Posted inଫୁରସତ

ଯୋଗମୁଦ୍ରାରେ ଶିକାର କରେ ଥ୍ରେସର ସାର୍କ, ପାଣି ଭିତରେ କରେ ଅଦ୍ଭୁତ ପ୍ରଦର୍ଶନ

ଯଦିଓ ବିଜ୍ଞାନ ଦ୍ୱାରା ଅନେକ ଜିନିଷର ରହସ୍ୟ ଉନ୍ମୋଚନ ହୋଇଛି ଯାହା ଏକଦା ଅସମ୍ଭବ ମନେ ହେଉଥିଲା। ତଥାପି ଏବେବି କିଛି ରହସ୍ୟ ଘେରରେ ଅଛି ଯାହା ଏପର୍ଯ୍ୟନ୍ତ ପ୍ରକାଶ ପାଇ ନାହିଁ। ବିଶେଷକରି ଯଦି ଆମେ ସମୁଦ୍ରରେ ବସବାସ କରୁଥିବା ପ୍ରାଣୀଙ୍କ ବିଷୟରେ କହୁ ଯାହା ସମ୍ପୂର୍ଣ୍ଣ ରହସ୍ୟ ଘେରରେ ରହିଛି। ନିକଟରେ ଏପରି ଏକ ସାର୍କ ମାଛ ବିଷୟରେ ଜଣାପଡିଛି ଯିଏ ଶିକାର କରିବା ସମୟରେ ଯୋଗ କରିଥାଏ।

ଏଠାରେ ଆମେ ଥ୍ରେସର ସାର୍କ ବିଷୟରେ କହୁଛୁ, ଯାହା ଏକ ସାମୁଦ୍ରିକ ସାର୍କ। ଏହି ଜଳଜୀବର ଲାଞ୍ଜ ବହୁତ ସକ୍ରିୟ। ଏହି ସାର୍କ ଲାଞ୍ଜ ଦ୍ୱାରା ଶିକାର କରିଥାଏ। ନିରିଖେଇ ଦେଖିଲେ ଲାଗେ ସେ ପାଣି ଭିତରେ ଆକ୍ରୋବାଟିକ୍ସ ବା ଚମତ୍କାର ଯୋଗ ପ୍ରଦର୍ଶନ କରୁଛି। ବୈଜ୍ଞାନିକମାନେ ଏନେଇ ବିଶେଷ ଅଧ୍ୟୟନ କରୁଛନ୍ତି।

ଫ୍ଲୋରିଡା ଆଟଲାଣ୍ଟିକ ୟୁନିଭରସିଟିର ଜୈବ ବିଜ୍ଞାନୀ ମରିୟାନ ପୋଟର୍ର୍‌ କହିଛନ୍ତି, ଏହି ସାର୍କ ଯୋଗଶୈଳୀରେ ଶିକାର କରିଥାଏ। ଏହି ସାର୍କମାନେ ଦାନ୍ତରେ ଶିକାରକୁ ଆକ୍ରମଣ କରନ୍ତି ନାହିଁ। ସେମାନେ ସେମାନଙ୍କର ଲାଞ୍ଜକୁ ଚାବୁକ ପରି ବ୍ୟବହାର କରନ୍ତି। ଅଧ୍ୟୟନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ସାର୍କର ମେରୁଦଣ୍ଡରେ ଥିବା ମିନେରାଲାଇଜଡ ପ୍ଲେଟଗୁଡିକ ଏକ ବାଇକ୍‌ର ସ୍ପୋକ୍ସ ପରି ପ୍ରତ୍ୟୟ ହୁଏ।

ଶିକାର କରିବାବେଳେ ଥ୍ରେସର ସାର୍କ ଆକ୍ରେବାଟିକ୍ସ କରିଥାଏ। ଶିକାରକୁ ନିଜ ଲାଞ୍ଜରେ ଗୁଡାଇ ଧରି ପାଣି ଭିତରେ ଗୁଲାଟି ମାରିଥାଏ। ଏଥିପାଇଁ ତାର ମେରୁଦଣ୍ଡରୁ ଲମ୍ବିଥିବା ଲାଞ୍ଜଟି ବିଶେଷ ଭାବରେ ସାହାର୍ଯ୍ୟ କରେ। ତେବେ ଥ୍ରେସର ସାର୍କର ଏହି ଶିକାର କରିବାର ଦୃଶ୍ୟ ଦେଖିଲେ ଯେକେହି ବି ତାକୁ ଯୋଗ କରୁଥିବାର ଚିନ୍ତା କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଶେଷ କରିବାକୁ ରାଜି ହେଲେ ଇରାନର ସର୍ବୋଚ୍ଚ ନେତା! କହିଦେଲେ ଏମିତି…ସାରା ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୪।୩: ଆଜି ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ୨୫ତମ ଦିନ। ଉଭୟ ପକ୍ଷ ଦ୍ରୁତ ଆକ୍ରମଣ ଜାରି ରଖିଥିବାବେଳେ ଯୁଦ୍ଧ ଶେଷ କରିବା…

IPL 2026କୁ ନେଇ କଡ଼ା ନିୟମ: ଖେଳାଳି ତଥା ତାଙ୍କ ପରିବାର ପାଇଁ ନୂଆ ନିୟମ ଆଣିଲା BCCI, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: IPL 2026 ଆରମ୍ଭ ହେବା ପୂର୍ବରୁ, BCCI ସମସ୍ତ ୧୦ଟି ଫ୍ରାଞ୍ଚାଇଜ ପାଇଁ ଏକ ନୂଆ ଏବଂ କଠୋର ନିୟମ ଜାରି କରିଛି। ଏହି ନିୟମଗୁଡ଼ିକର…

୧୪.୨ କିଲୋଗ୍ରାମ ବଦଳରେ ମିଳିବ ୧୦ କିଲୋଗ୍ରାମ ଗ୍ୟାସ! ସରକାର ଦେଲେ ବଡ଼ ଅପଡେଟ୍‌

  ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ସିଧାସଳଖ ପ୍ରଭାବ ଏବେ ଭାରତର ଶକ୍ତି ସୁରକ୍ଷା ଉପରେ ପଡୁଛି। ଅଶୋଧିତ ତୈଳ ଏବଂ ଏଲପିଜିର ନିରବଚ୍ଛିନ୍ନ ଯୋଗାଣ ବାଧାପ୍ରାପ୍ତ…

ରାତିରେ ଘରକୁ ଫେରିଲେନି ସ୍ବାମୀ, ସକାଳୁ ରକ୍ତାକ୍ତ ମୃତଦେହ….

ଜଗନ୍ନାଥ ପ୍ରସାଦ,୨୪।୩(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ଚଢିଆ ପଲ୍ଲୀ ପଞ୍ଚାୟତ ଗୁପ୍ତ ପଲ୍ଲୀରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା…

ଷ୍ଟାର୍କଙ୍କୁ ମିଳୁନି ଏନ୍‌ଓସି: ଦଳରେ ଯୋଗଦେବା ନେଇ ବଢ଼ିଲା ଅଡୁଆ

ନୂଆଦିଲ୍ଲୀ,୨୪ା୩: ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ଏପର୍ଯ୍ୟନ୍ତ ମିଚେଲ ଷ୍ଟାର୍କଙ୍କ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ଠାରୁ ନୋ ଅବଜେକଶନ ସାର୍ଟିଫିକେଟ (ଏନ୍‌ଓସି) ମିଳିନାହିଁ। ଏହାସତ୍ତ୍ୱେ ଦଳର ପ୍ରଥମ ମ୍ୟାଚ୍‌…

୭.୬ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ: ସୁନାମି ଚେତାବନୀ ଜାରି

ନୂଆଦିଲ୍ଲୀ,୨୪।୩: ଓସେନିଆର ଟୋଙ୍ଗା ଅଞ୍ଚଳ ନିକଟରେ ନିଆଫୁରେ ଏକ ଶକ୍ତିଶାଳୀ ୭.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ଆମେରିକାର ଭୂତତ୍ତ୍ୱ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri