Posted inଖେଳ

୨୦୧୧ ବିଶ୍ୱକପ୍‌ ବିପର୍ଯ୍ୟୟ ପରେ ହତ୍ୟା ଧମକ ମିଳିଥିଲା: ଡୁପ୍ଲେସି

ନୂଆଦିଲ୍ଲୀ,୧୯।୫(ପି.ଟି.): ୨୦୧୧ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ବିଶ୍ୱକପ୍‌ରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ବିଦାୟ ନେବା ପରେ ହତ୍ୟା ଧମକ ମିଳିଥିଲା ବୋଲି ଦକ୍ଷିଣ ଆଫ୍ରିକା ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଫାଫ୍‌ ଡୁପ୍ଲେସି କହିଛନ୍ତି। କ୍ୱାର୍ଟର ଫାଇନାଲରେ ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡକୁ ଭେଟିଥିଲା। ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୪୯ ରନରେ ପରାସ୍ତ ହୋଇ ବିଶ୍ୱକପରୁ ବିଦାୟ ନେଇଥିଲା। ପଞ୍ଚମ ଉଇକେଟରେ ଏବି ଡିଭିଲର୍ସଙ୍କ ସହିତ ଡୁପ୍ଲେସି ବ୍ୟାଟିଂ କରୁଥିଲେ। ତେବେ ଭୁଲ ବୁଝାମଣାର ସମ୍ମୁଖୀନ ହୋଇ ତାରକା ବ୍ୟାଟ୍ସମ୍ୟାନ୍‌ ଏବି ଡିଭିଲର୍ସ ରନ୍‌ ଆଉଟ ହୋଇଥିଲେ ଓ ଏଥିପାଇଁ ଡୁପ୍ଲେସିଙ୍କୁ ଦାୟୀ କରାଯାଇଥିଲା। ଏହାପରେ ଡୁପ୍ଲେସି ଓ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା ଧମକ ମିଳିଥିଲା। ଡୁପ୍ଲେସି ଦୀର୍ଘ ୧୦ ବର୍ଷ ପରେ ଏ ନେଇ ସ୍ପଷ୍ଟ କରିଛନ୍ତି।
ଢାକାର ଶେର- ଇ-ବାଂଲା ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯାଇଥିଲା। ମୋ ସ୍ତ୍ରୀ ଇମାରି ଭିସେରଙ୍କୁ ମଧ୍ୟ ହତ୍ୟା ଧମକ ମିଳିଥିଲା। ସେତେବେଳେ କଡ଼ା ସମାଲୋଚନାର ଶିକାର ହୋଇଥିଲି ଓ ଆମେ ବେଶ୍‌ ଚିନ୍ତାଜନକ ସ୍ଥିତି ଦେଇ ଗତି କରୁଥିଲୁ ବୋଲି କ୍ରିକ୍‌ ଇନ୍‌ଫୋକୁ ସାକ୍ଷାତକାର ଦେବା ଅବସରରେ ଡୁପ୍ଲେସି ଏହି କଥା କହିଛନ୍ତି। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଡାନିଏଲ ଭିଟ୍ଟୋରୀଙ୍କ ନେତୃତ୍ୱରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ଉଇକେଟ ହରାଇ ୨୨୧ ରନ ସଂଗ୍ରହ କରିଥିଲା। ଜବାବରେ ଗ୍ରେମ୍‌ ସ୍ମିଥ୍‌ଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ମାତ୍ର ୧୭୨ ରନକରି ଅଲ୍‌ଆଉଟ ହେବା ସହ ପରାଜୟ ବରଣ କରିଥିଲା। ଏହି ମୁକାବିଲାରେ ଡୁପ୍ଲେସି କ୍ୟାରିୟରର ୧୦ମ ମ୍ୟାଚ୍‌ ଖେଳିଥିଲେ ଓ ୪୩ ବଲରୁ ମାତ୍ର ୩୬ ରନ କରି ଆଉଟ ହୋଇଥିଲେ। ନ୍ୟୁଜିଲାଣ୍ଡର ଜ୍ୟାକବ ଓରାମ ୩୯ ରନ ଦେଇ ମୂଲ୍ୟବାନ ୪ ଉଇକେଟ ଅକ୍ତିଆର କରିବା ସହ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।
ନ୍ୟୁଜିଲାଣ୍ଡର ଦ୍ୱାଦଶ ଖେଳାଳି କାଏଲ ମିଲ୍ସଙ୍କୁ ଧକ୍କାମାରି ଡୁପ୍ଲେସି ମ୍ୟାଚ୍‌ ପାଉଣାର ୫୦ ପ୍ରତିଶତ ଜରିମାନା ଆକାରରେ ଦେଇଥିଲେ। ସେବେଠାରୁ ଏ ପର୍ଯ୍ୟନ୍ତ ଡାହାଣହାତୀ ବ୍ୟାଟ୍ସମ୍ୟାନ ଡୁପ୍ଲେସି ୧୪୩ ଦିନିକିଆ, ୬୯ଟି ଟେଷ୍ଟ ଓ ୫୦ଟି ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଏଥର ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳି ଦକ୍ଷିଣ ଆଫ୍ରିକା ପ୍ରତ୍ୟାବର୍ତ୍ତନ କରିଛନ୍ତି। ଟୁର୍ନାମେଣ୍ଟରେ ସେ ୭ଟି ମ୍ୟାଚ୍‌ ଖେଳି ୩୨୦ ରନ ସଂଗ୍ରହ କରି ଦମ୍‌ଦାର ପ୍ରଦର୍ଶନ କରିଥିଲେ। ସେ ଟୁର୍ନାମେଣ୍ଟରେ ତୃତୀୟ ସର୍ବାଧିକ ସ୍କୋରର ସାବ୍ୟସ୍ତ ହୋଇଥିଲେ। କୋଭିଡ୍‌-୧୯ କାରଣରୁ ଆଇପିଏଲକୁ ସସ୍‌ପେଣ୍ଡ କରାଯାଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସର ଶିଖର ଧାଓ୍ବନ ୩୮୦ ଓ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଲୋକେଶ ରାହୁଲ ୩୩୧ ରନକରି ଯଥାକ୍ରମେ ସର୍ବାଧିକ ରନ ସଂଗ୍ରହକାରୀ ତାଲିକାର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri