ଭାଙ୍ଗିଲା ପୁରୁଣା ରେକର୍ଡ, ୧୯୦୧ ପରେ ଚଳିତବର୍ଷର ଅଗଷ୍ଟ ସବୁଠୁ ଉତ୍ତପ୍ତ

ନୂଆଦିଲ୍ଲୀ,୧ା୯(ପି.ଟି.): ୧୯୦୧ ପରେ ଗତ ଅଗଷ୍ଟ ସବୁଠାରୁ ଅଧିକ ଉତ୍ତପ୍ତ ରହିଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ରେକର୍ଡରୁ ଜଣାପଡ଼ିଛି । ଆଇଏମ୍‌ଡି ପକ୍ଷରୁ ପ୍ରକାଶିତ ମାସିକ ପୂର୍ବାନୁମାନ ଅନୁଯାୟୀ, ପ୍ରଶାନ୍ତ ମହାସାଗରରେ ସକ୍ରିୟ ଥିବା ଶକ୍ତିଶାଳୀ ‘ଏଲ୍‌ ନିନୋ’ ପ୍ରଭାବ ଯୋଗୁ ସେପ୍ଟେମ୍ବରରେ ମଧ୍ୟ ସ୍ବାଭାବିକଠାରୁ କମ୍‌ ବର୍ଷା ଏବଂ ଅଧିକ ଗରମ ଅନୁଭୂତ ହେବାର ସମ୍ଭାବନା ରହିଛି। ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏକ ବିବୃତିରେ କହିଛନ୍ତି ଯେ, ଅଗଷ୍ଟ ମାସରେ ଦେଶର ହାରାହାରି ତାପମାତ୍ରା ୨୮.୦୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା ସ୍ବାଭାବିକ ହାରାହାରି ତାପମାତ୍ରା ୨୭.୩୪ ଡିଗ୍ରୀଠାରୁ ଯଥେଷ୍ଟ ଅଧିକ। ସେହିପରି ଅଗଷ୍ଟ ମାସର ହାରାହାରି ସର୍ବନିମ୍ନ (ରାତିର) ତାପମାତ୍ରା ମଧ୍ୟ ୧୯୦୧ ପରଠାରୁ ସର୍ବାଧିକ ୨୪.୩୬ ଡିଗ୍ରୀ ଛୁଇଁଛି, ଯାହା ସ୍ବାଭାବିକ ଭାବେ ୨୩.୬୮ ଡିଗ୍ରୀ ରହିବା କଥା। ତାପମାତ୍ରା ବୃଦ୍ଧି ସହ ଅଗଷ୍ଟରେ ମାତ୍ର ୨୧୩.୩ ମିଲିମିଟର ବର୍ଷା ହୋଇଛି, ଯାହା ୨୦ ବର୍ଷ ମଧ୍ୟରେ ସପ୍ତମ ସର୍ବନିମ୍ନ ବର୍ଷା ବୋଲି ସେ କହିଛନ୍ତି। ଏଭଳି ଅସ୍ବାଭାବିକ ପାଣିପାଗ ପାଇଁ ପ୍ରଶାନ୍ତ ମହାସାଗରରେ
ସୃଷ୍ଟି ହୋଇଥିବା ମଧ୍ୟମରୁ ଶକ୍ତିଶାଳୀ ‘ଏଲ୍‌ ନିନୋ’ ସ୍ଥିତି ପ୍ରମୁଖ କାରଣ ହୋଇଛି। ସମୁଦ୍ର ପୃଷ୍ଠର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବା ଯୋଗୁ ମୌସୁମୀ ପ୍ରଭାବିତ ହୋଇଛି। ଅଗଷ୍ଟ ମାସରେ ବାୟୁମଣ୍ଡଳରେ ୪ଟି ଲଘୁଚାପ ସୃଷ୍ଟି ହୋଇ ପ୍ରାୟ ୨୬ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥିଲେ ମଧ୍ୟ ଏହାର ପ୍ରଭାବ କେବଳ ଗାଙ୍ଗେୟ ସମତଳ ଅଞ୍ଚଳରେ ସୀମିତ ରହିଥିଲା, ଯାହାଫଳରେ ଦେଶର ଅନ୍ୟାନ୍ୟ ପ୍ରାନ୍ତରେ ବର୍ଷାର ଅଭାବ ଦେଖାଦେଇଥିଲା। ଆଇଏମ୍‌ଡି ଅନୁଯାୟୀ ସେପ୍ଟେମ୍ବର ମାସରେ ଦେଶର ହାରାହାରି ବର୍ଷା ପରିମାଣ ଦୀର୍ଘକାଳୀନ ହାରାହାରି (ଏଲପିଏ)ର ୯୧ ପ୍ରତିଶତରୁ କମ ରହିବ, ଯାହାକୁ ‘ସ୍ବାଭାବିକଠାରୁ କମ’ ବୋଲି ଧରାଯାଏ। ସେପ୍ଟେମ୍ବର ମାସ ପାଇଁ ସ୍ବାଭାବିକ ଏଲପିଏ ବର୍ଷା ପ୍ରାୟ ୧୭.୯ ମିଲିମିଟର ହୋଇଥିବା ବେଳେ ଏଥର ଏଥିରେ ହ୍ରାସ ଘଟିବ। ଏଥିସହିତ ଚଳିତ ମାସରେ ଦିନର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକ ସ୍ତରଠାରୁ ଅଧିକ ରହିବା ସହ ଗୁଳୁଗୁଳି ବଢ଼ିବ ବୋଲି ପାଣିପାଗ ବିଭାଗ ଚେତାବନୀ ସତର୍କ କରାଇଦେଇଛି। ଆଗାମୀ ମାସଗୁଡ଼ିକରେ ଏଲ୍‌ ନିନୋ ସ୍ଥିତି ଆହୁରି ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ଗଞ୍ଜାମ ଜିଲା କଳାକାର, ଦ୍ରୌପଦୀ ମୁର୍ମୁଙ୍କ ମନ ମୋହିଥିଲା ସାଂସ୍କୃତିକ କଳା

ଛତ୍ରପୁର,୧।୯(ଦିଲ୍ଲୀପ ସାମଲ) : ଜିଲା ଏବଂ ସମଗ୍ର ରାଜ୍ୟର ଗୌରବମୟ ଇତିହାସର ଆଦିବାସୀ ଏବଂ ଲୋକନୃତ୍ୟ ଉପସ୍ଥାପନାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମନ ମୋହିଥିଲେ ଗଞ୍ଜାମ ଜିଲାର…

BRICSରେ ବିଶ୍ୱକୁ ଆଶ୍ଚର୍ଯ୍ୟ କରିବାକୁ ପ୍ରସ୍ତୁତ ଭାରତ- ଏହା ସଫଳ ହେବ କି? ଜାଣନ୍ତୁ…

ନୂଆଦିଲ୍ଲୀ,୧।୯: ବ୍ରିକ୍ସ ସମ୍ମିଳନୀରେ, ଭାରତ ସମସ୍ତ ପ୍ରମୁଖ ପ୍ରସଙ୍ଗରେ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସହମତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଭାରତ ଲକ୍ଷ୍ୟ ରଖିଛି ଯେ ଶିଖର…

ବିପଦରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ପଦବୀ? BCCI ବଡ଼ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ,୧।୯: ଅଜିତ ଆଗରକର ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଭାବରେ ରହିବେ କି ନାହିଁ ସେ ବିଷୟରେ BCCI ଖୁବ ଶୀଘ୍ର ଏକ ବଡ଼ ନିଷ୍ପତ୍ତି ନେବାକୁ…

ରାହୁଲ ହେବେ ପ୍ରଧାନମନ୍ତ୍ରୀ! ହେଲେ କିଏ ବାଛିଲା ତାଙ୍କୁ? ଜାଣନ୍ତୁ କଂଗ୍ରେସର ଏହି ଦାବି ସମ୍ପର୍କରେ

ନୂଆଦିଲ୍ଲୀ,୧।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ମେଣ୍ଟର ପ୍ରାର୍ଥୀ ଘୋଷଣା କରାଯାଇଛି। ତାମିଲନାଡୁ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ (ସିଏଲପି)ର ନେତା…

ଭେନେଜୁଏଲା ତୈଳ

ଭନେଜୁଏଲାର ତତ୍କାଳୀନ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ସ୍ତ୍ରୀଙ୍କୁ ୮ ମାସ ତଳେ ଆମେରିକା ସେନା ଉଠାଇ ନେଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶ…

ଗ୍ରେଟର ହାଇଦ୍ରାବାଦ୍‌ ଭଳି ଗ୍ରେଟର ଭୁବନେଶ୍ୱର ଆଶା ପୂରଣ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୯(ରବିନାରାୟଣ ଜେନା): ପୌର ସଂସ୍ଥାକୁ ବିଭିନ୍ନ କାର୍ଯ୍ୟ ନେଇ ଆସୁଥିବା ନାଗରିକମାନଙ୍କୁ ସମ୍ମାନର ସହ ସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୌର ପ୍ରଶାସନକୁୁ ନିର୍ଦ୍ଦେଶ…

‘କମିବ ତେଲ ଦର’, ଏମିତି ଘୋଷଣା କରି ଚମକାଇ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧।୯: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଜୋର ଦେଇ କହିଥିଲେ ଯେ ଭେନେଜୁଏଲା ସହିତ ତାଙ୍କର ତୈଳ ଚୁକ୍ତି ଯୋଗୁ ଗ୍ୟାସ ମୂଲ୍ୟରେ ଦ୍ରୁତ ହ୍ରାସ ଘଟିବ,…

ପାଣିପାଗ ବିଭାଗର ବଡ଼ ସୂଚନା, ଆଜି ୧୮ ଜିଲାରେ ଝଡ଼ବର୍ଷା

ଭୁବନେଶ୍ୱର,୧ା୯(ବନ୍ଦନା ସେଠୀ): ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଉତ୍ତର ଉପକୂଳ ଓଡ଼ିଶା ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳ ଉପରେ ଥିବା ସ୍ପଷ୍ଟ ଭାବେ ଚିହ୍ନିତ ଲଘୁଚାପ କ୍ଷେତ୍ରଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri