ଲଳିତଗିରି ସୌନ୍ଦର୍ଯ୍ୟକରଣ ନାମରେ ଲୁଟ୍‌

ଚଣ୍ଡିଖୋଲ,୬।୨(ଡି.ଏନ.ଏ.): ଓଡ଼ିଶାର ବୌଦ୍ଧ କୀର୍ତ୍ତିରାଜିରେ ପରିପୂର୍ଣ୍ଣ ଲଳିତଗିରି, ରତ୍ନଗିରି ଓ ଉଦୟଗିରିକୁ ନେଇ ହୀରକ ତ୍ରିଭୁଜ ଗଠିତ। ଏଠାକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ, ଗବେଷକ ଓ ଅନ୍ତର୍ଜାତୀୟ ଟୁର୍‌ ଅପରେଟର ଆସିଥାନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ଏହାର ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟାପକ ଅର୍ଥ ଖର୍ଚ୍ଚ କରିଥାଏ। ତେବେ ଆଶ୍ଚର୍ଯ୍ୟର କଥା ଲଳିତଗିରି ବୌଦ୍ଧବିହାର ଅଞ୍ଚଳରେ ଗୋଟିଏ ବି ପାର୍କ କିମ୍ବା ଉଦ୍ୟାନ ନ ଥିଲା ବେଳେ ଏଠାରେ ବିଭାଗ ତରଫରୁ ୧୧ ବର୍ଷରେ ୯୫ ଲକ୍ଷ ୪୫ ହଜାର ୧୬୦ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡ଼ିଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ଏଏସ୍‌ଆଇ ଉଦ୍ୟାନ ବିଭାଗ ଉଦ୍ୟାନ ସୃଷ୍ଟି କରିବା, ଏହାର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ ବାବଦରେ ଏହି ଟଙ୍କା ଖର୍ଚ୍ଚ କରିଛି। ତେବେ ସମ୍ପୃକ୍ତ ବୌଦ୍ଧ ପୀଠରେ ଗୋଟିଏ ବି ଉଦ୍ୟାନ ନ ଥିଲା ବେଳେ କିପରି ଟଙ୍କା ଖର୍ଚ୍ଚ କରାଗଲା ତାହାକୁ ନେଇ ଲଳିତଗିରି ସରପଞ୍ଚ ସଂଯୁକ୍ତା ସିଂହ ପ୍ରଶ୍ନ ଉଠାଇଛନ୍ତି।
କଟକ ଜିଲା ମାହାଙ୍ଗା ବ୍ଲକ ଅଧୀନରେ ଅବସ୍ଥିତ ଏହି ବୌଦ୍ଧ ପୀଠ ଲଳିତଗିରିରୁ ଭଗବାନ ତଥାଗତ ବୁଦ୍ଧଙ୍କ ଅସ୍ଥି ମିଳିଥିଲା। ଯେଉଁଥିପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ଫଳରେ ଏଏସ୍‌ଆଇ ପକ୍ଷରୁ ବୁଲେଟ୍‌ ପ୍ରୁଫ୍‌ ସଂଗ୍ରହାଳୟ କରାଯାଇ ବୁଦ୍ଧଙ୍କ ଅସ୍ଥି ରଖାଯାଇଛି। ଏହା ଏକ ପ୍ରାଚୀନ ବୌଦ୍ଧପୀଠ ଭାବେ ଚୀନ ପରିବ୍ରାଜକ ହୁଏନସାଂଙ୍କ ଲିଖିତ ପୁସ୍ତକ ପୁ-ଷି-କୋ-କି-ଳିରେ ବର୍ଣ୍ଣିତ ହୋଇଛି। ଐତିହାସିକଙ୍କ ମତରେ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରୁ ଖ୍ରୀ:ଅ: ୨ୟ ଶତାବ୍ଦୀ ସମୟର ପ୍ରାଚୀନ ବୌଦ୍ଧ ସ୍ତୂପ ଆବିଷ୍କୃତ ହୋଇଛି। ଯେଉଁ ସ୍ତୂପ ମଧ୍ୟରୁ ଏହାର ଉତ୍‌ଖନନ ସମୟରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ବୁଦ୍ଧଙ୍କ ଅସ୍ଥି ପେଟିକାକୁ ଆବିଷ୍କାର କରିଥିଲା। ତିନିଟି ଫରୁଆରେ ରହିଥିବା ଏହି ଅସ୍ଥି ଏବେ ବୁଲେଟ୍‌ ପ୍ରୁଫ୍‌ ସଂଗ୍ର୍ରହାଳୟରେ ରହିଛି। ଏହା ସହ ଲଳିତଗିରିରେ ୩ଟି ପ୍ରାଚୀନ ବୌଦ୍ଧ ବିହାର ସମେତ ବହୁ ପ୍ରାଚୀନ ମୂର୍ତ୍ତି ଆବିଷ୍କୃତ ହୋଇ ଗଚ୍ଛିତ ରହିଛି। ଏଠାରୁ ମିଳିଥିବା ପ୍ରାଚୀନ କୀର୍ତ୍ତିରାଜିଗୁଡ଼ିକ ୬ଷ୍ଠ ଶତାଦ୍ଦୀରୁ ଏକାଦଶ ଶତାଦ୍ଦୀ ସମୟର ବୋଲି ଐତିହାସିକ ମତ ଦେଇଛନ୍ତି।
ବିଭିନ୍ନ ଦେଶର ଗବେଷକ ଏଠାକୁ ଆସି ଗବେଷଣା କରି ପୁସ୍ତକ ରଚନା କରିଛନ୍ତି। ତେବେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି ଏଠାରେ ସବୁଜ ବନାନୀ କିମ୍ବା ଉଦ୍ୟାନ ସୃଷ୍ଟି ହୋଇପାରି ନାହିଁ। ଏହାର ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ବୁଦ୍ଧାୟନ ତରଫରୁ ଦାବି କରାଯାଇଛି। ଏଏସ୍‌ଆଇର ଓଡ଼ିଶା ଅଧୀକ୍ଷକ ଅରୁଣ କୁମାର ମଲିକ କହିଛନ୍ତି, ମୁଁ ନୂତନ ଭାବେ ଯୋଗ ଦେଇଛି। ସେ ସମ୍ପର୍କରେ କହିପାରିବି ନାହିଁ। ତେବେ ଭାରତର ପ୍ରତ୍ନତାତ୍ତ୍ୱିକ ବିଭାଗ ଅଧୀନରେ ଥିବା ଏକ ଉଦ୍ୟାନ ବିଭାଗ ପକ୍ଷରୁ ଏହି ଅର୍ଥ ଖର୍ଚ୍ଚ କରାଯାଇଥାଏ ବୋଲି ସେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri