୩ ବର୍ଷ ପରେ ଅଙ୍ଗନୱାଡି ଶିଶୁଙ୍କୁ ମିଳିଲା ପୋଷାକ

ଛତ୍ରପୁର,୧୯।୪(ଡି.ଏନ୍‌.ଏ .) : ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସି ୯ ନମ୍ବର ୱାର୍ଡରେ ଥିବା ଅଙ୍ଗନୱାଡି କେନ୍ଦ୍ରର ଶିଶୁମାନଙ୍କୁ ଦୀର୍ଘ ୩ ବର୍ଷ ପରେ ପୋଷାକ ମିଳିଛି । ସ୍ଥାନୀୟ ବାସିନ୍ଦାଙ୍କ ଅନୁରୋଧ କ୍ରମେ ଛତ୍ରପୁର ଏନ୍‌ଏସିର ୯ ନମ୍ବର ୱାର୍ଡରେ ନବ ନିର୍ବାଚିତ କାଉନସିଲର ପ୍ରୀତିଛନ୍ଦା ସାମଲଙ୍କ ହସ୍ତକ୍ଷେପ ପରେ ଏହା ସଫଳ ହୋଇଛି । ଦୀର୍ଘ ୩ ବର୍ଷ ହେଲା ଅଙ୍ଗନଓ୍ବାଡି କେନ୍ଦ୍ରର ପିଲାମାନଙ୍କୁ ପୋଷାକ ବଣ୍ଟନ କରାଯାଉ ନ ଥିବା ବେଳେ ମଙ୍ଗଳବାର କାଉନସିଲରଙ୍କ ଉପସ୍ଥିତରେ ପିଲାମାନଙ୍କୁ ଚଳିତ ବର୍ଷର ପୋଷାକ ବଣ୍ଟନ କରାଯାଇଛି।