ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ ଏଠାରୁ ଲଗାତର ୪ ଥର ବିଜୟୀ ହୋଇଥିବାବେଳେ ଏଥର ମଧ୍ୟ ବିଜେଡି ଗଡ଼କୁ ସୁରକ୍ଷିତ ରଖିବା ଲାଗି ଚେଷ୍ଟା ଚଳାଇଛନ୍ତି। ୨୦୦୦ ମସିହାରୁ ଏହି ନିର୍ବାଚନମଣ୍ଡଳୀ ବିଜେଡି ଗଡ଼ ଭାବେ ପରିଚିତ ହୋଇ ଆସୁଛି। ଭାଜପା, କଂଗ୍ରେସ ବିଭିନ୍ନ ରଣନୀତି ଆପଣାଯାଇଥିଲେ ମଧ୍ୟ ବିଜେଡି ପ୍ରାର୍ଥୀଙ୍କୁ ପରାସ୍ତ କରିପାରିନାହାନ୍ତି। ତେବେ ଚଳିତ ନିର୍ବାଚନରେ ପରିବର୍ତ୍ତନର ନାରା ଦେଇ ଭାଜପା ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଓ କଂଗ୍ରେସ ପ୍ରାର୍ଥୀ ରଣଜିତ ଦାଶ ଲଢ଼େଇକୁ ଜୋରଦାର୍‌ କରିଛନ୍ତି। ଅପରପକ୍ଷରେ ରେକର୍ଡକୁ ମଜଭୁତ ତଥା ବିରୋଧୀଙ୍କ ଋଣନୀତିକୁ ସାମ୍‌ନା କରିବା ଲାଗି ଅରୁଣଙ୍କ ଗୋଟିଚାଳନା ଏଥର ନିର୍ବାଚନକୁ ରୋଚକ ସ୍ଥିତିରେ ପହଞ୍ଚାଇଛି।

୧୯୯୦ରୁ ୨୦୧୯ ନିର୍ବାଚନକୁ ଅନୁଧ୍ୟାନ କଲେ ପୂର୍ବତନ ମନ୍ତ୍ରୀ ଭାଗବତ ବେହେରା ୨ ଥର, ଅରୁଣ ସାହୁ ୪ଥର, କଂଗ୍ରେସର ସୀତାକାନ୍ତ ମିଶ୍ର ମାତ୍ର ଥରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ମୋଟାମୋଟି ଭାବେ ନୟାଗଡ଼ ନିର୍ବାଚନମଣ୍ଡଳୀ ଜନତା ଦଳ ଓ ବିଜୁ ଜନତା ଦଳର ଦୁର୍ଗ ହୋଇ ରହିଛି। କେବଳ ୧୯୯୫ରେ କଂଗ୍ରେସ ପ୍ରାର୍ଥୀ ସୀତାକାନ୍ତ ମିଶ୍ରଙ୍କ ଠାରୁ ଭାଗବତ ପରାସ୍ତ ହୋଇଥିଲେ। ତେବେ ଭାଗବତଙ୍କ ପରଲୋକ ପରେ ତାଙ୍କ ସ୍ତ୍ରୀ ମନ୍ଦାକିନୀ ବେହେରା ଉପନିର୍ବାଚନରେ ବିଜୟୀ ହୋଇ ଦୁର୍ଗକୁ ରକ୍ଷା କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ବିଜେଡିର ଅରୁଣ ସାହୁ ଲଗାତାର ବିଜୟୀ ହୋଇ ନିଜର ଅପରାଜେୟ ରେକର୍ଡ ସୃଷ୍ଟି କରିଛନ୍ତି। ତେବେ ଚଳିତ ନିର୍ବାଚନରେ ଅରୁଣ ବିଜୟୀ ହେବା ପାଇଁ ଉଦ୍ୟମ ଚଳାଇଛନ୍ତି। ଦଳର ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଜିଲା ପରିଷଦ ସଭ୍ୟ, କର୍ମକର୍ତ୍ତା, କର୍ମୀଙ୍କ ସହ ଗଁା ଓ ସହର ବୁଲି ଭୋଟ ପ୍ରଚାର କରୁଛନ୍ତି। ବିରୋଧୀ ଦଳରୁ ନେତା ଓ କର୍ମୀଙ୍କୁ ଆଣି ବିଜେଡିରେ ମିଶାଉଛନ୍ତି।

ଭାଜପା ପ୍ରାର୍ଥୀ ପ୍ରତ୍ୟୁଷା ବି ପଛରେ ପଡ଼ିନାହାନ୍ତି। କନ୍ଧମାଳର ତତ୍‌କାଳିନ ଏମ୍‌ପି ହେମେନ୍ଦ୍ର ଚନ୍ଦ୍ର ସିଂଙ୍କ ପରଲୋକ ପରେ ତାଙ୍କ ସ୍ତ୍ରୀ ପ୍ରତ୍ୟୁଷା ରାଜନୀତିରେ ପାଦ ଥାପିଥିଲେ। ସେ ବିଜେଡି ଟିକେଟ୍‌ରେ ବିଜୟୀ ହୋଇ ଏମ୍‌ପି ହୋଇଥିଲେ। ପରେ ବିଜେଡିରୁ ଇସ୍ତଫା ଦେଇ ଭାଜପା ସଙ୍ଗଠନ କରିଥିଲେ। ଏବେ ଭାଜପା ପ୍ରାର୍ଥୀ ହୋଇ ଅରୁଣଙ୍କୁ ହରାଇବାକୁ ଦିନ ରାତି ଏକ କରି ଦେଇଛନ୍ତି। ଅପରପକ୍ଷେ କଂଗ୍ରେସ ପ୍ରାର୍ଥୀ ରଣଜିତ ଦାଶ ଜିଲା ସଭାପତି ପଦରେ ଥାଇ ନୟାଗଡ଼ରୁ ଟିକେଟ ହାତେଇବାରେ ସଫଳ ହୋଇଛନ୍ତି। ନିର୍ବାଚନ ପୂର୍ବରୁ ରଣଜିତ ବିଭିନ୍ନ ପ୍ରସଙ୍ଗ ନେଇ ବିଜେଡି ଓ ଭାଜପାକୁ ଘେରି ଅଡ଼ୁଆରେ ପକାଇଛନ୍ତି। ପ୍ରାର୍ଥୀ ହେବା ପରେ ମାଟିର ପୁଅ ହିସାବରେ ଭୋଟ ନେବା ପାଇଁ ଆଞ୍ଚଳିକ କାର୍ଡ ଖେଳିଛନ୍ତି। ୨୦୨୪ ନିର୍ବାଚନକୁ ଦେଖିଲେ ନୟାଗଡ଼ରେ ତ୍ରିମୁଖୀ ଲଢ଼େଇ ହେବା ନେଇ ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri