ଜୀବନ ପ୍ରତି ବିପଦ, ଭାଇଜାନ୍‌ଙ୍କୁ ମିଳିଲା ବନ୍ଧୁକ ଲାଇସେନ୍ସ…

ମୁମ୍ବାଇ : ବଲିଉଡ୍‌ ଅଭିନେତା ଭାଇଜାନ୍‌ଙ୍କ ସଲମାନ ଖାନଙ୍କ ଜୀବନ ପ୍ରତି ବିପଦ। ତାଙ୍କୁ ହତ୍ୟା ଧମକ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ସେ ବନ୍ଧୁକ ଲାଇସେନ୍ସ୍‌ ପାଇଁ ଆବେଦନ କରିଛି। ତାଙ୍କୁ ଏହି ଲାଇସେନ୍ସ ପ୍ରଦାନ କରାଯାଇଛି। ମୁମ୍ବାଇ ପୋଲିସ କହିଛି ଯେ ସଲମାନ ଖାନ ଧମକପୂର୍ଣ୍ଣ ଚିଠି ପାଇବା ପରେ ମୁମ୍ବାଇ ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଆତ୍ମରକ୍ଷା ପାଇଁ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରଥିଲେ। ଏବେ ତାଙ୍କୁ ଏହା ଯୋଗାଇ ଦିଆଯାଇଛି।

ଏହାପୂର୍ବରୁ ଏକ ଏନଜିଓ ସଲମାନ ଖାନଙ୍କ ଅସ୍ତ୍ର ଲାଇସେନ୍ସକୁ ବିରୋଧ କରିଥିଲା। ସଂଘର୍ଷ ଏନଜିଓର ଅଧ୍ୟକ୍ଷ ପୃଥ୍ବୀରାଜ ମସ୍କେ ସଲମାନ ଖାନଙ୍କ ଲାଇସେନ୍ସକୁ ବିରୋଧ କରି ମୁମ୍ବାଇ ପୋଲିସକୁ ଚିଠି ଲେଖି କହିଥିଲେ ଯେ ଅତୀତରେ ସଲମାନ ଖାନଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ରୁଜୁ ହୋଇଛି। ଶର୍ଟ ଟେମ୍ପର ହୋଇ ସେ ଯେକୌଣସି ସମୟରେ ସେହି ଅସ୍ତ୍ରର ଅପବ୍ୟବହାର କରିପାରନ୍ତି। ଯେତେବେଳେ ସଲମାନ ଖାନଙ୍କର ମୁମ୍ବାଇ ପୋଲିସ ଠାରୁ ଆରମ୍ଭ କରି ବେସରକାରୀ ସୁରକ୍ଷାକର୍ମୀ ପର୍ଯ୍ୟନ୍ତ ଏତେ ସୁରକ୍ଷା ଅଛି, ତାଙ୍କର ଅସ୍ତ୍ରଶସ୍ତ୍ରର ଆବଶ୍ୟକତା କାହିଁକି?

କିଛି ଦିନ ପୂର୍ବରୁ ଦବଙ୍ଗ ଖାନ ମୁମ୍ବାଇ ପୋଲିସ କମିଶନର ବିବେକ ଫନସାଲକରଙ୍କୁ ମଧ୍ୟ ଭେଟିଥିଲେ। ମୁମ୍ବାଇ ପୋଲିସର କମିଶନର ତାଙ୍କଠାରୁ ଜାଣିବାକୁ ଚେଷ୍ଟା କରିଥିଲେ ଯେ ସେ କେଉଁ ପ୍ରକାର ଧମକ ପାଇଛନ୍ତି ଏବଂ ପରେ ସଲମାନ ଖାନଙ୍କୁ ତାଙ୍କ ସୁରକ୍ଷା ବିଷୟରେ କହିଥିଲେ ।

ଜୁନ ୫ ରେ ସଲମାନ ଖାନ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସଲମାନ ଖାନ ଏବଂ ସଲିମ ଖାନ ଗ୍ରହଣ କରିଥିବା ଧମକପୂର୍ଣ୍ଣ ଚିଠିରେ ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ପରି ଅବସ୍ଥା ହେବ ବୋଲି ଲେଖାଯାଇଥିଲା। ଲରେନ୍ସ ବିଷ୍ନୋଇ ୧୯୯୮ ମସିହାରେ ସଲମାନ ଖାନ ଶିକାର କରିଥିବା କୃଷ୍ଣସାର ମୃଗର ପ୍ରତିଶୋଧ ନେବାକୁ ଚାହୁଁଛନ୍ତି। ବିଷ୍ନୋଇ ନିଜେ ପୋଲିସ ରିମାଣ୍ଡରେ ପ୍ରକାଶ କରିଛନ୍ତି ଯେ ସେ ୨୦୧୮ ମସିହାଠାରୁ ସଲମାନ ଖାନଙ୍କ ହତ୍ୟା ପାଇଁ ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି। ଏଥିପାଇଁ ସେ ଏକ ସ୍ବତନ୍ତ୍ର ରାଇଫଲ ମଧ୍ୟ କିଣିଥିଲେ, ଯେଉଁଥିପାଇଁ ସେ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri