Posted inଖେଳ

ଆୟୁଷଙ୍କୁ ତ୍ରିମୁକୁଟ, ଶ୍ରୁତିଙ୍କୁ ଦ୍ୱିମୁକୁଟ

ବଲାଙ୍ଗୀର,୧୭ା୭ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ପୃଥ୍ବୀରାଜ ହାଇସ୍କୁଲ ବ୍ୟାଡ୍‌ମିଣ୍ଟନ ଇନ୍‌ଡୋର ଷ୍ଟାଡିୟମରେ ଓଡିଶା ରାଜ୍ୟ ସିନୟର ର଼୍ୟାଙ୍କିଙ୍ଗ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ଫାଇନାଲରେ ଆୟୁଷ ଦାସ ପୁରୁଷ ସିଙ୍ଗଲ୍ସ, ଡବଲ୍ସ ଓ ମିକ୍ସଡ ଡବଲ୍ସ ମ୍ୟାଚ୍‌ ଜିତି ତ୍ରିମୁକୁଟ ହାସଲ କରିଛନ୍ତି। ମହିଳା ବିଭାଗରେ ଶ୍ରୁତି ସ୍ବାଇଁ ସିଙ୍ଗଲ୍ସ ଓ ଡବଲ୍ସ ଫାଇନାଲ ମ୍ୟାଚ୍‌ ଜିତି ଦ୍ୱିମୁକୁଟ ଅର୍ଜନ କରିଛନ୍ତି ା ସେହିପରି ଅନୁଜା-ଶ୍ରୁତି ଯୋଡି ମହିଳା ଡବଲ୍ସ ବର୍ଗ, ଆୟୁଷ-ଅବିନାଶ ଯୋଡି ପୁରୁଷ ଡବଲ୍ସ ବର୍ଗ, ଆୟୁଷ-ପୂର୍ବା ପ୍ରତ୍ୟାଶା ଯୋଡି ମିକ୍ସଡ ଡବଲ୍ସ ବର୍ଗରେ ଫାଇନାଲ ଜିତି ଟାଇଟଲ କବ୍‌ଜା କରିଛନ୍ତି ା
ରବିବାର ସମସ୍ତ ବର୍ଗର ସେମିଫାଇନାଲ ଓ ଫାଇନାଲକୁ ନେଇ ସମୁଦାୟ ୧୫ଟି ମ୍ୟାଚ ଖେଳାଯାଇଥିଲା। ପୁରୁଷ ସିଙ୍ଗଲ୍ସ ବିଭାଗ ସେମିଫାଇନାଲରେ ଆର୍ଯ୍ୟ ଅମୀୟଙ୍କୁ ଏବଂ ଆୟୁଷ ସ୍ବାଧୀନଙ୍କୁ ହରାଇ ଫାଇନାଲକୁ ଉନ୍ନୀତ ହୋଇଥିଲେ। ଫାଇନାଲ୍‌ରେ ଆୟୁଷ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରି ଟାଇଟଲ ଫେଭରିଟ୍‌ ଆର୍ଯ୍ୟଙ୍କୁ ହରାଇ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ହୋଇଥିଲେ। ପୁରୁଷ ଡବଲ୍ସ ବିଭାଗରେ ଅମୀୟ-ଅନିର୍ବାଣ ଓ ଆୟୁଷ-ଅବିନାଶଙ୍କ ଯୋଡି ମଧ୍ୟରେ ଫାଇନାଲ ଖେଳା ଯାଇଥିଲା ା ରୋମାଞ୍ଚକର ଫାଇନାଲରେ ଆୟୁଷ- ଅବିନାଶଙ୍କ ଯୋଡି ବାଜି ମାରିଥିଲେ। ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ହର୍ଷିତା ଇଶାନୀଙ୍କୁ ଓ ଶ୍ରୁତି ଶିରିନଙ୍କୁ ହରାଇ ଫାଇନାଲରେ ପଦାର୍ପଣ କରିଥିଲେ। ଫାଇନାଲରେ ଶ୍ରୁତି ବିଜୟ ଲାଭ କରିଥିଲେ ା
ମହିଳା ଡବଲ୍ସ ୍‌ଫାଇନାଲରେ ଅନୁଜା-ଶ୍ରୁତି ଓ ହର୍ଷିତା-ପୂର୍ବା ପ୍ରତ୍ୟାଶାଙ୍କ ଯୋଡି ପରସ୍ପରକୁ ଭେଟିଥିଲେ। ଶେଷରେ ଅନୁଜା-ଶ୍ରୁତିଙ୍କ ଯୋଡି ଚମତ୍କାର ଖେଳ ପ୍ରଦର୍ଶନ କରି ବିଜୟ ମୁକୁଟ ପିନ୍ଧିଥିଲେ ା ସେହିପରି ମିକ୍ସଡ ଡବଲ୍ସ ଫାଇନାଲ୍‌ରେ ଅଭିଜିତ-ହର୍ଷିତାଙ୍କ ଯୋଡିଙ୍କୁ ଆୟୁଷ-ପୂର୍ବା ପ୍ରତ୍ୟାଶା ଯୋଡି ହରାଇ ଚାମ୍ପିୟନ ହୋଇଥିଲେ।
ସାଙ୍ଗଠନିକ ସମ୍ପାଦକ ସୁରୁଲାଲ ମଟାରିଙ୍କ ସଂଯୋଜନାରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ମୁଖ୍ୟଅତିଥି ମିଶ୍ର ତାଙ୍କ ବକ୍ତବ୍ୟରେ ବଲାଙ୍ଗୀରରେ କ୍ରୀଡାର ଭିତ୍ତିଭୂମିର ବିକାଶ ଦିଗରେ ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯାଉଛି। ପୃଥ୍ବୀରାଜ ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମକୁ ରାଜ୍ୟର ସବୁଠୁ ଭଲ ବ୍ୟାଡ୍‌ମିଣ୍ଟନ ଇନ୍‌ଡୋର ବୋଲି ଖେଳାଳିମାନେ କହିବା ଗର୍ବର ବିଷୟ। ଆଗାମୀ ଦିନରେ ବଲାଙ୍ଗୀର କ୍ରୀଡା ହବ୍‌ ହେବ ବୋଲି କହିଥିଲେ। ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଜିଲା ବ୍ୟାଡ୍‌ମିଣ୍ଟନ ସଂଘ ସଭାପତି ଗୋପାଳ ପଣ୍ଡା, ଉପସଭାପତି ଘନଶ୍ୟାମ ମିଶ୍ର, ମ୍ୟାଚ କୋଅର୍ଡିନେଟର ଅନନ୍ତ ବେହେରା, ମାନସ ମହାନ୍ତି, ସୁରେନ୍ଦ୍ର ନେପାଲ, ଡେଭଲପମେଣ୍ଟ କମିଟି ଜିଲା ମୁଖ୍ୟ ଦେବାଶିଷ ମିଶ୍ର ମଞ୍ଚାସୀନ ଥିଲେ। ଫୁଡ ଇନଚାର୍ଜ ସୁଶାନ୍ତ ଚୋପଦାର, ବାସୁଦେବ ବେହେରା, ସୁଧୀର ପଣ୍ଡା, କବିଚନ୍ଦ୍ର ଠାକୁର, ଆଦିତ୍ୟ କେଜ୍ରିୱାଲ, ସୁଶାନ୍ତ ମହାନ୍ତି, ପ୍ରକାଶ ସାହୁ, ଚନ୍ଦନ ମିଶ୍ର, ଆକ୍ରମ ଦୁରାନି, ପୁଷ୍ପ ଭୂଷଣ ସୁତାର, ନନ୍ଦିନୀ ଲାଲ ବିଶେଷ ସହଯୋଗ କରିଥିଲେ। ଚିଫ୍‌ ରେଫରି ବିଜୟ ବାଗ, ପର୍ଯ୍ୟବେକ୍ଷକ ମନୋରଞ୍ଜନ ଦାସ, ସୁନୀଲ ବେହେରା, ହେମନ୍ତ ପ୍ରଧାନ, ଆଶିଷ ଉପାଧ୍ୟାୟ, ରାଜକିଶୋର ଶତପଥୀ ଓ ଚନ୍ଦ୍ରଶେଖର ମିଶ୍ର ସମସ୍ତ ମ୍ୟାଚ ପରିଚାଳନା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri