ପାରିବାରିକ କଳହର କରୁଣ ପରିଣତି, ଗୋଟିଏ ପରିବାରର ୩ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଆନନ୍ଦପୁୁର/ହାଟଡିହି,୨୫।୧(ସୁଶାନ୍ତ କୁମାର ସାହୁ/ ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ଖାଳିଆମେଣ୍ଟା ପଞ୍ଚାୟତ ଅଧୀନ ନିଆଳିଝରଣ ଗ୍ରାମରେ ଜମିବାଡ଼ି ବିବାଦରୁ ରବିବାର ସନ୍ଧ୍ୟାରେ ଟ୍ରିପଲ ମର୍ଡର ହୋଇଛି। ପାରିବାରିକ କଳହକୁ କେନ୍ଦ୍ର କରି ସାନ ଭାଇ, ଭାଇ ବୋହୂ ଓ ଝିଆରୀଙ୍କୁ ହାଣି ହତ୍ୟା କରାଯାଇଛି। ମୃତକମାନେ ହେଲେ ଜିତେନ୍ଦ୍ର ସୋରେନ (୪୫), ଜିତେନ୍ଦ୍ରଙ୍କ ସ୍ତ୍ରୀ ମାଳତୀ ସୋରେନ (୩୫) ଓ ତାଙ୍କ ଝିଅ ସସ୍ମିତା ସୋରେନ(୧୫)। ଘଟଣାରେ ଜିତେନ୍ଦ୍ରଙ୍କ ବଡ଼ ଭାଇ ତଥା ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମଣ ସୋରେନଙ୍କୁ ପୋଲିସ ଅଟକ ରଖି ତଦନ୍ତ କରୁଛି। ଅନ୍ୟ ୨ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି ।
ପୋଲିସ ସୂଚନା ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମଣ ସୋରେନ ଓ ସାନ ଭାଇ ଜିତେନ୍ଦ୍ରଙ୍କ ପରିବାର ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ଦୀର୍ଘଦିନ ଧରି କହଳ ଲାଗି ରହିଥିଲା। ଅନେକ ସମୟରେ ୨ ପରିବାର ମଧ୍ୟରେ ମାରପିଟ୍‌ ହେବା ସହ ପରବର୍ତ୍ତୀ ସମୟରେ ଭଦ୍ରଲୋକଙ୍କ ହସ୍ତକ୍ଷେପ ପରେ ସମାଧାନ ହୋଇଛି। ରବିବାର ସନ୍ଧ୍ୟା ୭ଟାରେ ପୂର୍ବ ଘଟଣାକୁ ନେଇ ୨ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଜିତେନ୍ଦ୍ରଙ୍କ ବଡ଼ ଭାଇ ଲକ୍ଷ୍ମଣ, ଅନ୍ୟଜଣେ ଭାଇ ବୈଦ୍ୟନାଥ ସୋରେନ ଓ ତାଙ୍କ ପୁତୁରା ତଥା ବୈଦ୍ୟନାଥ ପୁଅ ମିଳିତ ଭାବେ ଜିତେନ୍ଦ୍ର, ମାଳତୀ ଏବଂ ସସ୍ମିତାଙ୍କୁୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ଜିତେନ୍ଦ୍ରଙ୍କ ଅନ୍ୟ ୨ ଝିଅ ପ୍ରାଣ ବଞ୍ଚାଇ ଦୌଡ଼ି ପଳାଇବାରୁ ସେମାନଙ୍କ ଜୀବନ ବଞ୍ଚତ୍ୟାଇଛି। ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ କରିବା ସହ ଲକ୍ଷ୍ମଣଙ୍କୁ ଅଟକ ରଖି ତଦନ୍ତ ଚାଲିଥିବା ଡିଏସ୍‌ପି କମଳ ପଣ୍ଡା ସୂଚନା ଦେଇଛନ୍ତି। ଜମିବାଡ଼ି ବିବାଦରୁ ଏପରି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ସେ କହିଛନ୍ତି। ଘଟଣା ସ୍ଥଳରେ ଆନନ୍ଦପୁର ଓ ଘଷିପୁରା ଥାନା ଅଧିକାରୀ ତଦନ୍ତ କରୁଥିବାବେଳେ ସୋମବାର ମୃତଦେହକୁ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୋଲକାତାରେ ଭାଜପା-ଟିଏମସି କର୍ମୀ ମୁହାଁମୁହିଁ: ପରସ୍ପରର କାର୍ଯ୍ୟକ୍ରମରେ ଭଙ୍ଗାରୁଜା

କୋଲକାତା, ୨୫ା୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ଚରମ ସୀମାରେ ପହଞ୍ଚିଛି। ରବିବାର ସନ୍ଧ୍ୟାରେ କୋଲକାତାର ସାଖେରବଜାର ଏବଂ ବେହାଲା ପଶ୍ଚିମ ଅଞ୍ଚଳରେ ଭାଜପା…

ପିଏମ୍‌ ଶ୍ରୀ ଉତ୍ସବରେ ଅର୍ଚ୍ଚିତାଙ୍କ ସଫଳତା

ଦିଗପହଣ୍ଡି, ୨୫।୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ କନିଶି ଗ୍ରାମ ପିଏମ୍‌ ଶ୍ରୀ ବାଲାଜୀ ବିଦ୍ୟାପୀଠରେ ଆୟୋଜିତ ଗଞ୍ଜାମ ଜିଲାସ୍ତରୀୟ ପିଏମ୍‌ ଶ୍ରୀ ଉତ୍ସବ…

ପ୍ରତିଷ୍ଠା ଉତ୍ସବର ଦିନକ ପରେ ମନ୍ଦିରରୁ ଚୋରି

ବରଗଡ଼,୨୫।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ଆନନ୍ଦନଗରରେ ଅବସ୍ଥିତ ନବନିର୍ମିତ ମା’ ତାରିଣୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଗତ ୨୩ ତାରିଖରେ ସରିଛି। ମାତ୍ର ପ୍ରତିଷ୍ଠା ଉତ୍ସବର…

ବିଶ୍ୱ ପାଇଁ ଭାରତ ଶାନ୍ତିର ଦୂତ: ୭୭ତମ ସାଧାରଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

ନୂଆଦିଲ୍ଲୀ, ୨୫ା୧: ୭୭ତମ ସାଧାରଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତି ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ସେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା…

କୋରାପୁଟରେ ହାଇକୋର୍ଟ ମୁଖ୍ୟ ବିଚାରପତି, କହିଲେ ଓକିଲାତି ଏକ ପେସା ନୁହେଁ ବ୍ରତୀ ହେବା ଆବଶ୍ୟକ

କୋରାପୁଟ,୨୫।୧(ଅମିତାଭ ବେହେରା ): ତିନି ଦିନିଆ ଗସ୍ତରେ କୋରାପୁଟ ଆସିଥିବା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ତଣ୍ଡନ ରବିବାର କୋରାପୁଟର ସମସ୍ତ କୋର୍ଟ ବୁଲି ଦେଖିବା…

ଅଭିଷେକ, ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ: ୩-୦ରେ ଭାରତର ଆଗୁଆ ସିରିଜ୍‌ ବିଜୟୀ

ଗୁଆହାଟୀ,୨୫ା୧- ଅଭିଷେକ ଶର୍ମା ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ବିପକ୍ଷରେ ରବିବାର ଖେଳାଯାଇଥିବା ତୃତୀୟ ଟି୨୦ ମ୍ୟାଚ୍‌କୁ ଭାରତ ୮…

ଗଜପତି ଜିଲାର ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଭାପତିଙ୍କ ନାମ ଘୋଷଣା

ଗଜପତି, ୨୫ା୧(ଗିରିଧାରୀ ପରିଛା): ଗଜପତି ଜିଲାରେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ଦଳୀୟ ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ…

ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହେଲେ ଦିଗପହଣ୍ଡିର ପ୍ରହଲ୍ଲାଦ ନାଟକ ନୃତ୍ୟଗୁରୁ ସିମାଞ୍ଚଳ, ଅଞ୍ଚଳରେ ଖୁସିର ଲହରୀ

ଦିଗପହଣ୍ଡି,୨୫ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହଲ୍ଲାଦ ନାଟକର ହିରନ୍ୟକଶ୍ୟପ ରାଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ (ଗୁରୁ)…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri