ବିଜୁ ଶ୍ରମିକ ସାମ୍ମୁଖ୍ୟରେ ମିଶିଲେ ହଜାରେ ଶ୍ରମିକ

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ୪୨ଟି ସ୍ଥାନୀୟ ଓ ରାଜ୍ୟସ୍ତରୀୟ ଟ୍ରେଡ୍‌ ୟୁନିୟନର ପ୍ରାୟ ୧ ହଜାର ଶ୍ରମିକ ଓ କର୍ମଚାରୀ ଶ୍ରମିକ ନେତା ନବ କିଶୋର ମହାନ୍ତିଙ୍କ ନେତୃତ୍ୱରେ ଶନିବାର ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଶ୍ରମିକ ନେତା ଓ କର୍ମଚାରୀ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରମିକ କଲ୍ୟାଣ ନୀତି ଓ ଶ୍ରମିକ କର୍ମଚାରୀମାନଙ୍କ ପାଇଁ ନେଉଥିବା ପଦକ୍ଷେପକୁ ସ୍ବାଗତ କରି ଶ୍ରମିକମାନଙ୍କର ସାମୂହିକ ବିକାଶ ପାଇଁ କାର୍ଯ୍ୟ କରିବାକୁ ଇଚ୍ଛାପ୍ରକାଶ କରି ଉକ୍ତ ସଙ୍ଗଠନ ଅଧୀନରେ କାର୍ଯ୍ୟ କରିଥିବା ଶତାଧିକ ସଂଗଠନ ଓ ଏଥିରେ ସମ୍ପୃକ୍ତ ୫୦ ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ କର୍ମଚାରୀ ବିଜୁ ଶ୍ରମିକ ସାମ୍ମୁଖ୍ୟକୁ ଶକ୍ତିଶାଳୀ କରିବା ପାଇଁ କାର୍ଯ୍ୟକରିବେ ବୋଲି ଘୋଷଣା କରିଛନ୍ତି। ସାମିଲ ହୋଇଥିବା ସଙ୍ଗଠନଗୁଡ଼ିକ ମଧ୍ୟରେ ବିଡିଏ ୱାର୍କର୍ସ ୟୁନିୟନ, ଘରୋଇ ମେଡିକାଲରେ କାର୍ଯ୍ୟରତ କର୍ମଚାରୀ ସଂଘ, ଭୁବନେଶ୍ୱର ଇଣ୍ଡଷ୍ଟ୍ରିଆଲ୍‌ ୱାର୍କର୍ସ ୟୁନିୟନ୍‌, ଉତ୍କଳ ୟୁନିଭରସିଟି ୱାର୍କର୍ସ ୟୁନିୟନ, ରାଜଧାନୀ ଆମ୍ବୁଲାନ୍ସ ଡ୍ରାଇଭର୍ସ ଆସୋସିଏଶନ, ରାଜଧାନୀ ଟାକ୍ସି ଓ ଅଟୋଚାଳକ ମହାସଂଘ, ରାଜଧାନୀ ହୋଟେଲ କର୍ମଚାରୀ ସଂଘ, ସିଫା ଶ୍ରମିକ ସଂଘ, ରାଜଧାନୀ ପରିବହନ କର୍ମଚାରୀ ସଂଘ, କଳିଙ୍ଗ ଷ୍ଟୁଡିଓ କର୍ମଚାରୀ ସଂଘ, ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ୱାର୍କର୍ସ ୟୁନିୟନ୍‌, ସିକ୍ୟୁରିଟି ସର୍ଭିସ ଏମ୍ପ୍ଲଇଜ ୟୁନିୟନ୍‌, ଓଡ଼ିଶା ସେତୁ ନିଗମ କର୍ମଚାରୀ ସଂଘ, ରାଜଧାନୀ ହୋଟେଲ କର୍ମଚାରୀ ସଂଘ, ଷ୍ଟେ୍‌ଟ କୋଅପରେଟିଭ୍‌ ବ୍ୟାଙ୍କ ୱାର୍କର୍ସ ୟୁନିୟନ୍‌ଗୁଡିକ ଅଛନ୍ତି। ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ମହାସଚିବ ରାଜ୍ୟ ସଭା ସଦସ୍ୟ ସୁବାସ ସିଂହଙ୍କ ସମେତ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସଭାପତି ରାଜେନ୍ଦ୍ର ପ୍ରସାଦ ସିଂହ, ଓଡ଼ିଶା ବିଦ୍ୟୁତ୍‌ କର୍ମଚାରୀ ମହାସଂଘର କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri