Posted inଖେଳ

ଏଥର ଖର୍ଚ୍ଚ ପରିମାଣ ୧୬ ଗୁଣା ଅଧିକ

ଭୁବନେଶ୍ୱର, ୨୮।୧୧: ଓଡ଼ିଶାରେ ଦ୍ୱିତୀୟଥର ପାଇଁ ହେବାକୁ ଯାଉଛି ହକି ବିଶ୍ୱକପ୍‌। ପୂର୍ବରୁ ୨୦୧୮ରେ ଏହା ଭୁବନେଶ୍ୱରରେ ସଫଳତାର ସହ ଆୟୋଜନ ହୋଇଥିଲା। ୨୦୨୩ ହକି ବିଶ୍ୱକପ୍‌ କିନ୍ତୁ ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ। ଏହା ଜାନୁୟାରୀ ୧୩ରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶା ସରକାର ଏଥିପାଇଁ ପାଖାପାଖି ୧,୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ, ଯାହା ୨୦୧୮ ହକି ବିଶ୍ୱକପ୍‌ ଖର୍ଚ୍ଚ ଅପେକ୍ଷା ୧୬ ଗୁଣା ଅଧିକ। ୨୦୧୮ ହକି ବିଶ୍ୱକପ୍‌ ପାଇଁ ୬୬.୯୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ମାତ୍ର ଆଗାମୀ ବିଶ୍ୱକପ୍‌ ପାଇଁ ୧,୦୯୮.୪୦ କୋଟି ଖର୍ଚ୍ଚ ହେବ ବୋଲି ଜଣାଯାଇଛି।

୨୦୧୮ ହକି ବିଶ୍ୱକପ୍‌ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା। ୨୦୨୩ ବିଶ୍ୱକପ୍‌ କଳିଙ୍ଗ ସମେତ ରାଉରକେଲାରେ ନବନିର୍ମିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିର୍ସାମୁଣ୍ଡା ହକି ଷ୍ଟାଡିୟମ ଏବଂ ରାଉରକେଲା ସହର ଆଖପାଖ ଅଞ୍ଚଳର ଉନ୍ନତି ପାଇଁ ୧,୦୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ରାଉରକେଲାରେ ନୂଆ ଷ୍ଟାଡିୟମ ନିର୍ମାଣ ପାଇଁ ସର୍ବାଧିକ ୮୭୫.୭୮ କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ଆବାସ ଗୃହ ନିର୍ମାଣ ପାଇଁ ୮୪ କୋଟି, ରାଉରକେଲା ଆଖପାଖ ଅଞ୍ଚଳର ଉନ୍ନତୀକରଣ ଲାଗି ୧୦.୫୦ କୋଟି ଏବଂ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଇଲେକ୍ଟ୍ରିକାଲ କାର୍ଯ୍ୟ ନିମନ୍ତେ ୧୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ସେହିପରି ଉଭୟ ଭୁବନେଶ୍ୱର ଓ ରାଉରକେଲା ଷ୍ଟାଡିୟମରେ ସିନ୍ଥେଟିକ୍‌ ଟର୍ଫ ବିଛାଇବା ପାଇଁ ସରକାର ହକି ଇଣ୍ଡିଆକୁ ୧୭.୫୦ କୋଟି ଟଙ୍କା ଦେଇଛନ୍ତି। ଏହା ବ୍ୟତୀତ ଭେନ୍ୟୁ ମ୍ୟାନେଜ୍‌ମେଣ୍ଟ, ଆକୋମୋଡେଶନ, ଟ୍ରାନ୍ସପୋର୍ଟେଶନ ଏବଂ ମିଡିଆ ପବ୍ଲିସିଟି ଲାଗି ସରକାର ୭୫ କୋଟି ଟଙ୍କା ବ୍ୟୟ କରିବେ। ଏହା ବ୍ୟତୀତ ରାଉରକେଲାରେ ସୁଇମିଂ ପୁଲ୍‌ର ଉନ୍ନତୀକରଣ ପାଇଁ ୯.୧୫ କୋଟି, କଳିଙ୍ଗ ଷ୍ଟାଡିୟମରେ ଫ୍ଲଡ୍‌ଲାଇଟ୍‌ ଲାଗି ୫.୩୯ କୋଟି ଏବଂ ଓ୍ବେଷ୍ଟ ଷ୍ଟାଣ୍ଡର ସମ୍ପ୍ରସାରଣ ପାଇଁ ୮ କୋଟି ଟଙ୍କା ବ୍ୟୟ ହେବ।

୨୦୧୮ରେ ଖର୍ଚ୍ଚ ହୋଇଥିବା ୬୬.୯୮ କୋଟି ମଧ୍ୟରୁ ଓଡ଼ିଶା ସରକାର ପ୍ରେଜେଣ୍ଟିଙ୍ଗ୍‌ ପାର୍ଟନର ରାଇଟ୍ସ ଫି’ ବାବଦରେ ହକି ଇଣ୍ଡିଆ ଓ ଏଫ୍‌ଆଇଏଚ୍‌(ଅନ୍ତର୍ଜାତୀୟ ହକି ଫେଡେରେଶନ) ନିକଟରେ ୨୫ କୋଟି ଟଙ୍କା ଦାଖଲ କରିଥିଲେ। ଭେନ୍ୟୁ ଓ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ପାଇଁ ମାତ୍ର ୧୮.୮୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଅବଶିଷ୍ଟ ଅର୍ଥ ଟ୍ରାନ୍ସପୋର୍ଟେଶନ ଆକୋମୋଡେଶନ, ପବ୍ଲିସିଟି ଏବଂ ଅନ୍ୟ ବାବଦରେ ବ୍ୟୟ ହୋଇଥିଲା। ୨୦୧୮ରୁ ଭାରତୀୟ ହକି ଦଳର ପ୍ରାୟୋଜକ ରହିଆସିଥିବା ଓଡ଼ିଶା ସରକାର ଆଗାମୀ ବିଶ୍ୱକପ୍‌କୁ ପୂର୍ବାପେକ୍ଷା ଅଧିକ ସ୍ମରଣୀୟ ଏବଂ ବଡ଼ ଆକାରରେ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିରେ ରାଜ୍ୟବ୍ୟାପୀ ଅନେକ ମେଗା ସ୍ପୋର୍ଟିଂ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

କ୍ରିକେଟରେ ବଡ଼ ନିୟମ ପରିବର୍ତ୍ତନ: ICC ଜାରି କଲା ନୂଆ ଗାଇଡଲାଇନ, ଏଣିକି ରନ୍‌ଆଉଟ୍‌ରେ…

ନୂଆଦିଲ୍ଲୀ,୧।୧୦: କ୍ରିକେଟରେ ଆଉ କିଛି ନିୟମ ବଦଳିଛି। ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଏହି ନୂଆ ନିୟମଗୁଡ଼ିକ ଅକ୍ଟୋବର ୧ କିମ୍ବା ଏହା ପରେ ଆରମ୍ଭ ହେଉଥିବା…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ଏହି ଖେଳାଳି; BCCI ପକ୍ଷରୁ ରିପ୍ଲେସମେଣ୍ଟ ଖେଳାଳିଙ୍କ ନାମ ଘୋଷଣା, ପ୍ରଶଂସକ ଚକିତ

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଭାରତୀୟ ଦଳରେ ହଠାତ ଏକ ପରିବର୍ତ୍ତନ କରିଛି। ବିଶେଷ ଭାବରେ, ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?