Categories: ଫୁରସତ

ଏହି ଗ୍ରାମରେ ପାଣି ସହିତ ନଳକୂପରୁ ବାହାରୁଛି ସାପ

ଲକ୍ଷ୍ନୌ, ୧।୯: ଉତ୍ତର ପ୍ରଦେଶ ଜଉନପୁର ଜିଲାର ରାମପୁର ଗ୍ରାମ ଏକ ଅଜବ ଘଟଣା ଲାଗି ଲୋକ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସ୍ଥାନୀୟ ବାସିନ୍ଦା ଚନ୍ଦ୍ରକେଶ ଗୌତମଙ୍କ ଘରେ ଥିବା ଗୋଟିଏ ନଳକୂପ ମଧ୍ୟରୁ ପାଣି ସହିତ ସାପ ଛୁଆ ବାହାରୁଛି। ରାମପୁରର ଗ୍ରାମ ମୁଖିଆଙ୍କ ଜରିଆରେ ଏହି ଘଟଣା ଅଧିକାରୀଙ୍କ ନିକଟରେ ପହଞ୍ଚି ସାରିଛି। ବିଡିଓ ଏହି ନଳକୂପର ହ୍ୟାଣ୍ଡେଲକୁ କାଢ଼ି ଦେଇଛନ୍ତି। ଫଳରେ ଲୋକ ଏହି ନଳକୂପରୁ ଆଉ ପାଣି ବ୍ୟବହାର କରିପାରୁ ନାହାନ୍ତି।
ଅଗଣାରେ ଥିବା ଏହି ନଳକୂପ ମଧ୍ୟରୁ କିଛିଦିନ ତଳେ ମଇଳା ପାଣି ବାହାରିଥିଲା। ଏହାପରେ ସେହି ମଇଳା ପାଣି ସହିତ ସାପ ଛୁଆ ବାହାରୁଥିବା ଲୋକମାନେ ଦେଖିବାକୁ ପାଇଥିଲେ। ଗ୍ରାମବାସୀମାନେ କହିଛନ୍ତି ଯେ, ସେମାନେ ଏହି ନଳକୂପରୁ ଦୀର୍ଘଦିନ ଧରି ପାଣି ପିଇ ଆସୁଥିଲେ। ବର୍ତ୍ତମାନ ସେମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଏହି ନଳକୂପକୁ ଯାଞ୍ଚ କରାଯିବ ବୋଲି ବିଡିଓଙ୍କ ପକ୍ଷରୁ କୁହାଯାଇଛି।

Share