Posted inଜାତୀୟ

କାନାଡାରେ ଭାରତୀୟ ହିନ୍ଦୁଙ୍କ ପ୍ରତି ବିପଦ

ନୂଆଦିଲ୍ଲୀ,୨୧ା୯ : ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜାରଙ୍କୁ ହତ୍ୟା ଘଟଣାରେ ଭାରତର ସମ୍ପୃକ୍ତି ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଅଭିଯୋଗ କରିବା ପରେ ଦୁଇଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇପଡ଼ିଛି। ପରସ୍ପର ଜଣେ ଲେଖାଏ କୂଟନୀତିଜ୍ଞ ବହିଷ୍କାର କରିଛନ୍ତି। ଏଭଳିସ୍ଥଳେ କାନାଡାରେ ରହୁଥିବା ଭାରତୀୟ ହିନ୍ଦୁମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ସେମାନଙ୍କୁ କାନାଡା ଛାଡ଼ି ଚାଲିଯିବାକୁ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ସିଂ ପନ୍ନୁନ୍‌ ଧମକ ଦେଇଛନ୍ତି। ଭାରତ ସରକାର କାନାଡାରେ ରହୁଥିବା ଭାରତୀୟଙ୍କୁ ସତର୍କ କରାଇବା ସହ ଏକ ପରାମର୍ଶନାମା ଜାରି କରିଛନ୍ତି। ଅନ୍ୟପକ୍ଷରେ ଭାରତ ଗସ୍ତ କରୁଥିବା କାନାଡା ନାଗରିକଙ୍କ ଉଦ୍ଦେଶ୍ୟରେ ମଧ୍ୟ ଉକ୍ତ ଦେଶର ସରକାର ସତର୍କ ଆଡଭାଇଜରି ଜାରି କରିଛନ୍ତି।
ଖଲିସ୍ତାନୀ ନେତା ହରଦୀପ୍‌ ସିଂ ନିଜାର ହତ୍ୟା ଘଟଣାକୁ ନେଇ ଭାରତ-କାନାଡା ସମ୍ପର୍କ ଅଧିକ ତିକ୍ତ ହେବାରେ ଲାଗିଛି। ଉକ୍ତ ହତ୍ୟାକାଣ୍ଡରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ କରି କାନାଡା ସରକାର ସେଠାରେ ଥିବା ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ପରେ ନୂଆଦିଲ୍ଲୀ ଅନୁରୂପ ପଦକ୍ଷେପ ସ୍ବରୂପ କାନାଡା କୂଟନୀତିଜ୍ଞଙ୍କୁ ୫ ଦିନ ମଧ୍ୟରେ ଦେଶ ଛାଡ଼ି ଚାଲିଯିବାକୁ କହିଥିଲା।

ନିଜାର ହତ୍ୟାରେ ଭାରତ ସରକାରଙ୍କ ସମ୍ପୃକ୍ତି ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ପାର୍ଲାମେଣ୍ଟରେ ଅଭିଯୋଗ ଆଣିବାର ଦିନକ ପରେ ସେଠାକାର ଭାରତୀୟ-କାନାଡୀୟ ହିନ୍ଦୁମାନଙ୍କୁ ଦେଶ ଛାଡ଼ି ଭାରତ ଚାଲିଯିବାକୁ ଧମକ ଦିଆଯାଇଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି। ଖଲିସ୍ତାନୀ ସପକ୍ଷବାଦୀ ସଂଗଠନ ଶିଖ୍‌ ଫର୍‌ ଜଷ୍ଟିସ୍‌(ଏସ୍‌ଏଫ୍‌ଜେ) ନେତା ତଥା ଆତଙ୍କବାଦୀ ଗୁରୁପତଓ୍ବନ୍ତ ସିଂ ପନ୍ନୁନ୍‌ ଏହି ଧମକ ଦେଇଛନ୍ତି। ଦୁଇଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ଖରାପ ହୋଇଥିବାବେଳେ ହିନ୍ଦୁମାନଙ୍କୁ ଦିଆଯାଇଥିବା ଧମକପୂର୍ଣ୍ଣ ବାର୍ତ୍ତାର ଭିଡିଓ ଭାଇରାଲ ହୋଇଛି। ସେଥିରେ ପନ୍ନୁନ କହୁଛନ୍ତି, ‘ଇଣ୍ଡୋ-କାନାଡ଼ିଆନ୍‌ ହିନ୍ଦୁମାନେ, କାନାଡା ଏବଂ କାନାଡୀୟ ସମ୍ବିଧାନ ପ୍ରତି ତୁମ୍ଭମାନଙ୍କର ନିଷ୍ଠାକୁ ଅସ୍ବୀକାର କରିଛନ୍ତି।

ତୁମ ଲକ୍ଷ୍ୟସ୍ଥଳ ଭାରତ। କାନାଡା ଛାଡ଼ି ଭାରତ ଚାଲିଯାଅ’। ଖଲିସ୍ତାନୀ ସପକ୍ଷବାଦୀ ଶିଖ୍‌ମାନେ ସବୁବେଳେ କାନାଡା ପ୍ରତି ଅନୁଗତ। ସେମାନେ ସବୁବେଳେ କାନାଡା ପକ୍ଷ ନେବା ସହ ଆଇନ ଓ ସମ୍ବିଧାନକୁ ମାନି ଆସିଥିବା ପନ୍ନୁନ କହିଛନ୍ତି। ନିଜାର ହତ୍ୟା ପାଇଁ ଭାରତୀୟ ଉଚ୍ଚାୟୁକ୍ତ ବର୍ମା ଦାୟୀ କି ନୁହନ୍ତି, ଏହା ଉପରେ ଗଣଭୋଟ ପାଇଁ ଅକ୍ଟୋବର ୨୯ରେ ସମସ୍ତ କାନାଡୀୟ ଶିଖ୍‌ମାନେ ଭାଙ୍କୋଭରରେ ଏକାଠି ହେବାକୁ ପନ୍ନୁନ ଆହ୍ବାନ ଦେଇଛନ୍ତି।
କାନାଡାର କେତେକ ଅଞ୍ଚଳରେ ଭାରତ ବିରୋଧୀ କାର୍ଯ୍ୟକଳାପ ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ସେଠାରେ ଥିବା ଭାରତୀୟମାନେ ଏବଂ ସେଠାକୁ ଯିବାକୁ ଯୋଜନା କରିଥିବା ନାଗରିକମାନେ ଯଥେଷ୍ଟ ସତର୍କ ରହିବାକୁ ନୂଆଦିଲ୍ଲୀ ବୁଧବାର ସତର୍କ କରାଇଦେଇଛି। କାନାଡାରେ ଘୃଣିତ ଅପରାଧ ଓ ହିଂସାକୁ ଭାରତ ନିନ୍ଦା କରିଛି। ସେଠାରେ ଥିବା ଭାରତୀୟ ବିଶେଷ କରି ଛାତ୍ରୀଛାତ୍ର ଅଧିକ ସତର୍କ ରହିବା ଆବଶ୍ୟକ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ଜାରି କରିଥିବା ଆଡଭାଇଜରିରେ ପରାମର୍ଶ ଦିଆଯାଇଛି।

ସେଠାରେ ଭାରତ ବିରୋଧୀ କାର୍ଯ୍ୟସୂଚୀକୁ ବିରୋଧ କରୁଥିବା ଭାରତୀୟ କୂଟନୀତିଜ୍ଞ ଏବଂ କେତେଜଣ ଭାରତୀୟଙ୍କୁ ଟାର୍ଗେଟ କରାଯାଉଛି। ଭାରତୀୟଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଭାରତର ଉଚ୍ଚାୟୁକ୍ତ ଏବଂ କନ୍‌ସୁଲେଟ ଜେନେରାଲ କାନାଡ଼ା କର୍ତ୍ତୃପକ୍ଷଙ୍କ ସହ ନିୟମିତ ଯୋଗାଯୋଗରେ ରହିଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି। ଭାରତର ବିଭିନ୍ନ ଅଞ୍ଚଳକୁ ଯାଉଥିବା କାନାଡା ନାଗରିକମାନେ ସତର୍କ ରହିବାକୁ ଟ୍ରୁଡୋଙ୍କ ସରକାର ପରାମର୍ଶ ଦେବାର କିଛି ଘଣ୍ଟା ପରେ ନୂଆଦିଲ୍ଲୀ ସେଠାରେ ଥିବା ଭାରତୀୟଙ୍କୁ ସତର୍କ ରହିବାକୁ ଆଡଭାଇଜରି ଜାରି କରିଛି।
ଭାରତ-କାନାଡା କୂଟନୈତିକ ସମ୍ପର୍କ ଅଧିକ ଖରାପ ହେଉଥିବାରୁ ଏହା ଉପରେ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନରେ ଆଲୋଚନା କରିବାକୁ ବୁଧବାର ଏନ୍‌ସିପି ନେତ୍ରୀ ସୁପ୍ରିୟା ସୁଲେ ଦାବି କରିଛନ୍ତି। ଲୋକ ସଭାରେ ମହିଳା ସଂରକ୍ଷଣ ବିଲ୍‌ ଉପରେ ଆଲୋଚନା ଚାଲିଥିବାବେଳେ ସୁଲେ ଉକ୍ତ ପ୍ରସଙ୍ଗ ଉଠାଇଥିଲେ। ମହିଳା ବିଲ୍‌ ସମେତ ବର୍ତ୍ତାମାନର ଅନୁରୂପ ପ୍ରାସଙ୍ଗିକ ପ୍ରସଙ୍ଗ ଉପରେ ମଧ୍ୟ ସ୍ବତନ୍ତ୍ର ଅଧିବେଶନରେ ଆଲୋଚନା ହେବା ଆବଶ୍ୟକ ବୋଲି ଏନ୍‌ସିପି ଏମ୍‌ପି କହିଥିଲେ।

ଶିଖ୍‌ ବିଚ୍ଛିନ୍ନତାବାଦୀ ନେତା ନିଜାରଙ୍କ ହତ୍ୟା ସହ ଭାରତ ସମ୍ପୃକ୍ତ ଥିବା ଟ୍ରୁଡୋ ଅଭିଯୋଗ ଆଣିଥିବାରୁ ଏହା ଅତ୍ୟନ୍ତ ଗମ୍ଭୀର ବିଷୟ ବୋଲି ଆମେରିକା କହିଛି। ତଦନ୍ତରେ ଓଟାଓ୍ବାର ଉଦ୍ୟମକୁ ଓ୍ବାଶିଂଟନ ସମର୍ଥନ କରିବା ସହ ନୂଆଦିଲ୍ଲୀ ଏଥିରେ ସହଯୋଗ କରିବାକୁ ପ୍ରୋତ୍ସାହିତ କରୁତ୍ଥିବା ଆମେରିକାର ଜାତୀୟ ସୁରକ୍ଷା ପରିଷଦ କୋଅର୍ଡିନେଟର ଜନ୍‌ କିର୍ବି କହିଛନ୍ତି। ସେହିପରି ଅଷ୍ଟ୍ରେଲିଆ ମଧ୍ୟ କାନାଡାର ଅଭିଯୋଗ ଚିନ୍ତାଜନକ ବୋଲି ମତ ଦେବା ସହ ଏନେଇ ନୂଆଦିଲ୍ଲୀ ସହ ଆଲୋଚନା କରିବ ବୋଲି କହିଛି।

କାନାଡା ଗାୟକଙ୍କ ମୁମ୍ବାଇ ସଙ୍ଗୀତ କାର୍ଯ୍ୟକ୍ରମ ବାତିଲ

କାନାଡାର ପଞ୍ଜାବୀ ଗାୟକ ଶୁଭ ଜଣେ ଖଲିସ୍ତାନୀ ସମର୍ଥକ ହୋଇଥିବାରୁ ତାଙ୍କର ମୁମ୍ବାଇରେ ହେବାକୁ ଥିବା ସଙ୍ଗୀତ କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଛି। ସେ ପୂର୍ବରୁ ସୋସିଆଲ ମିଡିଆ ପୋଷ୍ଟରେ ଖଲିସ୍ତାନୀ ତତ୍ତ୍ୱଙ୍କୁ ସମର୍ଥନ କରିଥିବାରୁ ଭାରତରେ ତାଙ୍କ ପ୍ରତି ବିରୋଧାଭାସ ବଢ଼ିଛି। ଶୁଭଙ୍କ ଷ୍ଟିଲ୍‌ ରୋଲିନ୍‌ ଟୁର୍‌କୁ ବାତିଲ କରିଦିଆଯାଇଥିବାବେଳେ ଦର୍ଶକମାନଙ୍କ ଟିକେଟ ଅର୍ଥ ସମ୍ପୂର୍ଣ୍ଣ ଫେରସ୍ତ ହେବ ବୋଲି ବୁକ୍‌ମାଇଁଶୋ ପକ୍ଷରୁ ଘୋଷଣା କରାଯାଇଛି। ଖଲିସ୍ତାନୀ ନେତା ହରଦୀପ୍‌ ସିଂ ନିଜାର ହତ୍ୟାକାଣ୍ଡ ସହ ଭାରତ ସରକାରଙ୍କ ଏଜେଣ୍ଟର ସମ୍ଭାବ୍ୟ ସମ୍ପୃକ୍ତି ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଅଭିଯୋଗ ଆଣିବାର ଦୁଇଦିନ ପରେ କାନାଡା ଗାୟକଙ୍କ ସଙ୍ଗୀତ କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri