Posted inଜାତୀୟ

୩ ଘଣ୍ଟିଆ ଚକା ଜାମ୍‌: ଦିଲ୍ଲୀ ସୀମା ସିଲ୍‌-୧୦ ମେଟ୍ରୋ ଷ୍ଟେଶନ ବନ୍ଦ

ନୂଆଦିଲ୍ଲୀ, ୬।୨: କୃଷି ଆଇନକୁ ବିରୋଧ କରି ଦେଶବ୍ୟାପି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଶନିବାର ୩ ଘଣ୍ଟିଆ ଚକା ଜାମ୍‌ ମଧ୍ୟାହ୍ନ ୧୨ଟାଠାରୁ ଆରମ୍ଭ ହୋଇ ଅପରାହ୍ନ ୩ଟାରେ ଶେଷ ହୋଇଥିଲା। ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ବ୍ୟତିତ ଦେଶରେ ଅନ୍ୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଚକା ଜାମ୍‌ କରାଯାଇଥିଲା। ଏହି ପ୍ରଦର୍ଶନ ଶାନ୍ତିପୁର୍ଣ୍ଣ ଭାବେ କରାଯାଇଥିବା ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ କୁହାଯାଇଛି। ସୁୂରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀର ସମସ୍ତ ସୀମାକୁ ସିଲ୍‌ କରି ଦିଆଯାଇଥିଲା। ସେହିପରି ଦିଲ୍ଲୀର ୧୦ ମେଟ୍ରୋ ଷ୍ଟେଶନକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ ରି ଦିଆଯାଇଥିଲା। ଦିଲ୍ଲୀର ସିଙ୍ଘୁ ଏବଂ ଗାଜିପୁର ବର୍ଡର ବହୁସ୍ତରୀୟ ବ୍ୟାରିକେଡ ବ୍ୟବସ୍ଥା ସହିତ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ ହୋଇଥିଲେ। ଆନ୍ଦୋଳନକାରୀମାନେ ରାସ୍ତାରେ ବସି ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା। ଚାଷୀ ସଂଗଠନଗୁଡ଼ିକର ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହକୁ କଂଗ୍ରେସ ପକ୍ଷରୁ ସମର୍ଥନ କରାଯାଇଛି। ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କ ଗାନ୍ଧି ଭଦ୍ରା ଏନେଇ କେନ୍ଦ୍ର ସରକାରଙ୍କୁ ଟାଗେର୍ଟ କରିଛନ୍ତି। କଳା କୃଷି ଆଇନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଫେରାଇ ନେବା ଆବଶ୍ୟକ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

AI Impact Summit 2026: ଭାରତ ମଣ୍ଡପମରେ ଝଲସିଲା ‘AI ମହାକୁମ୍ଭ’, ଦିଶିଲା ଭବିଷ୍ୟତର ଝଲକ

ନୂଆଦିଲ୍ଲୀ,୧୭।୨: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ AI ପ୍ରImpact Summit 2026କୁ ପ୍ରଯୁକ୍ତି ଜଗତର AI ମହାକୁମ୍ଭ ବୋଲି କୁହାଯାଉଛି। ଏହି ସମ୍ମିଳନୀରେ, ପ୍ରମୁଖ ଭାରତୀୟ ଏବଂ…

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ବଜେଟ୍ ଅଧିବେଶନ: ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ, ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ

ଭୁବନେଶ୍ବର,୧୭।୨:  ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ୨୦୩୬ରେ ଓଡ଼ିଶା…

ଆମେ ବଞ୍ଚିଥିଲୁ ହେଲେ….ପୁଅର ମୃତ୍ୟୁକୁ ସହିନପାରି ଝୁଲି ପଡ଼ିଲେ ବାପା ମାଆ

ରାୟପୁର,୧୭।୨: ଛତିଶଗଡ଼ର ଜାଞ୍ଜଗିର-ଚମ୍ପା ଜିଲାର ଧାରଦେଇ ଗାଁରୁ ସାମ୍ନାକୁ ଆସିଛି ଦୁଃଖଦ ଘଟଣା । ଘର ଅଗଣାରେ ଏକ ନିମ ଗଛରେ ଝୁଲୁଥିବା ଅବସ୍ଥାରେ ଏକ ଦମ୍ପତିଙ୍କ ମୃତଦେହ…

ବାଂଲାଦେଶର ପ୍ରଥମ Shadow କ୍ୟାବିନେଟ! ବିରୋଧୀଙ୍କ ‘ୱାଚଡଗ’ ଯୋଜନା ସ୍ବଚ୍ଛତା ଆଣିବ ନା ନୂଆ ବିବାଦ ସୃଷ୍ଟି କରିବ? ଜାଣନ୍ତୁ…

ଢାକା,୧୭।୨: ଗତ କିଛି ଦିନ ଧରି, ବାଂଲାଦେଶୀ ରାଜନୀତିରେ ଏକ ନୂତନ କାର୍ଯ୍ୟକାଳ ଆରମ୍ଭ ହୋଇଛି, Shadow କ୍ୟାବିନେଟ। ଫେବୃଆରୀ ୧୨, ୨୦୨୬ରେ ଅନୁଷ୍ଠିତ ୧୩ତମ ସଂସଦୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri