ପୂର୍ବ ଆମେରିକାରେ ଝଡ଼ର ତାଣ୍ଡବ: ୧୦ ଲକ୍ଷ ଲୋକ ଅନ୍ଧାରରେ…

ଓ୍ବାଶିଂଟନ,୮।୮ : ଆମେରିକାରେ ହଠାତ କୁଆପଥର ମାଡ ଓ ପ୍ରବଳ ଝଡ଼ର ତାଣ୍ଡବ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ୨୬୦୦ରୁ ଅଧିକ ଆମେରିକୀୟ ବିମାନ ଉଡାଣକୁ ବାତିଲ କରାଯାଇଛି। ସ୍ଥାନୀୟ ପାଣିପାଗ ବିଭାଗ ମଧ୍ୟ ଏ ସମ୍ପର୍କରେ ଏକ ସତର୍କ ସୂଚନା ଜାରି କରି ଲୋକଙ୍କୁ ସତର୍କ ରହିବାକୁ କହିଛି। ପାଣିପାଗ ବିପର୍ଯ୍ୟୟ ଯୋଗୁ ୧୦ ଲକ୍ଷରୁ ଅଧିକ ଲୋକଙ୍କ ଘରେ ବିଦ୍ୟୁତ ନ ଥିବାରୁ ସେମାନେ ଅନ୍ଧାରରେ ରହିଛନ୍ତି।

ଜାତୀୟ ପାଣିପାଗ ସେବା ଗ୍ରେଟର ଡିସି. ଏହି ଅଞ୍ଚଳ ପାଇଁ ଏକ ଘୂର୍ଣ୍ଣିବଳୟ ଘଣ୍ଟା ଜାରି କରିଛି, ଯାହା ରାତ୍ର ୯ ଟା ପର୍ଯ୍ୟନ୍ତ ଚାଲିବ। ଏକ ସ୍ବତନ୍ତ୍ର ପାଣିପାଗ ସେବା ବିବୃତ୍ତିରେ ଚେତାବନୀ ଦିଆଯାଇଛି, ବଜ୍ରପାତ ଯୋଗୁ ସ୍ଥିତି ସଙ୍କଟ ଜନକ ହୋଇପାରେ। ଏହା ସହିତ କୁଆପଥର ମାଡ଼ ଯୋଗୁ ସ୍ଥିତି ଆତଙ୍କଜନକ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଟେନିସିରୁ ନ୍ୟୁୟର୍କ ପର୍ଯ୍ୟନ୍ତ ୧୦ ଟି ରାଜ୍ୟ ପାଇଁ ବଡ଼ ଧରଣର ଝଡ଼ ଏବଂ ଘୂର୍ଣ୍ଣିବଳୟ ଚେତାବନୀ ଦିଆଯାଇଛି। ଜାତୀୟ ପାଣିପାଗ ସେବା କହିଛି ସୋମବାର ଅପରାହ୍ନରେ ୨୦ କୋଟିରୁରୁ ଅଧିକ ଲୋକ ଏହି ଘୂର୍ଣ୍ଣିବଳୟ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ତେବେ ଚେତାବନୀ ଦିଆଯାଇଥିବାରୁ ଏଥିରେ ଅଧିକ କ୍ଷୟକ୍ଷତି ହୋଇ ନାହିଁ।

ରିପୋର୍ଟ ଅନୁଯାୟୀ, ଆଲାବାମାର ଫ୍ଲୋରେନ୍ସରେ ଜଣେ ୨୮ ବର୍ଷ ବୟସ୍କ ବ୍ୟକ୍ତିଙ୍କର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି ବୋଲି ପୋଲିସ କହିଛି। ଏଥିସହ କାରରୁ ଓହ୍ଲାଇବା ସମୟରେ ଗଛ ପଡ଼ିଯିବାରୁ ଜଣେ ୧୫ ବର୍ଷ ବୟସ୍କ ବାଳକଙ୍କର ମୃତ୍ୟୁ ଘଟିଛି।

ଫ୍ଲାଇଟ ଟ୍ରାକିଂ ସେବା ଫ୍ଲାଇଟ ଆୱାର୍‌ ଅନୁଯାୟୀ ସୋମବାର ରାତି ସୁଦ୍ଧା ୨୬୦୦ରୁ ଅଧିକ ଆମେରିକୀୟ ବିମାନ ବାତିଲ ହୋଇଛି ଏବଂ ପ୍ରାୟ ୭,୯୦୦ର ଉଡ଼ାଣରେ ବିଳମ୍ବ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri