ବିଶ୍ୱରଞ୍ଜନଙ୍କୁ ଟିକେଟ, ପଦ୍ମ ଧରିପାରନ୍ତି ସୁନନ୍ଦା

ଯାଜପୁର/ବରୀ(ହର୍ଷବର୍ଦ୍ଧନ ବେହେରା/ମହେନ୍ଦ୍ର ସ୍ବାଇଁ),୨୩ା୪:ଯାଜପୁର ଜିଲାର ବରୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବିଧାୟିକା ସୁନନ୍ଦା ଦାସଙ୍କୁ ବିଜେଡି ବାଦ୍‌ ଦେଇ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି। ଏନେଇ ସୁନନ୍ଦା ଗଭୀର ଅସନ୍ତୋଷ ପ୍ରକାଶ କରିଥିବାବେଳେ ତାଙ୍କ ଆଗାମୀ ପଦକ୍ଷେପ କ’ଣ ରହିବ ତାହାକୁ ନେଇ ସମସ୍ତଙ୍କ ଅପେକ୍ଷା। ତେବେ ଏଠାରେ ମୁଖ୍ୟ ବିରୋଧୀ ଦଳ ଭାଜପା ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ତେଣୁ ସୁନନ୍ଦା ଭାଜପାକୁ ଫେରିପାରନ୍ତି ବୋଲି ଆଲୋଚନା ହେଉଛି।
୨୦୨୨ ଜିଲା ପରିଷଦ ନିର୍ବାଚନରେ ୨୧ ଓ ୨୪ ନମ୍ବର ଜୋନ୍‌ର ନେତୃତ୍ୱ ନେଇ ବିଜେଡିର ଭୋଟହାରକୁ ବୃଦ୍ଧି କରିଥିବା ସୁନନ୍ଦାଙ୍କୁ ବାଦ୍‌ ଦିଆଯାଇ ବିଶ୍ୱରଞ୍ଜନଙ୍କୁ ପ୍ରାର୍ଥୀ କରିବା ବଡ଼ଧରଣର ଦଳୀୟ ବିଦ୍ରୋହ ସୃଷ୍ଟି କରିଛି। ସୁନନ୍ଦାଙ୍କ ସମର୍ଥକମାନେ ବିରୋଧ କରୁଛନ୍ତି। ଅନ୍ୟପକ୍ଷରେ ବିଶ୍ୱରଞ୍ଜନଙ୍କ ସମର୍ଥିତ ପ୍ରାର୍ଥୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ହୋଇଥିବାରୁ ତାଙ୍କୁ ଏଥର ବିଜେଡି ସୁଯୋଗ ଦେଇଛି ବୋଲି ତାଙ୍କ ସମର୍ଥକମାନେ କହି ବୁଲୁଛନ୍ତି। ତେବେ ବିଶ୍ୱରଞ୍ଜନ ୨୦୧୪ ଏବଂ ୨୦୧୯ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିଲେ ହେଁ ବିଜେଡି ତାଙ୍କ ଉପରେ ଭରସା କରି ବଡ଼ ରିସ୍କ ନେଇଛି ବୋଲି ଅନେକେ ମତ ଦେଉଛନ୍ତି। ୨୦୧୯ ନିର୍ବାଚନରେ ଭାଜପାରୁ ବିଶ୍ୱରଞ୍ଜନ ମଲ୍ଲିକ ପ୍ରାର୍ଥୀ ହୋଇ ୪,୦୬୨ ଭୋଟରେ ସୁନନ୍ଦାଙ୍କଠାରୁ ହାରିଥିଲେ। ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗଦେଇଥିଲେ। ସେବେଠାରୁ ବିଜେଡିର ପ୍ରାୟ ସବୁ କାର୍ଯ୍ୟକ୍ରମ ସୁନନ୍ଦା ଏବଂ ବିଶ୍ୱରଞ୍ଜନଙ୍କ ଦ୍ୱାରା ସମାନ୍ତରାଳ ଭାବେ ହୋଇ ଆସୁଥିଲା। ଗତ ଜିଲା ପରିଷଦ ନିର୍ବାଚନରେ ମଧ୍ୟ ଏହି ଦୁଇ ନେତାଙ୍କୁ ୨ଟି ଲେଖାଏ ଆସନର ଦାୟିତ୍ୱ ଦିଆଯାଇଥିଲା। ବିଶ୍ୱରଞ୍ଜନ ଭାଗରେ ପଡ଼ିଥିବା ୨୨ ନମ୍ବର ଜିଲା ପରିଷଦ ଜୋନ୍‌ରେ ୩୯% ଓ ୨୩ ନମ୍ବର ଜୋନ୍‌ରେ ୫୧% ଭୋଟ ପାଇ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ୨୨ ନମ୍ବରର ଆସନରେ ଭାଜପା ୩୫% ଭୋଟ ପାଇଥିବାରୁ ବିଜେଡି ପ୍ରାର୍ଥୀଙ୍କୁ କଡା ଟକ୍କରର ସମ୍ମୁଖୀନ ହେବାକୁ ପଡିଥିଲା। ସେହିପରି ସୁନନ୍ଦା ଭାଗରେ ପଡିଥିବା ୨୧ ନମ୍ବର ଜୋନ୍‌ରେ ୫୧% ଓ ୨୪ ନମ୍ବର ଜୋନ୍‌ରେ ୫୦% ଭୋଟ ପାଇ ବିଜେଡି ପ୍ରାର୍ଥୀ ସହଜରେ ବିଜୟୀ ହୋଇଥିଲେ। କିନ୍ତୁ ବିଶ୍ୱରଞ୍ଜନ ବିଜେଡିରେ ଯୋଗଦେବାବେଳକୁ ତାଙ୍କୁ ପ୍ରାର୍ଥୀ କରାଯିବ ବୋଲି ଯେଉଁ ପ୍ରତିଶ୍ରୁତି ମିଳିଥିଲା ତାହା ପୂରଣ କରାଯାଇଛି ବୋଲି ଚର୍ଚ୍ଚା ହେଉଛି।
୨୦୦୦ ମସିହାରୁ ବରୀ ଆସନ ବିଜେଡି ହାତରେ ରହିଆସିଛି। ୨୦୧୯ ନିର୍ବାଚନ ପୂର୍ବରୁ ସୁନନ୍ଦା ଭାଜପା ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ତାଙ୍କୁ ବିଜେଡି ୨୦୧୯ରେ ପ୍ରାର୍ଥୀ କରି ୪ଥରର ବିଧାୟକ ଥିବା ଦେବାଶିଷ ନାୟକଙ୍କୁ ବାଦ୍‌ ଦେଇଥିଲା। ଅନ୍ୟପକ୍ଷରେ ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଦେବାଶିଷ ନାୟକଙ୍କୁ କଡ଼ା ଟକ୍କର ଦେଇ ୭,୧୭୩ ଭୋଟରେ ହାରିଥିବା ସ୍ବାଧୀନ ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ ୨୦୧୯ରେ ଭାଜପା ପ୍ରାର୍ଥୀ ହୋଇଥିଲେ। ଏହି ନିର୍ବାଚନଠାରୁ ଭାଜପା ଶାସକ ଦଳର ବିକଳ୍ପ ଭାବେ ଭୋଟରଙ୍କ ସାମ୍ନାରେ ଉଭା ହୋଇଛି। ଗତ ସାଧାରଣ ନିର୍ବାଚନରେ ବିଜେଡି ୪୮.୨୮% ଓ ଭାଜପା ୪୫.୫୮% ଭୋଟ ପାଇଥିଲା। ବିଜେଡି ୨୦୧୯ ଭଳି ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀ ବଦଳାଇଥିବାବେଳେ ଏହାର ମୁକାବିଲା କରିବାକୁ ଭାଜପା କେଉଁଭଳି ରଣନୀତି ଆପଣାଉଛି ତାହା ଖୁବ୍‌ଶୀଘ୍ର ସ୍ପଷ୍ଟ ହୋଇଯିବ। ହେଲେ ଭାଜପା ପାଇଁ ପ୍ରାର୍ଥୀ ଚୟନ କଷ୍ଟକର ହୋଇପଡ଼ିଛି। କିଛିମାସ ପୂର୍ବେ ପୂର୍ବତନ ବିଧାୟକ ଦେବାଶିଷ ନାୟକ ଏବଂ ଏହାର ବହୁ ପୂର୍ବରୁ ଗତ ନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଉମେଶ ଚନ୍ଦ୍ର ଜେନା ଭାଜପାରେ ସାମିଲ ହୋଇ ପ୍ରାର୍ଥୀ ହେବାକୁ ଆଶାୟୀ ଅଛନ୍ତି। ତେବେ ବିଧାୟିକା ସୁନନ୍ଦା ଯଦି ଭାଜପାକୁ ଫେରନ୍ତି ଏବଂ ଟିକେଟ ପାଆନ୍ତି, ତେବେ ବିଜେଡିକୁ ପୁଣି କଡ଼ା ଟକ୍କରର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଚର୍ଚ୍ଚା ହେଉଛି। ଭାଜପା ମଧ୍ୟ ବିଜେଡିର ବିଦ୍ରୋହର ଫାଇଦା ଉଠାଇବା ପାଇଁ ବରୀରେ ପ୍ରାର୍ଥୀ ଘୋଷଣା ନ କରି ଅପେକ୍ଷାରେ ରହିଥିବା ମନେହେଉଛି। କିନ୍ତୁ ସୁନନ୍ଦା ଯଦି ଭାଜପା ପ୍ରାର୍ଥୀ ହୁଅନ୍ତି, ତା’ହେଲେ ଦେବାଶିଷ ଏବଂ ଉମେଶ ତାହାକୁ ଗ୍ରହଣ କରିବେ ନା ବିଦ୍ରୋହୀ ହେବେ ତାହା ଏବେ ବଡ଼ ପ୍ରଶ୍ନ। ଅନ୍ୟପକ୍ଷରେ ବିଜେଡି ଟିକେଟ ଆଶାୟୀ ଥିବା ଯୁବନେତା ସଞ୍ଜୀବ ଜେନା ମଧ୍ୟ ଏବେ ନିରାଶ ହୋଇଥିବାରୁ ସେ ତାଙ୍କ ସମର୍ଥକମାନଙ୍କୁ ନେଇ ଦେବାଶିଷଙ୍କୁ ସହଯୋଗ କରିପାରନ୍ତି ବୋଲି କୁହାଯାଉଛି। ପ୍ରାର୍ଥୀ ଚୟନକୁ ନେଇ ଯଦି ଭାଜପାରେ ବିଦ୍ରୋହ ନ ହୁଏ, ତେବେ ଦଳ ପାଇଁ ବିଜୟ ସୁଯୋଗ ରହିଛି ବୋଲି ଚର୍ଚ୍ଚା ହେଉଛି।
ବିଜେଡି ପ୍ରାର୍ଥୀ ବିଶ୍ୱରଞ୍ଜନ କହିଛନ୍ତି, ଆଗାମୀ ଦିନରେ ବରୀର ବିକାଶ ଦ୍ୱିଗୁଣିତ ହେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମନ୍ତ୍ରକୁ ଲୋକାଭିମୁଖୀ କରାଇବା ପାଇଁ ସେ ସମସ୍ତ କର୍ମୀମାନଙ୍କୁ ନେଇ ଉଦ୍ୟମ ଜାରି ରଖିବେ।
ଅନ୍ୟପକ୍ଷରେ କଂଗ୍ରେସରୁ ଜିଲା ସଭାନେତ୍ରୀ ଆରତି ଦେଓ ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ତେବେ ବରୀରେ କଂଗ୍ରେସ ଶେଷଥର ପାଇଁ ୧୯୯୫ରେ ବିଜୟୀ ହୋଇଥିଲା। ଏହାପରଠାରୁ ପ୍ରତି ନିର୍ବାଚନରେ ଦଳର ଭୋଟହାର ଆଖିଦୃଶିଆ ହ୍ରାସ ପାଇଆସିଛି। ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ଉମେଶ ଚନ୍ଦ୍ର ଜେନା ମାତ୍ର ୭,୦୮୨(୪.୭%) ଭୋଟ ପାଇଥିଲେ। ଏଥର ବିଜେଡି ଓ ଭାଜପା ପ୍ରାର୍ଥୀ ମଧ୍ୟରେ ହିଁ ଲଢ଼େଇ ହେବ ବୋଲି କୁହାଯାଉଥିବାବେଳେ ଆରତି ସେମାନଙ୍କୁ କେତେ ଟକ୍କର ଦେଇପାରୁଛନ୍ତି ତାହା ନିର୍ବାଚନ ଫଳାଫଳରେ ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri