ଟ୍ରେନ୍‌ ଧକ୍କାରେ ୩ ଗାଈଙ୍କ ଜୀବନ ଗଲା

କେନ୍ଦୁଝର,୭ା୫(ସ୍ବ.ପ୍ର.): ସ୍ଥାନୀୟ ନରଣପୁର ରେଲଓ୍ବେ ଷ୍ଟେଶନ ନିକଟରେ ରେଳ ଦୁର୍ଘଟଣା ଘଟି ୩ ଗାଈଙ୍କର ମୃତ୍ୟୁ ଘଟିଛି। ଷ୍ଟେଶନଠାରୁ ମାତ୍ର ୫୦୦ ମିଟର ଦୂର ରେଲଓ୍ବେ ଓଭର ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଠାରେ ବାରମ୍ବାର ଦୁର୍ଘଟଣା ଘଟି ଗୃହପାଳିତ ପଶୁଙ୍କର ମୃତ୍ୟୁ ହେଉଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି। ଗତ ଦୁଇ ବର୍ଷ ଭିତରେ ବହୁ ସଂଖ୍ୟାରେ ଗୋ-ସମ୍ପଦ ରେଳରେ କଟି ମୃତ୍ୟୁବରଣ କରିଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି। ଗୃହପାଳିତ ପଶୁଙ୍କ ଟ୍ରେନ୍‌ ଲାଇନ ଉପରେ ଯାତାୟାତ ବନ୍ଦ କରିବା ପାଇଁ ସୁରକ୍ଷା ବାଡ଼ ଦେବା ପାଇଁ ଦାବି ହେଉଛି। ଗୃହପାଳିତ ପଶୁଙ୍କ ବାରମ୍ବାର ମୃତ୍ୟୁ ଯୋଗୁ ଗରିବ ଲୋକମାନେ ଆର୍ଥିକ କ୍ଷତି ସହୁଥିବା ବେଳେ, ଅନେକ ଋଣ ଗ୍ରସ୍ତ ହୋଇ ପଡ଼ୁଛନ୍ତି। ସେହିପରି ନିକଟରେ ଥିବା କପିଳେଶ୍ୱର ମନ୍ଦିରକୁ ପ୍ରତିଦିନ ଶହ ଶହ ଭକ୍ତଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ଏହି ସ୍ଥାନରେ ଏକ ଫୁଟ୍‌ ଓଭର ବ୍ରିଜ କରିବା ପାଇଁ ମଧ୍ୟ ସ୍ଥାନୀୟ ଲୋକେ ଦାବି କରିଛନ୍ତି।