ଥୁଆମୂଳ ରାମପୁର,୧୪।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଳକ ବିଜେଡି ପକ୍ଷରୁ ୧୫ ଦଫା ଦାବି ନେଇ ବିଧାୟକ ତଥା ବିଜେଡି ଜିଲା ସଭାପତି ପ୍ରଦୀପ କୁମାର ଦିଶାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମଙ୍ଗଳବାର ଦିନ ମାଁ ମାଣିକେଶ୍ବରୀ ମନ୍ଦିରରେ ମାଁଙ୍କ ପୂଜାର୍ଚ୍ଚନା ପରେ ବ୍ଳକର ସମସ୍ତ ବିଜେଡ଼ି କର୍ମକର୍ତ୍ତା ଏକତ୍ରିତ ଭାବରେ ଏକ ଜନ ସଂପର୍କ ପଦଯାତ୍ରାରେ ବାହାରିଥିଲେ। ସେମାନେ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ବ୍ଳକ ଘେରାଉ କାର୍ଯ୍ୟକ୍ରମରେ ଏକ ସଭା ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲା ବିଜେଡି ଆଦିବାସୀ ନେତା ପରମାନନ୍ଦ ମାଝୀ, ବଦ୍ରି ନାରାୟଣ ପଟ୍ଟନାୟକ, ତ୍ରିଲୋଚନ ପାଣିଗ୍ରାହୀ, ଧର୍ମେନ୍ଦ୍ର ନାଏକ, ଭବାନୀପାଟଣା ଟାଉନ ବିଜେଡି ଯୁବ ସଭାପତି ପୀତବାସ ବେହେରା ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଆୟୋଜିତ କାର୍ଯ୍ୟକ୍ରମର ମଞ୍ଚକୁ ବିଜେଡି ବ୍ଳକ ସଭାପତି କପିଳାସ ନାଏକ ପରିଚାଳନା କରିଥିବା ବେଳେ ବ୍ଳକ ବିଜେଡି କର୍ମକର୍ତ୍ତା ମାନଙ୍କ ମଧ୍ୟରେ ବିଧାୟକ ବ୍ଳକ ପ୍ରତିନିଧି ମାଣ୍ଯଯଯ ଚନ୍ଦ୍ର ନାଏକ, ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ତଥା ବିଜେଡି ବଳିଷ୍ଠ ନେତା ଗୋବିନ୍ଦ ପ୍ରଧାନୀ, ବ୍ଲକ ବିଜେଡି ସମ୍ପାଦକ କୃଷ୍ଣଚନ୍ଦ୍ର ନାଏକ, ବ୍ଲକ କାର୍ୟଯକାରୀ ସଭାପତି କୈଳାସ ଚନ୍ଦ୍ର ପରିଚ୍ଛା, ଫଟୋ ସିଂ ଭୋଇ, ବ୍ଳକ ବିଜେଡି ଯୁବ ସଭାପତି ପ୍ରଦୀପ କୁମାର ନାଏକ, ଜିଲା ପରିଷଦ ଟୁ ନି ଖୋସ୍ଲା, ପ୍ରମିଳା ମାଝୀ, ବ୍ଲକ ଉପାଧକ୍ଷା ଜୟନ୍ତୀ ମାଝୀ, ସ୍ଥାନୀୟ ସମିତି ସଭ୍ୟା ପୁଷ୍ପାଞ୍ଜଳି ନାଏକ, ସରପଞ୍ଚ ସଂଘ ସଭାପତି ବଳଭଦ୍ର ଜାନୀଙ୍କ ସମେତ ବ୍ଳକ ବିଜେଡିର ଶତାଧିକ କର୍ମକର୍ତ୍ତା ଓ ମହିଳା କର୍ମୀ ଅଂଶଗ୍ରହଣ କରିଥିଲେ।
ତେବେ ବିଡ଼ିଓ ଧ୍ରୁବଚରଣ ମୁଦୁଲିଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୧୫ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିପତ୍ରରେ ୧୫ ଦଫା ଦାବି ନେଇ ଉଲ୍ଲେଖ ରହିଥିବା ବେଳେ ସେଗୁୁଡିକ ସରକାରଙ୍କ ପକ୍ଷରୁ ଯଦି ପୂରଣ କରାନଯାଏ ତେବେ ଆଗାମୀ ଦିନରେ ଏହି ବିକ୍ଷୋଭ ତୀବ୍ର ହେବ ବୋଲି ଚେତାବନୀ ଦେଇଥିବା ଜଣାପଡିଛି।


