆ ବାଘର ମତ୍ୟୁ ଘଟିଥିବା ଜଣାପଡିଛି । ବାଘଟି ପ୍ରାୟ ୧୨ର ହେବ ବୋଲି ଅନୁମାନ କରାଯାଉଛି। ବିଷକ୍ରିୟା ଯୋଗୁ ବାଘର ମୃତ୍ୟୁ ଘଟିଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରକାଶ ଯେ,  ଗତ କିଛିଦିନ ହେଲା ସମ୍ପୃକ୍ତ ଅଞ୍ଚଳରେ ଉକ୍ତ  ବାଘଟି  ଆତଙ୍କ ସୃଷ୍ଟି କରିଥିଲା। ଗୁରୁବାର ବନବିଭାଗ କୌଣସି ସୂତ୍ରରୁ ଖବର ପାଇବା ପରେ ତଦନ୍ତ କ୍ରମେ ଏକ କଲରାପତ୍ରିଆ ବାଘ ମରିଥିବା ଜାଣିଥିଲା।ବେଶ କିଛିଦିନ ଧରି ବାଘଟି ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରି କିଛିଦିନ ତଳେ ଏକ ବଳଦକୁ ଆକ୍ରମଣ କରି ମାରି ଦେଇଥିଲା। ଅଞ୍ଚଳବାସୀ ଏନେଇ ବାରମ୍ବାର ବନବିଭାଗକୁ ପୂର୍ବରୁ ସୂଚନା ଦେଇ ଥିଲେ ହେଁ ବିଭାଗ ପକ୍ଷରୁ କେବଳ ଟ୍ରାପ କ୍ୟାମେରା ଲଗାଯିବ ବୋଲି କୁହାଯିବା ସହ ଘରୁ ନ ବାହାରିବା ନେଇ ଚେତାବନୀ ଦିଆଯାଇ ନୀରବତା ଅବଲମ୍ବନ କରାଯାଇଥିଲା l ବାଘ ମତ୍ୟୁ ଖବରପାଇ ଗତ ରାତିରୁ ବନବିଭାଗ ତତ୍ପର ହୋଇ ଉଠି  ଘଟଣାସ୍ଥଳକୁ ଯାଇ ମୃତ ବାଘକୁ ଉଦ୍ଧାର ପରେ ବ୍ୟବଚ୍ଛେଦ କରି ହିଂସ୍ର ଜନ୍ତୁ ସଂରକ୍ଷଣ ଆଇନର ଗାଇଡ ଲାଇନ ଅନୁଯାୟୀ ପୋତି ଦିଆଯାଇଥିଲା ।
ବାଘ ଆକ୍ରମଣର ଶିକାର ବଳଦର ମାଲିକ ନୂଆସ ଖେସ ଉତ୍ୟକ୍ତ ହୋଇ ନିଜର ମୃତ ବଳଦ ଶରୀରରେ ବିଷ ପ୍ରଲେପ କରିଥିଲେ ଯାହାକୁ ଖାଇ ବାଘ ମତ୍ୟୁବରଣ କରିଥିଲା। ଆଜି ଘଟଣାସ୍ଥଳକୁ ରାଉରକେଲା ଆର୍‌ସିସିଏଫ୍‌ ପି ରାମସାମୀଙ୍କ ସମେତ ଏକ ତଦନ୍ତକାରୀ ଦଳ ପହଁଞ୍ଚି ତଦନ୍ତ କରିଥିଲେ । ପରେ ଦୁଇଜଣ ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସକ ଘଟଣାସ୍ଥଳରେ ବ୍ୟବଚ୍ଛେଦ କରି ବିଷ କ୍ରିୟା ଯୋଗୁ ବାଘର ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଥିଲେ । ପରେ ବଳଦ ମାଲିକ ନୂଆସ ଖେସକୁ ବନବିଭାଗ ଗିରଫ କରିଛି ଓ ତାଙ୍କ ଠାରୁ ବିଭାଗ ଉପସ୍ଥିତିଙ୍‌ରେ ବୟାନ ରେକର୍ଡ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ବନବିଭାଗକୁ ଲୋକଙ୍କ ଅଭିଯୋଗ ପରେ ବନବିଭାଗର ଅସମର୍ଥତା ହେଉ ଅବା ହେୟ ମନୋଭାବ ପୋଷଣ ହେଉ ବାଘ ମୃତ୍ୟୁର କାରଣ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି। ତାମଡା ବନାଞ୍ଚଳର ତାମଡା ସେକ୍ସନରେ ବନପାଳ ନଥିବା ଓ ଜଣେ ବନରକ୍ଷୀ ଦାୟିତ୍ୱରେ ଥିବା ପ୍ରଶ୍ନକୁ ବନବିଭାଗ ଅଧିକାରୀ ଏଡାଇଜିବା ଘଟଣାକୁ ଅଧିକ ରହସ୍ୟମୟ କରୁଛି । ଦାୟୀ କିଏ ଓ ଦାୟିତ୍ୱ କାହାର ଥିଲା ସେଥିନେଇ ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ସବୁ ଜଣାପଡିବ ବୋଲି ବୁଦ୍ଧିଜୀିବୀ ମହଲ ଦାବି ଜଣାଇଛି ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ

ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍‌ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?