ଚନ୍ଦ୍ରଭାଗାରେ ଅଘଟଣ: ସମୁଦ୍ରରେ ବୁଡ଼ି ଚାଲିଗଲା ୩ ଯୁବକଙ୍କ ଜୀବନ

କୋଣାର୍କ,୧୦।୫: ପୁରୀ ଜିଲା କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରରେ ରବିବାର ଏକ ଅଘଟଣ ଘଟିଛି। ସମୁଦ୍ରରେ ବୁଡ଼ି ୩ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ଜଣ ଯୁବକ ଭୁବନେଶ୍ବରର ହୋଇଥିବା ବେଳେ ଅନ୍ୟ ଜଣେ କଟକ ପାହାଳ ଅଞ୍ଚଳର ହୋଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ଗାଧୋଉଥିବା ବେଳେ ଚନ୍ଦ୍ରଭାଗା ଇକୋରିଟ୍ରିଟ ନିକଟରେ ବୁଡ଼ିଯାଇ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଦୂରରେ ବୁଡ଼ି ଅନ୍ୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ଏନେଇ ବେଳାଭୂଭିରେ ଶୋକର ଛାୟା ଖେଳି ଯାଇଛି। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହରିଶଙ୍କର ବୈଶାଖ ମେଳାରେ ଶ୍ରଦ୍ଧାଳୁଙ୍କୁ ମିଳିଲା ଅନ୍ନସେବା

ବଲାଙ୍ଗୀର,୨।୫(ସୁନିଲ କୁମାର ମହାନ୍ତି): ଓଡ଼ିଶାର ପବିତ୍ର ତୀର୍ଥସ୍ଥଳୀ ହରିଶଙ୍କର ପୀଠରେ ବୈଶାଖମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯୁବ କୁଲୁତା ସମାଜ ଖପ୍ରାଖୋଲ ଏବଂ ପଶ୍ଚିମ ଓଡ଼ିଶା…

୨ବାଇକ୍‌ ମୁହାଁ ମୁହିଁ ଧକ୍କା: ତଳେ ପଡିଥିବା ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରକ

ବଲାଙ୍ଗୀର,୨।୫: ବଲାଙ୍ଗୀର ଜିଲା ଟିଟିଲାଗଡ଼ ରୋଡ଼ ବିଜାଖମନଠାରେ ଶନିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ଦୁଇ ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା…

ସପ୍ତାହେ ହେଲା ନିଖୋଜ ଥିଲେ, ପରିତ୍ୟକ୍ତ କୋଠାରୁ ଜବତ ହେଲା ମୃତଦେହ; କାରଣ ଖୋଜୁଛି…

ଦିଗପହଣ୍ଡି,୨।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡା ନିକଟ ଚାଞ୍ଚଡାପଲ୍ଲୀ ଗ୍ରାମ ସ୍ବାସ୍ଥ୍ୟକେନ୍ଦ୍ର ନିକଟ ପରିତ୍ୟକ୍ତ କୋଠାରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ଗଳିତ…

ରାଉରକେଲାରେ ୨ ନାବାଳିକାଙ୍କୁ ବଳାତ୍କାର

ରାଉରକେଲା,୨।୫(ସଙ୍ଗୀତା ଜେନା): ଇସ୍ପାତ ସହର ରାଉରକେଲାର ସେକ୍ଟର-୧୯ ଥାନା ଅଞ୍ଚଳରେ କୋଲ୍‌ ଡ୍ରିଙ୍କ୍‌ସ କିଣିବା ବାହାନାରେ ୨ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ…

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଅଭିଷେକ ହେଲେ ଦିଗପହଣ୍ଡି ବ୍ଳକ ଟପ୍ପର 

ଦିଗପହଣ୍ଡି,୨|୫(ଅଶେଷ ନାଥ ମିଶ୍ର) ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ବୋର୍ଡ଼ ବାର୍ଷିକ ପରୀକ୍ଷା ଫଳ ଶନିବାର ଅପରାହ୍ନରେ ପ୍ରକାଶ ପାଇଥିବା ବେଳେ ଦିଗପହଣ୍ଡି …

ପ୍ରବାସୀ ଶ୍ରମିକ ଦମ୍ପତିଙ୍କ ପୁଅ ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ, ଇଞ୍ଜିନିୟର ହେବା ସହ ସଫଳ…

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ) – ଶନିବାର ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଛି ।ଏଥିରେ ଜିଲାର ୪୬ଜଣ ଛାତ୍ରୀଛାତ୍ର ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଅର୍ଥାତ୍…

ଇଣ୍ଟରନାସନାଲ ବୁକ୍ସ ଅଫ ରେକର୍ଡସରେ ସ୍ଥାନ ପାଇଲେ ଅଢ଼େଇ ବର୍ଷର କନ୍ୟା ‘ଶ୍ରେୟାଶିଂ’: ୨୫ ସେକେଣ୍ଡରେ….

ସାକ୍ଷୀଗୋପାଳ,୨।୫(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ନିଜର ବିଚକ୍ଷଣ ବୁଦ୍ଧି ଏବଂ ତତ୍କାଳ ସଠିକ ଉତ୍ତର ଦେଇଥିବା ଯୋଗୁ ଅଢ଼େଇ ବର୍ଷର ଶିଶୁକନ୍ୟା ଶ୍ରେୟାଶିଂ ପଣ୍ଡା ଇଣ୍ଟରନାସନାଲ ବୁକ୍ସ…

ସ୍ୱାତୀ ମହାକୁଡ଼ କଳାହାଣ୍ଡି ଜିଲା ଟପ୍ପର, ଓଏଏସ ହେବା ଲକ୍ଷ୍ୟ

ଭବାନୀପାଟଣା,୨।୫ (ଉତ୍ତମ କୁମାର ଦାଶ): ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଶନିବାର ଅପରାହ୍ନରେ ପ୍ରକାଶ ପାଇଛି। ଚଳିତ ବର୍ଷ କଳାହାଣ୍ଡି ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri