ଆଇପିଏଲ୍‌ ଇତିହାସରେ ପ୍ରଥମଥର ଲାଗି ଗୋଟିଏ ଦିନରେ ୩ ସୁପର୍‌ ଓଭର

ଦୁବାଇ, ୧୯।୧୦: ବିଶ୍ୱର ସବୁଠାରୁ ବ୍ୟୟବହୁଳ କ୍ରିକେଟ୍‌ ଲିଗ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ ବର୍ଷର ଇତିହାସରେ ‘ସୁପର୍‌ ସନ୍‌ଡେ’ ପ୍ରଥମଥର ‘ଫନ୍‌ ଡେ’ ବା ମଜାର ଦିନ ବୋଲି ପ୍ରମାଣିତ ହୋଇଛି। ଆଇପିଏଲ୍‌ ଇତିହାସରେ ପ୍ରଥମଥର ଲାଗି ଗୋଟିଏ ଦିନରେ ୩ଟି ସୁପର୍‌ ଓଭର ଖେଳାଯାଇଛି। ରବିବାର କୋଲକାତା ନାଇଟ୍‌ ରାଇଡର୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମୁକାବିଲା ଟାଇ ରହିଥିଲା।

ଏହାପରେ ସୁପର୍‌ ଓଭର ଖେଳାଯାଇଥିଲା। ତେବେ ରବିବାର ସନ୍ଧ୍ୟାରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍‌ ମଧ୍ୟ ଟାଇ ରହିଥିଲା। କିନ୍ତୁ କୌତୁହଳର ବିଷୟ ଯେ, ପଞ୍ଜାବ ଓ ମୁମ୍ବାଇ ମଧ୍ୟରେ ମ୍ୟାଚ୍‌ ଟାଇ ହେବା ପରେ ସୁପର୍‌ ଓଭର ଖେଳାଯାଇଥିଲା। ତେବେ ଏହା ମଧ୍ୟ ଟାଇ ରହିଥିଲା। ଏହାପରେ ନୂତନ ନିୟମ ଅନୁଯାୟୀ, ମ୍ୟାଚ୍‌ର ଫଳାଫଳ ବାହାର କରିବା ଲାଗି ୨ୟ ସୁପର୍‌ ଓଭରର ସହାୟତା ନିଆଯାଇଥିଲା। ଏହିଭଳି ଭାବେ ଆଇପିଏଲ୍‌ ଇତିହାସରେ ଗୋଟିଏ ଦିନରେ ୩ ସୁପର୍‌ ଓଭର ଖେଳାଯାଇଥିଲା।
ପୂର୍ବରୁ ଆଇପିଏଲ୍‌ରେ ଗୋଟିଏ ଦିନରେ ଖେଳାଯାଇଥିବା ୨ଟି ମ୍ୟାଚ୍‌ କେବେ ମଧ୍ୟ ଟାଇ ରହି ନ ଥିଲା। ଆଇପିଏଲ୍‌ ୧୩ ବର୍ଷର ଇତିହାସରେ ଏହା ପ୍ରଥମ ଘଟଣା ଯେତେବେଳେ କି ଗୋଟିଏ ଦିନରେ ଅନୁଷ୍ଠିତ ୨ଟି ଯାକ ମ୍ୟାଚ୍‌ ଟାଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଏ ଫ୍ରେଣ୍ଡ ରୁମରୁ ମିଳିଲା ମହିଳାଙ୍କ ମୃତଦେହ! ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା,୧୫।୧୨: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁରସ୍ଥିତ ଏକ ଭଡ଼ା ଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଏକ ନୂଆ ମୋଡ଼ ନେଇଛି।...

ଭଲିବଲ ପ୍ରତିଯୋଗିତା: ରିଷିଡ଼ା ଚାମ୍ପିୟନ

ରିଷିଡ଼ା, ୧୫ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ମିନି ଷ୍ଟାଡିୟମରେ ରବିବାର ଦିନିକିଆ ରିଷିଡ଼ା କପ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।...

ଟି-୨୦ରେ ବଡ଼ କାରନାମା କଲେ ତିଲକ ବର୍ମା: କୋହଲିଙ୍କ ପଛରେ ପକାଇଲେ

ନୂଆଦିଲ୍ଲୀ,୧୫।୧୨: ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ତିଲକ ବର୍ମା ଟି-୨୦ କ୍ରିକେଟରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ତାଙ୍କ ଟି-୨୦ କ୍ୟାରିୟରରେ ୪୦୦୦...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

ମହିଳାଙ୍କଠାରେ ଏହି ୭ ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୃଦଘାତ…

ନୂଆଦିଲ୍ଲୀ,୧୫।୧୨: ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା। କିନ୍ତୁ ଅନେକ କ୍ଷେତ୍ରରେ, ହୃଦଘାତର ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ, ବିଶେଷକରି ମହିଳାଙ୍କ କ୍ଷେତ୍ରରେ।...

ଗମ୍ଭୀରଙ୍କ ଅଦ୍ଭୁତ ଷ୍ଟ୍ରାଟେଜି: ଶେଷ ଓଭରରେ କଲେ ଏମିତି ମିଳିଲା ତୁରନ୍ତ ସଫଳତା

ଧର୍ମଶାଳା,୧୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଏକ ଅଦ୍ଭୁତ ରଣନୀତି...

ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ନେଲେ ନିତିନ ନବୀନ

ନୂଆଦିଲ୍ଲୀ,୧୫।୧୨:  ଭାଜପାର ନୂତନ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ନେଲେ ନୀତିନ ନବୀନ । ସଭାପତି ଜେପି ନଡ୍ଡା ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri