ବିଜୁ ଶ୍ରମିକ ସାମ୍ମୁଖ୍ୟରେ ମିଶିଲେ ହଜାରେ ଶ୍ରମିକ

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ୪୨ଟି ସ୍ଥାନୀୟ ଓ ରାଜ୍ୟସ୍ତରୀୟ ଟ୍ରେଡ୍‌ ୟୁନିୟନର ପ୍ରାୟ ୧ ହଜାର ଶ୍ରମିକ ଓ କର୍ମଚାରୀ ଶ୍ରମିକ ନେତା ନବ କିଶୋର ମହାନ୍ତିଙ୍କ ନେତୃତ୍ୱରେ ଶନିବାର ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଶ୍ରମିକ ନେତା ଓ କର୍ମଚାରୀ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରମିକ କଲ୍ୟାଣ ନୀତି ଓ ଶ୍ରମିକ କର୍ମଚାରୀମାନଙ୍କ ପାଇଁ ନେଉଥିବା ପଦକ୍ଷେପକୁ ସ୍ବାଗତ କରି ଶ୍ରମିକମାନଙ୍କର ସାମୂହିକ ବିକାଶ ପାଇଁ କାର୍ଯ୍ୟ କରିବାକୁ ଇଚ୍ଛାପ୍ରକାଶ କରି ଉକ୍ତ ସଙ୍ଗଠନ ଅଧୀନରେ କାର୍ଯ୍ୟ କରିଥିବା ଶତାଧିକ ସଂଗଠନ ଓ ଏଥିରେ ସମ୍ପୃକ୍ତ ୫୦ ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ କର୍ମଚାରୀ ବିଜୁ ଶ୍ରମିକ ସାମ୍ମୁଖ୍ୟକୁ ଶକ୍ତିଶାଳୀ କରିବା ପାଇଁ କାର୍ଯ୍ୟକରିବେ ବୋଲି ଘୋଷଣା କରିଛନ୍ତି। ସାମିଲ ହୋଇଥିବା ସଙ୍ଗଠନଗୁଡ଼ିକ ମଧ୍ୟରେ ବିଡିଏ ୱାର୍କର୍ସ ୟୁନିୟନ, ଘରୋଇ ମେଡିକାଲରେ କାର୍ଯ୍ୟରତ କର୍ମଚାରୀ ସଂଘ, ଭୁବନେଶ୍ୱର ଇଣ୍ଡଷ୍ଟ୍ରିଆଲ୍‌ ୱାର୍କର୍ସ ୟୁନିୟନ୍‌, ଉତ୍କଳ ୟୁନିଭରସିଟି ୱାର୍କର୍ସ ୟୁନିୟନ, ରାଜଧାନୀ ଆମ୍ବୁଲାନ୍ସ ଡ୍ରାଇଭର୍ସ ଆସୋସିଏଶନ, ରାଜଧାନୀ ଟାକ୍ସି ଓ ଅଟୋଚାଳକ ମହାସଂଘ, ରାଜଧାନୀ ହୋଟେଲ କର୍ମଚାରୀ ସଂଘ, ସିଫା ଶ୍ରମିକ ସଂଘ, ରାଜଧାନୀ ପରିବହନ କର୍ମଚାରୀ ସଂଘ, କଳିଙ୍ଗ ଷ୍ଟୁଡିଓ କର୍ମଚାରୀ ସଂଘ, ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ୱାର୍କର୍ସ ୟୁନିୟନ୍‌, ସିକ୍ୟୁରିଟି ସର୍ଭିସ ଏମ୍ପ୍ଲଇଜ ୟୁନିୟନ୍‌, ଓଡ଼ିଶା ସେତୁ ନିଗମ କର୍ମଚାରୀ ସଂଘ, ରାଜଧାନୀ ହୋଟେଲ କର୍ମଚାରୀ ସଂଘ, ଷ୍ଟେ୍‌ଟ କୋଅପରେଟିଭ୍‌ ବ୍ୟାଙ୍କ ୱାର୍କର୍ସ ୟୁନିୟନ୍‌ଗୁଡିକ ଅଛନ୍ତି। ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ମହାସଚିବ ରାଜ୍ୟ ସଭା ସଦସ୍ୟ ସୁବାସ ସିଂହଙ୍କ ସମେତ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସଭାପତି ରାଜେନ୍ଦ୍ର ପ୍ରସାଦ ସିଂହ, ଓଡ଼ିଶା ବିଦ୍ୟୁତ୍‌ କର୍ମଚାରୀ ମହାସଂଘର କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri