କୋର୍ଟ ରୁମ୍‌ରେ ପଥର ଫିଙ୍ଗିଲେ

ଛତ୍ରପୁର,୧୭ା୧୦(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ବଡ଼କୋଦଣ୍ଡ ଗ୍ରାମର ସୁବାସ ଚନ୍ଦ୍ର ସାହୁ(୬୫) ସୋମବାର ପୂର୍ବାହ୍ନ ୧୦ଟା ୩୫ ମିନିଟରେ ହଠାତ୍‌ ଏସ୍‌ଡିଜେଏମ୍‌ କୋର୍ଟ ଭିତରକୁ ପ୍ରବେଶ କରିଥିଲେ। ସେ ସମୟରେ ମାଜିଷ୍ଟ୍ରେଟ ନିଜ ଚ୍ୟାମ୍ବରରେ ଥିବାବେଳେ ବେଞ୍ଚ କ୍ଳର୍କ ଓ ଷ୍ଟେନୋ କୋର୍ଟ ରୁମରେ ଉପସ୍ଥିତ ଥିଲେ। ଏହି ସମୟରେ ସମସ୍ତଙ୍କ ଅଗୋଚରରେ ସୁବାସ ନିଜ ବ୍ୟାଗରୁ ପଥର ଖଣ୍ଡ ବାହାର କରି କମ୍ପ୍ୟୁଟର ଏବଂ ଆସବାବପତ୍ର ଉପରକୁ ଫିଙ୍ଗିଥିଲେ। ବେଞ୍ଚ କ୍ଳର୍କ ପ୍ରଫୁଲ୍ଲ ନାୟକ ଏହାଦେଖି ତୁରନ୍ତ ଛତ୍ରପୁର ପୋଲିସକୁ ଖବର ଦେଇଥିଲେ। ଥାନା ସବ୍‌ଇନ୍ସପେକ୍ଟର ଲକ୍ଷ୍ମୀପ୍ରିୟା ମଲ୍ଲିକ ଓ ଅନ୍ୟ ପୋଲିସ କର୍ମଚାରୀ ପହଞ୍ଚତ୍ ସୁବାସଙ୍କୁ କାବୁ କରି ନେଇଥିଲେ। ଏନେଇ ୬୯୫/୨୩ରେ ଏକ ମାମଲା ରୁଜୁ ହୋଇଛି। ସୁବାସଙ୍କ କୋର୍ଟରେ କୌଣସି ମାମଲାର ଶୁଣାଣି ନ ଥିଲା କି କୋର୍ଟ ସମନ ବି ନ ଥିଲା। ହେଲେ ସେ କାହିଁକି ଆସି ପଥରମାଡ଼ କଲେ ତାହା ସ୍ପଷ୍ଟ ହୋଇପାରିନି। ଅପରପକ୍ଷରେ ସୁବାସ କାହିଁିକି ଏପରି କଲେ ସେନେଇ କିଛି ବିଶେଷ କହି ନ ଥିଲେ ସୁଦ୍ଧା ତା ଦୁଃଖ କେହି ଶୁଣିଲେ ନାହିଁ ବୋଲି ପୋଲିସ କୋର୍ଟକୁ ନେବାବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, କିଛିବର୍ଷ ପୂର୍ବେ ସୁବାସ ଜଣେ ଜିଲାପାଳଙ୍କ ଗାଡ଼ି ଉପରକୁ ପଥର ଫିଙ୍ଗିବାକୁ ଉଦ୍ୟମ କରିଥିଲେ। ତେବେ ସେ ସମ୍ପର୍କରେ କିମ୍ବା ତାଙ୍କ ବିରୋଧରେ ଅନ୍ୟ କିଛି ମାମଲା ଅଛି କି ନାହିଁ ସେ ନେଇ ଛତ୍ରପୁର ପୋଲିସ ତଦନ୍ତ କରୁଛି। ଛତ୍ରପୁର ଥାନାଠାରୁ ମାତ୍ର ୧୦୦ମିଟର ଦୂରରେ ଥିବା କୋର୍ଟରେ ଏପରି ଘଟଣା ଘଟିଥିବାରୁ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ସପ୍ତାହରେ ଏକ ହତ୍ୟା ମାମଲାରେ ସାକ୍ଷ୍ୟଗ୍ରହଣ ପୂର୍ବରୁ ସାକ୍ଷୀଙ୍କୁ ଅପହରଣ କରାଯାଇଥିଲା। ପରେ ଛତ୍ରପୁର ପୋଲିସ ଭୁବନେଶ୍ୱରରୁ ଉକ୍ତ ସାକ୍ଷୀଙ୍କୁ ଉଦ୍ଧାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri