ମଙ୍ଗଳ ଅଭିମୁଖେ ତିନୋଟି ଅଭିଯାନ

ମଙ୍ଗଳ ହେଉଛି ସୂର୍ଯ୍ୟଠାରୁ ଦୂରତାକ୍ରମରେ ସୌରଜଗତର ଚତୁର୍ଥ ଗ୍ରହ। ଏହା ମଧ୍ୟ ହେଉଛି ସୌରଜଗତର ଦ୍ୱିତୀୟ କ୍ଷୁଦ୍ରତମ ଗ୍ରହ। ଏହା ପୃଷ୍ଠରେ ପ୍ରଚୁର ପରିମାଣର ଲୁହା ଅନିସାଇଡ୍‌ ଥିବାରୁ ଏହା ଆମକୁ ଲାଲ ଦେଖାଯାଏ। ଏଣୁ ଏହାକୁ ‘ଲୋହିତ ଗ୍ରହ’ ମଧ୍ୟ କୁହାଯାଏ। ପୃଥିବୀ ଭଳି ଏହାର ପୃଷ୍ଠ ମାଟି, ଗୋଡିରେ ଗଠିତ ଏବଂ ଏହାର ବାୟୁମଣ୍ଡଳ ଅଛି। ବାୟୁମଣ୍ଡଳରେ ୯୫.୩ ପ୍ରତିଶତ ଅଙ୍ଗାରକାମ୍ଳ ଏବଂ ଅବଶିଷ୍ଟ ଆରଗନ ଓ ଯବକ୍ଷାରଜାନ ଅଛି। ଏହା ସହିତ କିଞ୍ଚତ୍ତ ମାତ୍ରାରେ ଅମ୍ଳଜାନ ଓ ଜଳୀୟବାଷ୍ପ ଅଛି। ଏହାର ବାୟୁମଣ୍ଡଳୀୟ ଚାପ ବହୁତ କମ୍‌ ଏବଂ ଏଥିପାଇଁ ଏହାର ପୃଷ୍ଠରେ ଜଳ ରହିପାରେ ନାହିଁ। ମାତ୍ର ଏହାର ଦୁଇ ମେରୁ ଅଞ୍ଚଳରେ ବରଫ ଆକାରରେ ଜଳ ଅଛି। ଏହାର ପୃଷ୍ଠରେ ପୃଥିବୀ ଭଳି ନଦୀ, ଉପତ୍ୟକା, ପାହାଡ, ପର୍ବତ ଆଦି ଅଛି।
ମଙ୍ଗଳରେ ଏକ ଉନ୍ନତ ଜୀବ ସମାଜ ରହିଛି ବୋଲି ବହୁ ଦିନରୁ କଳ୍ପନା ଜଳ୍ପନା କରାଯାଉଥିଲା। ମାତ୍ର ସେଠାକୁ ମହାକାଶଯାନ ପଠାଇବା ପରେ ଜଣାପଡିଛି ଯେ ସେଠାରେ ଜୀବ ନାହିଁ। କିନ୍ତୁ ବୈଜ୍ଞାନିକମାନେ ବିଶ୍ୱାସ କରୁଛନ୍ତି ଯେ ସେଠାରେ ପୂର୍ବରୁ ଜଳ ଓ ଜୀବଜଗତ ଥିଲା, ମାତ୍ର ଜଳ କୌଣସି କାରଣରୁ ବାଷ୍ପୀଭୂତ ହୋଇ ଯିବା ପରେ ଜୀବଜଗତ ନିଶ୍ଚିହ୍ନ ହୋଇଯାଇଛି। ଏହାର ଅନୁସନ୍ଧାନ କରିବା ପାଇଁ ମଙ୍ଗଳକୁ ବିଭିନ୍ନ ଦେଶ ମହାକାଶଯାନ ପଠାଇବା ପାଇଁ ଆଗ୍ରହୀ ହୋଇଛନ୍ତି।
ମଙ୍ଗଳ କକ୍ଷକୁ ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ, ୟୁରୋପୀୟ ମହାକାଶ ସଂସ୍ଥା ଓ ଭାରତ ମହାକାଶ ଯାନ ପଠାଇବାରେ ସଫଳ ହୋଇଛନ୍ତି। ଏତଦବ୍ୟତୀତ ଯୁକ୍ତରାଷ୍ଟ୍ର ଆମେରିକା ମଙ୍ଗଳ ପୃଷ୍ଠରେ ପାଞ୍ଚଟି ରୋଭର ଯାନ ଅବତରଣ କରାଇ ବିଭିନ୍ନ ପରୀକ୍ଷା କରିଛି। ବର୍ତ୍ତମାନ ମଧ୍ୟ ଏହାର କ୍ୟୁରିଓସିଟି ଓ ଇନସାଇଟ୍‌ ରୋଭର ଦ୍ୱୟ ମଙ୍ଗଳ ପୃଷ୍ଠରେ କାର୍ଯ୍ୟରତ ଅଛନ୍ତି। ଏହାବ୍ୟତୀତ ଯୁକ୍ତରାଷ୍ଟ୍ର ଆମେରିକାର ତିନୋଟି, ୟୁରୋପୀୟ ମହାକାଶ ସଂସ୍ଥାର ଗୋଟିଏ ଓ ଭାରତର ଗୋଟିଏ ମହାକାଶଯାନ ମଙ୍ଗଳ କକ୍ଷରେ ପ୍ରଦକ୍ଷିଣ କରି ତଥ୍ୟ ସଂଗ୍ରହ କରୁଛନ୍ତି।
ଏହି ବର୍ଷ ଜୁଲାଇ ମାସରେ ୟୁନାଇଟେଡ୍‌ ଆରବ ଏମିରେଟସ, ଚାଇନା ଓ ଯୁକ୍ତରାଷ୍ଟ୍ର ଆମେରିକା ମଙ୍ଗଳ ଅଭିମୁଖେ ତିନୋଟି ଅଭିଯାନ ସଫଳ ଭାବରେ ଉତକ୍ଷେପଣ କରିଛନ୍ତି। ଜଣାପଡେ, ସତେ ଯେପରି ଏଥିପାଇଁ ଗୋଟିଏ ପ୍ରତିଯୋଗିତା ଚାଲିଛି। କିନ୍ତୁ ଏହା ନୁହେଁ। ବାସ୍ତବରେ ମଙ୍ଗଳ ଗ୍ରହକୁ ଯାନ ପଠାଇବାର ପ୍ରକୃଷ୍ଟ ସମୟ ହେଉଛି ଯେତେବେଳେ ପୃଥିବୀ ଓ ମଙ୍ଗଳ ପରସ୍ପର ନିକଟରେ ଥାଆନ୍ତି। ଏପରି ସ୍ଥିତି ପ୍ରତି ୨୬ ମାସରେ ଥରେ ଆସିଥାଏ ଏବଂ ଏହା ଗତ ଜୁଲାଇ ମାସରେ ଆସିଥିଲା। ଏହା କାହିଁକି ହୁଏ ଦେଖିବା। ପୃଥିବୀ ଓ ମଙ୍ଗଳ ସୂର୍ଯ୍ୟ ଚାରିପଟେ ଘୂରୁଛନ୍ତି ଏବଂ ଉଭୟ ପରିକ୍ରମଣ ସମୟ ହେଉଛି ଅଲଗା। ନିଜ ନିଜ କକ୍ଷ ପଥରେ ଘୂରୁ ଘୂରୁ ଯେତେବେଳେ ସୂର୍ଯ୍ୟ ଓ ମଙ୍ଗଳ ମଝିରେ ପୃଥିବୀ ଏକ ସରଳ ରେଖାରେ ରହେ, ତାକୁ ‘ଅପସଂଯୋଗ’ କୁହାଯାଏ। ଏହି ସମୟରେ ପୃଥିବୀର ଅତି ନିକଟରେ ମଙ୍ଗଳ ଥାଏ। ଏଣୁ ଏହି ସମୟରେ ମଙ୍ଗଳ ଅଭିମୁଖେ ମହାକାଶ ଯାନ ପ୍ରେରଣ କଲେ ଏହା ସେଠାରେ ପହଞ୍ଚତ୍ବା ପାଇଁ କମ୍‌ ସମୟ ନେଇଥାଏ ଏବଂ ଫଳରେ କମ ଇନ୍ଧନ ଆବ୍ୟଶକ ହୋଇଥାଏ। ଏହି ଅପସଂଯୋଗ ଗତ ଜୁଲାଇ ମାସରେ ଘଟିଥିବାରୁ ତିନୋଟି ଅଭିଯାନ ମଙ୍ଗଳ ଅଭିମୁଖେ ପ୍ରେରିତ ହୋଇଛି।
ୟୁନାଇଟେଡ୍‌ ଆରବ ଏମିରେଟସ (ୟୁଏଇ)ର ମଙ୍ଗଳ ଯାନ ‘ଅମଲ’ ବା ‘ହୋପ୍‌’ ଜୁଲାଇ ୧୯ ତାରିଖରେ ଜାପାନର ତାନୋଗାମିମା ମହାକାଶ କେନ୍ଦ୍ରରୁ ଅନ୍ତରୀକ୍ଷକୁ ପ୍ରେରିତ ହୋଇଛି। ଏହା ମଙ୍ଗଳର ବାୟୁମଣ୍ଡଳ ଓ ଜଳବାୟୁକୁ ଅନୁଧ୍ୟାନ କରିବ। ଏହା ହେଉଛି ଆରବ ଜଗତର ପ୍ରଥମ ଅନ୍ତଃଗ୍ରହ ଅଭିଯାନ। ଏହା ମଙ୍ଗଳ କକ୍ଷରେ ୨୦୨୧ ମସିହା ଫେବୃୟାରୀ ମାସରେ ପହଞ୍ଚତ୍ବ। ସୂଚନାଯୋଗ୍ୟ ଯେ ୟୁଏଇ ସେହି ବର୍ଷ ନିଜ ଦେଶ ଗଠନର ୫୦ତମ ବର୍ଷ ପୂର୍ତ୍ତି ପାଳନ କରିବ।
ଚାଇନା ଜୁଲାଇ ୨୩ରେ ନିଜର ମହାକାଶଯାନ ‘ତିଆନଓ୍ବେନ-୧’କୁ ହେଇନାନ ଦ୍ୱୀପରୁ ମଙ୍ଗଳ ଅଭିମୁଖେ ଉତକ୍ଷେପଣ କରିଛି। ଏଥିରେ ଗୋଟିଏ କକ୍ଷ ପ୍ରଦକ୍ଷିଣକାରୀ ଯାନ (ଅର୍ବିଟର), ଗୋଟିଏ ପୃଷ୍ଠ ଅବତରଣକାରୀ ଯାନ (ଲ୍ୟାଣ୍ଡର) ଏବଂ ଗୋଟିଏ ରୋଭର ଯାନ ରହିଛି। ଅର୍ବିଟର ମଙ୍ଗଳ କକ୍ଷରେ ପରିକ୍ରମଣ କରି ତଥ୍ୟ ପଠାଇବ ଏବଂ ରୋଭର ମଙ୍ଗଳ ପୃଷ୍ଠରେ ଗଠନ, ମୃତ୍ତିକା, ବାୟୁମଣ୍ଡଳ ଓ ଜଳବାୟୁକୁ ବିଶ୍ଳେଷଣ କରିବ। ୨୦୧୧ ମସିହାରେ ଚାଇନାର ପ୍ରଥମ ମଙ୍ଗଳ ଅଭିଯାନ ବିଫଳ ହେବା ପରେ ଏହା ହେଉଛି ତାହାର ଦ୍ୱିତୀୟ ଚେଷ୍ଟା।
ଯୁକ୍ତରାଷ୍ଟ୍ର ଆମେରିକା ଜୁଲାଇ ୩୦ରେ ‘ଆଟଲାସ-୫’ ରକେଟ୍‌ ସାହାଯ୍ୟରେ ‘ମାରସ୍‌ ପର୍ସିଭରାନସ’ ରୋଭର ଅଭିଯାନକୁ ଫ୍ଲୋରିଡାସ୍ଥିତ କେପ କାନାଭେରାଲ ବାୟୁସେନା ଘାଟିରୁ ଉତକ୍ଷେପଣ କରିଛି। ଏହି ଅଭିଯାନରେ ଗୋଟିଏ ରୋଭର ଓ ଗୋଟିଏ ହେଲିକପ୍ଟର ଅଛି। ଅନ୍ୟ କୌଣସି ଗ୍ରହରେ ହେଲିକପ୍ଟର ଉଡିବା ଏହା ପ୍ରଥମ ଘଟଣା ହେବ। ଏହାକୁ ପରୀକ୍ଷାମୂଳକ ଭାବେ ପ୍ରଦର୍ଶନ କରାଯିବ। ଏହା ସଫଳ ହେଲେ ଆମେରିକା ତାହାର ପରବର୍ତ୍ତୀ ମଙ୍ଗଳ ଅଭିଯାନଗୁଡ଼ିକରେ ଏହାକୁ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ବ୍ୟବହାର କରିବ। ମଙ୍ଗଳ ପୂର୍ବରୁ ଜୀବସତ୍ତା ଥିଲା କିମ୍ବା ଏବେ ମଧ୍ୟ ସୂକ୍ଷ୍ମାତିସୂକ୍ଷ୍ମ ଜୀବ ଅଛି, ତାହା ଅନୁସନ୍ଧାନ କରିବା ହେଉଛି ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ରୋଭର ମଙ୍ଗଳ ପୃଷ୍ଠର ଶିଳା ଓ ମୃତ୍ତିକା ନମୁନା ସଂଗ୍ରହ କରିବ ଏବଂ ଅନ୍ୟ ଏକ ଅଭିଯାନରେ ୨୦୩୧ ମସିହାରେ ଏହା ପୃଥିବୀକୁ ଆଣିବା ପାଇଁ ଯୋଜନା କରାଯାଇଛି। ଏହା ମଙ୍ଗଳ ପୃଷ୍ଠରେ ୬୮୭ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିବା ପାଇଁ ଡିଜାଇନ୍‌ କରାଯାଇଛି। ଏହା ଶରୀରରେ ୭ଟି ବୈଜ୍ଞାନିକ ଯନ୍ତ୍ରପାତି, ୧୯ଟି କ୍ୟାମେରା ଓ ଦୁଇଟି ମାଇକ୍ରୋଫୋନ୍‌ ଖଞ୍ଜା ଯାଇଛି। ମାଇକ୍ରୋଫୋନ୍‌ ପ୍ରଥମ ଥର ପାଇଁ ମଙ୍ଗଳ ଗ୍ରହରେ ଧ୍ୱନି ରେକର୍ଡ କରିବ।
ୟୁଏଇ ଓ ଚାଇନାର ମହାକାଶ ଯାନରେ ଶକ୍ତି ଉତ୍ପାଦନ ପାଇଁ ସୌର ଫଳକ ଅଛି। କିନ୍ତୁ ଆମେରିକା ଯାନରେ ସୌରଶକ୍ତି ସହ ତାପୀୟ ବିଦ୍ୟୁତ ଜେନେରେଟର ଅଛି, ଯାହା ତେଜଷ୍କ୍ରିୟ ପ୍ଳୁଟୋନିୟମ ଧାତୁ ଦ୍ୱାରା କାର୍ଯ୍ୟ କରିଥାଏ। ରାତି ସମୟରେ କିମ୍ବା ଧୂଳି ସମୟରେ ସୌର ଫଳକ କାର୍ଯ୍ୟ କରେନାହିଁ। କିନ୍ତୁ ଜେନେରେଟର ସବୁ ସମୟରେ କାର୍ଯ୍ୟ କରିଥାଏ।
ସମସ୍ତ ତିନୋଟିଯାକ ଯାନ ଅଭିଯାନ ୪୮୩ ନିୟୁତ କିଲୋମିଟରରୁ ଅଧିକ ପଥ ଅତିକ୍ରମ କରି ପ୍ରାୟ ସାତ ମାସ ପରେ ୨୦୨୧ ମସିହା ଫେବୃୟାରୀ ମାସରେ ମଙ୍ଗଳ ଗ୍ରହରେ ପହଞ୍ଚତ୍ବ। ଭବିଷ୍ୟତରେ ମଙ୍ଗଳକୁ ମହାକାଶଚାରୀ ପଠାଇବା ପାଇଁ ଯେଉଁ ଯୋଜନା କରାଯାଇଛି, ଏହି ଅଭିଯାନଗୁଡିକର ତଥ୍ୟ ତାକୁ ସାହାଯ୍ୟ କରିବ।

ଇଂ ମାୟାଧର ସ୍ବାଇଁ
-୭୨, ଲକ୍ଷ୍ମୀବିହାର, ଫେଜ୍‌-୧ ଭୁବନେଶ୍ୱର-୧୮
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ବଢୁଛି ତାପମାତ୍ରା: ଆସନ୍ତା ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧୬ା୨(ବନ୍ଦନା ସେଠୀ):ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ରାତିରେ ଶୀତ, ଭୋର୍‌ ସମୟରେ କୁହୁଡି ଓ ଦିନରେ ଖରାତାତି ଅନୁଭୂତ ହେଉଛି। ଉତ୍ତର ଉପକୂଳ ଓଡ଼ିଶାର କିଛି…

ପାକିସ୍ତାନର ଗର୍ବ ଭାଙ୍ଗିଲେ ଏହି ୫ ଖେଳାଳି: ସାଜିଲେ ବିଜୟର ହିରୋ

କଲମ୍ବୋ,୧୬।୨: ୨୦୨୬ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଆଉ ଏକ ସ୍ମରଣୀୟ ବିଜୟ ସହିତ ଭାରତ ସୁପର ୮ରେ ପ୍ରାୟ ନିଜର ସ୍ଥାନ ସୁରକ୍ଷିତ କରିଛି। ଏହି…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri