ମିଳିଲା ମହାବଳ ବାଘର ସନ୍ଧାନ

ପାଟଣା,୪।୨(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଧୀନ ଅଟେଇ ସଂରକ୍ଷିତ ଶାଳ ଜଙ୍ଗଲ ଝରଣା ମଧ୍ୟରୁ ଗୁରୁବାର ଏକ ବାର୍‌ହାର ମୃତଦେହ ବନ ବିଭାଗ ଠାବ କରିଥିଲା। ଏପରିକି ମୃତଦେହ ନିକଟରେ ଜଙ୍ଗଲୀ ଜନ୍ତୁର ପାଦଚିହ୍ନ ସ୍ପଷ୍ଟ ହେବା ପରେ ବନ ବିଭାଗ ସକ୍ରୀୟ ହୋଇ ଉଠିଛି।
ପୁଣି ଶନିବାର ବଣମହୁଲଡିହା ଗାଁ ନିକଟ ଅଟେଇ ସଂରକ୍ଷିତ ଜଙ୍ଗଲ ଝରଣା ନିକଟରୁ ସମ୍ପୃକ୍ତ ଜନ୍ତୁର ୬ଟି ପାଦ ଚିହ୍ନ ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଏସିଏଫ ଘନଶ୍ୟାମ ମହାନ୍ତଙ୍କ ନେତୃତ୍ୱରେ ଭୁବନେଶ୍ୱରରୁ ଜଣେ ୱାଇଲ୍ଡ ଲାଇଫ ଏକ୍ସପର୍ଟ, ଡାକ୍ତର, ସାଟେଲାଇଟ ବିଶେଷଜ୍ଞଙ୍କ ସହ ୫ କର୍ମଚାରୀ ପହଞ୍ଚତ୍ ଅଧିକ ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି।
ଅନ୍ୟପକ୍ଷେ ବନ୍ୟଜନ୍ତୁଙ୍କ ଚଳପ୍ରଚଳ, ଗତିବିଧି ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଜଙ୍ଗଲରେ ପର୍ଯ୍ୟାୟକ୍ରମେ ୫୦ଟି ଟ୍ରାପ କ୍ୟାମେରା ଲଗାଯିବ ବୋଲି ଏସିଏଫ୍‌ ଘନଶ୍ୟାମ ମହାନ୍ତ ପ୍ରକାଶ କରିଛନ୍ତି। ଲୋକେ ଭୟଭୀତ ନ ହେବା ପାଇଁ ମହାନ୍ତ ନିବେଦନ କରିବା ସହ ୩୦ବର୍ଷ ଆଗରୁ ଜଙ୍ଗଲରେ ବନ୍ୟଜନ୍ତୁ ରହୁଥିଲେ। ଏବେ ବି ରହୁଛନ୍ତି। ବର୍ତ୍ତମାନ ବନ୍ୟ ପ୍ରାଣୀଙ୍କ ସୁରକ୍ଷା ନେଇ ବନ ବିଭାଗ ଉଦ୍ୟମ କରୁଥିବା କହିଛନ୍ତି। ଏନେଇ ଭୁବନେଶ୍ୱରୁ ଆସିଥିବା ୱାଇଲ୍ଡ ଲାଇଫ ବିଶେଷଜ୍ଞଙ୍କୁ ପଚାରିବାରୁ ପାଦ ଚିହ୍ନରୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ରୟାଲବେଙ୍ଗଲ ଟାଇଗର (ମହାବଳ ବାଘ)ର ଗତିବିଧି ଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପାଟଣା ରେଞ୍ଜର ଘାସିନାଥ ପାତ୍ର, ସାହାରପଡା ବନପାଳ ଭୂପତି ସେଠୀ, ପାଟଣା ବନପାଳ ଚିତ୍ତରଞ୍ଜନ ପରିଡା, ସ୍ପେସିଆଲ ଫରେଷ୍ଟର ପିଅନ ନାଏକ, ଗାର୍ଡ ପ୍ରଯୁକ୍ତା ଜେନାଙ୍କ ସହ ପାରାଷ୍ଟାଫ, ଫାୟାର ଷ୍ଟାଫ ୨୫ ଜଣିଆ ଟିମ୍‌ ସାମିଲ ହୋଇ ବାଘର ସମ୍ଭାବିତ ଚଳପ୍ରଚଳ ଅଞ୍ଚଳରେ ଟ୍ରାପ କ୍ୟାମେରା ଲଗାଇବା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri