ଏଥର ବି ଲକ୍‌ଡାଉନ୍‌ରେ କଟିବ ରଜ; ଅନ୍‌ଲାଇନରେ ରଜପାନ, ସହର ବୁଲିବ ‘ପିଠା ଅନ୍‌ ହ୍ବିଲ୍‌’

ଭୁବନେଶ୍ୱର, ୧୩।୬ (ବ୍ୟୁରୋ): ଗତବର୍ଷ କରୋନା ପାଇଁ ଗଣପର୍ବ ରଜ ଫିକା ପଡିଥିଲା। ଲକ୍‌ଡାଉନ୍‌ କଟକଣା ଯୋଗୁ ଲୋକେ ଘରୁ ପଦାକୁ ବାହାରି ନ ପାରିବାରୁ ରଜ ମଉଜ ଜମି ନ ଥିଲା। ଏବର୍ଷକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ ସମସ୍ତେ। ହେଲେ ଏଥର ବି ସମାନ ସ୍ଥିତି। କରୋନାର ଦ୍ୱିତୀୟ ଲହର ଜାରି ରହିଥିବାବେଳେ ବର୍ଷା ଆରମ୍ଭ ହୋଇଛି। ଫଳରେ ରଜ ମଉଜ ଆରମ୍ଭରୁ ଫିକା ହୋଇଛି। ଝିଅ, ବୋହୂଙ୍କ ମନରେ ଆଉ ଉତ୍କଣ୍ଠା ନାହିଁ କି ଘରେ ବାହାରେ ରଜପାନ, ପିଠାର ବାସ୍ନା ପାଇଁ ସେପରି ପ୍ରସ୍ତୁତି ନାହିଁ। ରବିବାର ସଜବାଜ। ଦିନକ ପରେ ପହିଲି ରଜ। କିନ୍ତୁ କଟକଣା ଯୋଗୁ ନା ଜମିବ ଦୋଳିର ଆସର, ନା ସାଙ୍ଗସାଥୀଙ୍କ ସହ ବୁଲିବାର ମିଳିବ ସୁଯୋଗ। ପ୍ରତିବର୍ଷ ରଜରେ ନୂଆ ଚଳଚ୍ଚିତ୍ର ରିଲିଜ୍‌ ହୋଇଥାଏ। ମାତ୍ର ଏଥର ବି ତାହା ହେବ ନାହିଁ। ତାଲା ବନ୍ଦ କାରଣରୁ ସମସ୍ତ ପାର୍କ, ରେଷ୍ଟୁରାଣ୍ଟ, ଶପିଂ ମଲ୍‌, ପର୍ଯ୍ୟଟନ ସ୍ଥଳୀ ବନ୍ଦ ରହିଛି। ଏପରିକି ମାର୍କେଟ ବନ୍ଦ ରହିଥିବାରୁ ନୂଆ ଲୁଗାପଟା ମଧ୍ୟ କିଣିପାରି ନାହାନ୍ତି ଲୋକେ। ରଜ ପାଇଁ ସ୍ପେଶାଲ ଆୟୋଜନ କରୁଥିବା ହୋଟେଲ ଓ ଅନ୍ୟ ଆୟୋଜକମାନେ ମଧ୍ୟ ନିରାଶ ହୋଇଛନ୍ତି। ତେବେ ଏସବୁ ଭିତରେ ବି ରଜ ପାଳନ କରିବା ପାଇଁ ଅନ୍‌ଲାଇନ୍‌ ଏକମାତ୍ର ମାଧ୍ୟମ ପାଲଟିଛି। କେତେକ ଅନୁଷ୍ଠାନ ପକ୍ଷରୁ ଭର୍ଚୁଆଲରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଉଛି। ନୃତ୍ୟ, ସଙ୍ଗୀତ, ଡ୍ରାମା ସହିତ ଅନ୍ୟାନ୍ୟ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri