Posted inଖେଳ

୨୦୧୧ ବିଶ୍ୱକପ୍‌ ବିପର୍ଯ୍ୟୟ ପରେ ହତ୍ୟା ଧମକ ମିଳିଥିଲା: ଡୁପ୍ଲେସି

ନୂଆଦିଲ୍ଲୀ,୧୯।୫(ପି.ଟି.): ୨୦୧୧ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ବିଶ୍ୱକପ୍‌ରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ବିଦାୟ ନେବା ପରେ ହତ୍ୟା ଧମକ ମିଳିଥିଲା ବୋଲି ଦକ୍ଷିଣ ଆଫ୍ରିକା ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଫାଫ୍‌ ଡୁପ୍ଲେସି କହିଛନ୍ତି। କ୍ୱାର୍ଟର ଫାଇନାଲରେ ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡକୁ ଭେଟିଥିଲା। ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୪୯ ରନରେ ପରାସ୍ତ ହୋଇ ବିଶ୍ୱକପରୁ ବିଦାୟ ନେଇଥିଲା। ପଞ୍ଚମ ଉଇକେଟରେ ଏବି ଡିଭିଲର୍ସଙ୍କ ସହିତ ଡୁପ୍ଲେସି ବ୍ୟାଟିଂ କରୁଥିଲେ। ତେବେ ଭୁଲ ବୁଝାମଣାର ସମ୍ମୁଖୀନ ହୋଇ ତାରକା ବ୍ୟାଟ୍ସମ୍ୟାନ୍‌ ଏବି ଡିଭିଲର୍ସ ରନ୍‌ ଆଉଟ ହୋଇଥିଲେ ଓ ଏଥିପାଇଁ ଡୁପ୍ଲେସିଙ୍କୁ ଦାୟୀ କରାଯାଇଥିଲା। ଏହାପରେ ଡୁପ୍ଲେସି ଓ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା ଧମକ ମିଳିଥିଲା। ଡୁପ୍ଲେସି ଦୀର୍ଘ ୧୦ ବର୍ଷ ପରେ ଏ ନେଇ ସ୍ପଷ୍ଟ କରିଛନ୍ତି।
ଢାକାର ଶେର- ଇ-ବାଂଲା ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯାଇଥିଲା। ମୋ ସ୍ତ୍ରୀ ଇମାରି ଭିସେରଙ୍କୁ ମଧ୍ୟ ହତ୍ୟା ଧମକ ମିଳିଥିଲା। ସେତେବେଳେ କଡ଼ା ସମାଲୋଚନାର ଶିକାର ହୋଇଥିଲି ଓ ଆମେ ବେଶ୍‌ ଚିନ୍ତାଜନକ ସ୍ଥିତି ଦେଇ ଗତି କରୁଥିଲୁ ବୋଲି କ୍ରିକ୍‌ ଇନ୍‌ଫୋକୁ ସାକ୍ଷାତକାର ଦେବା ଅବସରରେ ଡୁପ୍ଲେସି ଏହି କଥା କହିଛନ୍ତି। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଡାନିଏଲ ଭିଟ୍ଟୋରୀଙ୍କ ନେତୃତ୍ୱରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ଉଇକେଟ ହରାଇ ୨୨୧ ରନ ସଂଗ୍ରହ କରିଥିଲା। ଜବାବରେ ଗ୍ରେମ୍‌ ସ୍ମିଥ୍‌ଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ମାତ୍ର ୧୭୨ ରନକରି ଅଲ୍‌ଆଉଟ ହେବା ସହ ପରାଜୟ ବରଣ କରିଥିଲା। ଏହି ମୁକାବିଲାରେ ଡୁପ୍ଲେସି କ୍ୟାରିୟରର ୧୦ମ ମ୍ୟାଚ୍‌ ଖେଳିଥିଲେ ଓ ୪୩ ବଲରୁ ମାତ୍ର ୩୬ ରନ କରି ଆଉଟ ହୋଇଥିଲେ। ନ୍ୟୁଜିଲାଣ୍ଡର ଜ୍ୟାକବ ଓରାମ ୩୯ ରନ ଦେଇ ମୂଲ୍ୟବାନ ୪ ଉଇକେଟ ଅକ୍ତିଆର କରିବା ସହ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।
ନ୍ୟୁଜିଲାଣ୍ଡର ଦ୍ୱାଦଶ ଖେଳାଳି କାଏଲ ମିଲ୍ସଙ୍କୁ ଧକ୍କାମାରି ଡୁପ୍ଲେସି ମ୍ୟାଚ୍‌ ପାଉଣାର ୫୦ ପ୍ରତିଶତ ଜରିମାନା ଆକାରରେ ଦେଇଥିଲେ। ସେବେଠାରୁ ଏ ପର୍ଯ୍ୟନ୍ତ ଡାହାଣହାତୀ ବ୍ୟାଟ୍ସମ୍ୟାନ ଡୁପ୍ଲେସି ୧୪୩ ଦିନିକିଆ, ୬୯ଟି ଟେଷ୍ଟ ଓ ୫୦ଟି ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଏଥର ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳି ଦକ୍ଷିଣ ଆଫ୍ରିକା ପ୍ରତ୍ୟାବର୍ତ୍ତନ କରିଛନ୍ତି। ଟୁର୍ନାମେଣ୍ଟରେ ସେ ୭ଟି ମ୍ୟାଚ୍‌ ଖେଳି ୩୨୦ ରନ ସଂଗ୍ରହ କରି ଦମ୍‌ଦାର ପ୍ରଦର୍ଶନ କରିଥିଲେ। ସେ ଟୁର୍ନାମେଣ୍ଟରେ ତୃତୀୟ ସର୍ବାଧିକ ସ୍କୋରର ସାବ୍ୟସ୍ତ ହୋଇଥିଲେ। କୋଭିଡ୍‌-୧୯ କାରଣରୁ ଆଇପିଏଲକୁ ସସ୍‌ପେଣ୍ଡ କରାଯାଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସର ଶିଖର ଧାଓ୍ବନ ୩୮୦ ଓ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଲୋକେଶ ରାହୁଲ ୩୩୧ ରନକରି ଯଥାକ୍ରମେ ସର୍ବାଧିକ ରନ ସଂଗ୍ରହକାରୀ ତାଲିକାର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri