ନକଲି ସରକାରକୁ ଫିଙ୍ଗିଦିଅ: ନଡ୍ଡା

ଭୁବନେଶ୍ବର,୩୦ା୯(ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଏହା ପୂର୍ବରୁ ଶାସକ ବିଜେଡି ଏବଂ ଭାଜପା ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଜରିଆରେ ବଳ କଷାକଷି ଆରମ୍ଭ କରିଦେଇଛନ୍ତି। ଗୋଟିଏ ପଟେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ୍‌ ପ୍ରକାଶ ନଡ୍ଡା ଗୁରୁବାର ପ୍ରଥମ ଥର ଲାଗି ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ବିଜେଡି ସମାନ ଦିନରେ ଯୁବ, ଛାତ୍ର ଓ ମହିଳାଙ୍କ ଏକ ସମାବେଶ କରିଛି। ଏଠାରେ ଡୁପ୍ଲିକେଟ୍‌ ସରକାର ଚାଲିଛି ଓ ଏହାକୁ ବିଦା କରାଯିବା ଦରକାର ବୋଲି ନଡ୍ଡା ଶକ୍ତିକେନ୍ଦ୍ରରୁ ଆସିଥିବା ପ୍ରମୁଖମାନଙ୍କୁ ଆହ୍ବାନ କରିଛନ୍ତି। ହେଲେ ନଡ୍ଡା ତାଙ୍କ ୩୬ ମିନିଟ୍‌ ୩୨ ସେକେଣ୍ଡର ଭାଷଣ ଭିତରେ ଥରେ ହେଲେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇନାହାନ୍ତି କିମ୍ବା ତାଙ୍କୁ ସିଧାସଳଖ ସମାଲୋଚନା କରିନାହାନ୍ତି।
ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ନଡ୍ଡା ପ୍ରାୟ ୨ଘଣ୍ଟା ବିଳମ୍ବରେ ପାଖାପାଖି ୧୨ଟା ବେଳକୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ସ୍ବାଗତ କରିବା ଲାଗି ବହୁ ନେତା ଓ କର୍ମୀ ବିମାନବନ୍ଦରଠାରେ ଅପେକ୍ଷା କରି ରହିଥିଲେ। ଓଡ଼ିଶାର ବିଭିନ୍ନ ପ୍ରାନ୍ତର ଲୋକଙ୍କ ଦ୍ୱାରା ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ତାଙ୍କୁ ସ୍ବାଗତ କରାଯାଇଛି। ସେଠାରୁ ଏକ ବିଶାଳ ବାଇକ୍‌ ରାଲି ଜରିଆରେ ଭାଜପା ରାଜ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ତାଙ୍କୁ ପାଛୋଟି ନିଆଯାଇଥିଲା। ସେଠାରେ କିଛି ସମୟ ରହିବା ପରେ ଜନତା ମଇଦାନଠାରେ ଆୟୋଜିତ ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ନଡ୍ଡା ପହ଼ଞ୍ଚି କହିଛନ୍ତି, ଓଡ଼ିଶାରେ ଆଗାମୀ ଦିନରେ ଭାଜପା ସରକାର ଆସିବା ଦରକାର। ଓଡ଼ିଶାରେ ଭ୍ରଷ୍ଟାଚାର ବଢ଼ିଯାଇଛି। ବିନା ନେତାରେ ଭ୍ରଷ୍ଟାଚାର ରୋକିବା ସମ୍ଭବ ନୁହେଁ। ସେ କେନ୍ଦ୍ରରେ ସ୍ବାସ୍ଥ୍ୟମନ୍ତ୍ରୀ ଥିବାବେଳେ ଓ଼ଡିଶା ଯାହା ମାଗିଛି ଦିଆଯାଇଛି। ହେଲେ ସବୁଦିନ ଖବରରେ ଦେଖିବାକୁ ଏବଂ ଶୁଣିବାକୁ ମିଳୁଛି ରୋଗୀ ସାଇକେଲରେ ଡାକ୍ତରଖାନା ବୁହା ହେଉଛନ୍ତି। ପୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଏଠି ସୁରକ୍ଷିତ ନୁହେଁ। ଖୋଦ୍‌ ସରକାର କେତେବେଳେ କହୁଛନ୍ତି ଚାବି ହଜିଯାଇଛି ତ ପୁଣି କେବେ କହୁଛନ୍ତି ଡୁପ୍ଲିକେଟ୍‌ ଚାବି ଅଛି। ଯେଉଁଠାରେ ସରକାର ଡୁପ୍ଲିକେଟ୍‌ ବା ନକଲି ସେଠାରେ ଚାବି କେମିତି ଡୁପ୍ଲିକେଟ୍‌ ହେବନି, ଆଉ କ’ଣ ହେବ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅର୍ଥ ବାଟମାରଣା ହେଉଛି। ଇଏ ଥପ୍ପା ମାରିବା ସରକାର। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କାଘର ନାଁରେ ଥପ୍ପା ମାରି ପ୍ରଚାର କରୁଛନ୍ତି। ରକ୍ଷକ ଯଦି ଭକ୍ଷକ ସାଜିବ ତ କ’ଣ ହେବ। ଏ ସରକାରର ୩ ମନ୍ତ୍ରୀ ହତ୍ୟା ଭଳି ସଙ୍ଗୀନ ମାମଲାରେ ସମ୍ପୃକ୍ତ ଅଛନ୍ତି। ସରକାରରେ ଥିବା ବ୍ୟକ୍ତି ଯଦି ହତ୍ୟା ଅଭିଯୁକ୍ତ ହେବେ ତେବେ ଏଠି କ’ଣ ହେବ। ସେହି ୩ ମନ୍ତ୍ରୀଙ୍କ ନାଁ ଆଗକୁ ଆସିଛି ନା ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ଆୟୁଷ୍ମାନ ଯୋଜନାରୁ ଓଡ଼ିଶାର ୬୦ ଲକ୍ଷ ପରିବାର ବଞ୍ଚିତ ଅଛନ୍ତି। ତେଣୁ ଏଭଳି କୁଶାସନର ସରକାରକୁ ଓଡ଼ିଶାରୁ ଫିଙ୍ଗିଦେଇ ଏଠାରେ ଡବଲ ଇଞ୍ଜିନର ସରକାର ଆଣିବା ପାଇଁ କାମ କରିବାକୁ ସେ ଆହ୍ବାନ କରିଛନ୍ତି। ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରିଥିବା ନଡ୍ଡା ଆହୁରି କହିଛନ୍ତି, କଂଗ୍ରେସର ଆଉ ଜାତୀୟତା ନାହିଁ। ଏହା ଏବେ ଭଉଣୀ, ଭାଇଙ୍କ ଦଳରେ ପରିଣତ ହୋଇଛି। ସମ୍ମିଳନୀରେ ଭାଜପା ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ସହପ୍ରଭାରୀ ବିଜୟପାଲ ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଅନ୍ୟ ଏମ୍‌ପି ଓ ବିଧାୟକମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri