Posted inଫୁରସତ

ଚା’ ପିଇ ବିତିଲାଣି ୩୩ ବର୍ଷ

ଚା’ ବିନା ଅନେକଙ୍କର ଦିନ କଟେନା। କପେ ଚା’ ପିଇଦେଲେ ଯେମିତି ସାରା ଦିନ ଆରାମରେ କଟିଯାଏ। କିନ୍ତୁ କେହି କ’ଣ କିଛି ନ ଖାଇ ଖାଲି ଚା’ ପିଇ ଜୀବନ ସାରା ରହିପାରିବେ? ଭାବୁଥିବେ ଆଦୌ ସମ୍ଭବ ନୁହେଁ। କିନ୍ତୁ ଜଣେ ମହିଳା ଅଛନ୍ତି, ଯେ କି ଦୀର୍ଘ ୩୩ ବର୍ଷ ହେବ ଅନ୍ୟ କିଛି ଖାଦ୍ୟ ନ ଖାଇ କେବଳ ଚା’ ପିଇ ବଞ୍ଚତ୍ଛନ୍ତି। ଛତିଶଗଡ଼, କୋରିଆ ଜିଲାର ବରଡିୟା ଗ୍ରାମରେ ରହୁଥିବା ପିଲି ଦେବୀ ହେଉଛନ୍ତି ସେହି ବିସ୍ମୟ ମହିଳା। ମାତ୍ର ୧୧ ବର୍ଷ ବୟସର ହୋଇଥିବା ବେଳୁ ସେ ଖାଦ୍ୟ ଛାଡି ଚା’ ପିଇ ଜୀବନଧାରଣ କରୁଛନ୍ତି। ଏବେ ତାଙ୍କୁ ୪୪ ବର୍ଷ ବୟସ। ସ୍ଥାନୀୟ ଲୋକେ ତାଙ୍କୁ ‘ଚାୟ ଓ୍ବାଲି ଚାଚି’ ବୋଲି ଡାକନ୍ତି। ଖାଦ୍ୟ ନ ଖାଇ ସେ ଏତେ ବର୍ଷ କିଭଳି ସୁସ୍ଥ ଅଛନ୍ତି ତାହା ସମସ୍ତଙ୍କୁ ଚକିତ କରାଏ। ଏମିତି କି ଡାକ୍ତର ମଧ୍ୟ ତାଙ୍କଠାରେ କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇ ନାହାନ୍ତି। ତାଙ୍କ ବାପା କହନ୍ତି, ”ଷଷ୍ଠ ଶ୍ରେଣୀରେ ପଢୁଥିବାବେଳେ ପିଲି ଖାଦ୍ୟ ଖାଇବା ଛାଡ଼ିଥିଲା। ସେତେବେଳେ ସେ କ୍ଷୀର ଚା’ ସହ ବିସ୍କୁଟ, ବ୍ରେଡ ଖାଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପିଲି ସେସବୁ ଖାଇବା ବି ଛାଡ଼ିଦେଲା।“ ଆଉ ପିଲି କହନ୍ତି, ”ତାଙ୍କୁ କେବେ ଭୋକ ଲାଗେନାହିଁ। ଦିନରେ କ୍ଷୀର ଚା’ ପିଏ। ଆଉ ଦିନ ସରିଲେ ସନ୍ଧ୍ୟାବେଳେ ମୁଁ ବିନା କ୍ଷୀରବାଲା ନାଲି ଚା’ ପିଇଥାଏ। ଏମିତି ଦୀର୍ଘ ବର୍ଷ ବିତିଗଲାଣି।“


Enter your email to get our daily news in your inbox.

All Right Reserved By Dharitri.Com

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ସମୁଦ୍ରକୂଳରୁ ମିଳିଲା ଅଜବ ଜିନିଷ: ଲୋକେ ବିସ୍ମିତ

ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ ଶହ...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri