ଉଚ୍ଚଶିକ୍ଷା ପାଇଁ ନାମ ଲେଖାଇବାରେ ୩ ଯୁବକ ଠକେଇର ଶିକାର

ପଟାଙ୍ଗି,୬ା୮(ଶରତ କୁମାର ଧଳ): ବର୍ତ୍ତମାନ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ନାମ ଲେଖା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହାର ସୁଯୋଗ ଉଠାଇ ହ୍ୟାକର୍‌ମାନେ ଶିକ୍ଷିତ ଯୁବତୀଯୁବକଙ୍କୁ ଠକି ଚାଲିଛନ୍ତି। ଏହିପରି ଠକେଇର ଶିକାର ହୋଇ କିଛି ଯୁବକଙ୍କ ସହ ପରିବାରବର୍ଗ କଲେଜ ଏବଂ ପୋଲିସ ନିକଟକୁ ଧାଇଁ ନିରାଶ ହୋଇଥିବା ଦେଖିବାକୁ ମିଳିଛି। ଏପରି ଘଟଣା ଘଟିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି, ଚନ୍ଦକା ପଞ୍ଚାୟତ ସମେତ ଅନ୍ୟ ଗ୍ରାମରେ ବସବାସ କରୁଥିବା ଶିକ୍ଷିତ ଯୁବକଙ୍କ କ୍ଷେତ୍ରରେ।

ସୂଚନାନୁସାରେ, ପୁକାଲି ପଞ୍ଚାୟତର ରେଲିସାହିରେ ବସବାସ କରୁଥିବା ରବି ଖରା ସ୍ଥାନୀୟ ଗାଙ୍ଗେଶ୍ୱରୀ ଉଚ୍ଚ ଶିକ୍ଷା ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଅନ୍‌ଲାଇନ୍‌ରେ ଦରଖାସ୍ତ ଆବେଦନ କରିଥିଲେ। ଏହି ସମୟରେ ଚଏସ୍‌ ଲଗ୍‌ ଇନ୍‌ରେ ଛାତ୍ର ଜଣକ ଉକ୍ତ ବିଦ୍ୟାଳୟକୁ ପସନ୍ଦ କରିଥିଲା। ଏହାର କିଛି ସମୟ ପରେ ଏକ ନମ୍ବର ଯଥା ୯୬୬୮୩୯୭୬୨୫ରୁ କଲ ଆସିଥିଲା। ଯେଉଁ ଥିରେ କି ଛାତ୍ର ଜଣଙ୍କୁ କୁହାଯାଇଥିଲା ମୁଁ ପଟ୍ଟାଙ୍ଗି ଉପରୋକ୍ତ ବିଦ୍ୟାଳୟର ପ୍ରିନ୍ସପାଲ କହୁଛି ତୁରନ୍ତ ତୁମେ ଆମ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଅନଲାଇନ ମାଧ୍ୟମରେ ଟଙ୍କା ଡିପୋଜିଟ କର। ଏହିପରି କଥା ଶୁଣିବା ପରେ ଛାତ୍ର ଜଣକ ଉକ୍ତ ନମ୍ବର ରେ ୮, ୩୦୦ ଟଙ୍କା ଫୋନ୍‌ ପେ’ ମାଧ୍ୟମରେ ଡିପୋଜିଟ କରି ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟର କର୍ତ୍ତୃପକ୍ଷ ତଥା ପ୍ରିନ୍ସପାଲଙ୍କୁ ସାକ୍ଷାତ କରିଥିଲେ। ପ୍ରିନ୍ସପାଲ ଯୁବକଙ୍କ ଠାରୁ ସମସ୍ତ ଘଟଣା ଜାଣିବା ଏହା ଆମର ନମ୍ବର ନୁହେଁ ତୁମ ସହ ଠକାମିର ଶିକାର ହୋଇଛି। ତୁରନ୍ତ ପୋଲିସ ନିକଟରେ ଅଭିଯୋଗ କରିବା ପାଇଁ କହିଥିଲେ।

ସେହିପରି ଅନ୍ୟ ଏକ ଯୁବକ ଚନ୍ଦକା ପଞ୍ଚାୟତ ମଧ୍ୟ ଏହିପରି ଠକାମିର ଶିକାର ହୋଇ ୧୦ ହଜାର ଟଙ୍କା ଠକାମିର ଶିକାର ହୋଇଥିବା ବେଳେ ସମ୍ବାଇ ପଞ୍ଚାୟତର ଘସବା ନାୟକ, ଗୁଡ଼ା ଗ୍ରାମର ଜଗଦୀଶ ଖରା ଅନୁରୂପ ୫ ହଜାର ଟଙ୍କା ଦେଇ ଠକାମିର ଶିକାର ହୋଇଛନ୍ତି। ଯାହାକୁ ନେଇ ବର୍ତ୍ତମାନ ଠକାମିର ଶିକାର ହୋଇଥିବା ୩ଜଣ ପଟ୍ଟାଙ୍ଗି ପୋଲିସ ନିକଟରେ ପହଞ୍ଚି ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଏନେଇ ଥାନାଧିକାରୀ ପ୍ରଭାତ ବେହେରା ଉକ୍ତ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri