ବିବାହର ୩ଦିନ ପରେ କନ୍ୟା ସାଜିଲେ ଲୁଟେରା

ଲକ୍ଷ୍ନୌ,୨୩।୭: ବିବାହ ପରେ ଘରକୁ ବଧୂ ଆସିଲେ ପରିବାରରେ ହସଖୁସିର ମାହୋଲ ଖେଳିଯାଏ। ବୋହୁଙ୍କୁ ଘରର ଲକ୍ଷ୍ମୀପ୍ରତିମା ଭାବି ପରିବାରର ମୁରବି ତାଙ୍କୁ ଘରର ସମସ୍ତ ଦାୟିତ୍ୱ ଦେଇଥାନ୍ତି। କିନ୍ତୁ ଯେବେ ଏହି ଲକ୍ଷ୍ମୀପ୍ରତିମା ସେମାନଙ୍କୁ ଧୋକା ଦେଇଥାଏ ସେତେବେଳେ ସେମାନଙ୍କୁ ଏକ ଶକ୍ତ ଝଟ୍‌କା ଲାଗିଥାଏ। ଆଉ ଘରେ ଖେଳିଯାଏ ଦୁଃଖର ଛାୟା। କିଛି ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶରେ। ଉତ୍ତରପ୍ରଦେଶ ହସନପୁରର କୋତଓ୍ବାଲି ଅଞ୍ଚଳ କରନପୁର ମାଫି ଗାଁରେ ରହୁଥିବା କୋପଲ ସିଂ ନାମକ ଜଣେ ଯୁବକ ଜାବଡ଼ା ଗାଁର ଯୁବତୀଙ୍କୁ ୭୦ହଜାର ଟଙ୍କାରେ ଜୁଲାଇ ୧୬ରେ ବିବାହ କରିଥିଲେ। ତେବେ ବିବାହର ୩ ଦିନ ପରେ ଉକ୍ତ ନବବଧୂ ଶ୍ୱଶୁର ଘରେ କଳାକନା ବୁଲାଇଦେଇଥିବା ଜଣାପଡ଼ିଛି। ତାଙ୍କ ଘରୁ ନଗଦ ୨ଲକ୍ଷ ଟଙ୍କା, ସୁନା ଗହଣା ଓ ଅନ୍ୟ କେତେକ ଜିନିଷ ନେଇ ଫେରାର ହୋଇଯାଇଛନ୍ତି। ଏନେଇ ଜଣାପଡ଼ିବା ପରେ ହସଖୁସିର ଘରେ ଏବେ ଶୋକର ଛାୟା ଖେଳିଯାଇଛି। ଏନେଇ ଯୁବକ ଜଣଙ୍କ ହସନପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ଅଭିଯୁକ୍ତଙ୍କ ପତ୍ତା ଲଗାଇବା ପାଇଁ ତଦନ୍ତ ଚଳାଇଛି।

Share