ଏଥର ୪୫ ଫୁଟର ଏଲ୍‌ଇଡି ଲାୟନ ଗେଟ୍‌

ଜଟଣୀ,୭ା୯(ରବୀନ୍ଦ୍ରନାଥ ମହାକୁଡ଼)ଆଉ ଦିନ କେଇଟା ପରେ ଗଣେଶପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଜଟଣୀ ସହର। ଏବେଠୁ କାରିଗର, ଆୟୋଜକ ଓ ଭକ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ବିଭିନ୍ନ ବ୍ୟବସାୟୀ ସଂଘ, ସାହିବସ୍ତି ଓ କ୍ଲବ ପକ୍ଷରୁ ଧୁମଧାମରେ ଗଣେଶପୂଜା ପାଳନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏହି ପରିପ୍ରେକ୍ଷୀରେ ଜଟଣୀ ଥାନାଛକ ବ୍ୟବସାୟୀ ସଂଘ ପୂଜା କମିଟି ଜୋର୍‌ଦାର ପ୍ରସ୍ତୁତି ଚଳାଇଛି।
୫୦ ବର୍ଷ ପୂର୍ବେ ଥାନା ଛକରେ ଗଣେଶପୂଜା ଆରମ୍ଭ ହୋଇଥିଲା। ଗୋକୁଳ ସାହୁ, ମହେଶ କାଛୁଓ୍ବାଲ, କାଶୀନାଥ ନାୟକ, ଝୁଲୁ ସୁନ୍ଦରାୟ, ଭାବଗ୍ରାହୀ ପାହାଡ଼ସିଂଙ୍କ ସମେତ କେତେଜଣ ବ୍ୟବସାୟୀ ଏଠାରେ ପୂଜା ଆରମ୍ଭ କରିଥିବା ଲୋକମତରୁ ଜଣାଯାଏ। ଏଥର ପୂଜାରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବା ନେଇ ସଂଘ ପକ୍ଷରୁ ଆକଳନ କରାଯାଇଛି। ମଣ୍ଡପରେ ୧୨ଫୁଟ ଉଚ୍ଚର ଗଜାନନଙ୍କ ସହିତ ମା’ଲକ୍ଷ୍ମୀ ଏବଂ ସରସ୍ବତୀ ପୂଜା ପାଇବେ। ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ୪୫ ଫୁଟ ଉଚ୍ଚର ଦୁଇଟି ଏଲ୍‌ଇଡି ଲାୟନ ଗେଟ୍‌ ଶୋଭାପାଇବ। ଠାକୁରଙ୍କ ପାଖରେ ପ୍ରତିଦିନ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଖଜା, ଛେନା, କାକରା, ଖେଚୁଡ଼ି, ରସଗୋଲା, ଲଡୁ, ଚୁଡ଼ାଘଷା, ମାଲପୁଆ ଭଳି ବିଭିନ୍ନ ବ୍ୟଞ୍ଜନ ଭୋଗ ଲାଗି ହୋଇଥାଏ, ଯାହାକୁ କମିଟି ଏବଂ କେତେଜଣ ମାନସିକଧାରୀ ଦେଇଥାନ୍ତି। ସେହିପରି ପୂଜା ଆରମ୍ଭର ପ୍ରଥମ ଏବଂ ଶେଷଦିନର ଭୋଗ ଜଟଣୀ ଥାନା ପକ୍ଷରୁ ଆସି ଠାକୁରଙ୍କଠାରେ ଲାଗି ହୋଇଥାଏ ବୋଲି ସଭାପତି ରୋହିତାଶ ଅଗ୍ରଓ୍ବାଲ କହିଛନ୍ତି। ପ୍ରତିଦିନ ସନ୍ଧ୍ୟାରେ ଦର୍ଶକଙ୍କ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନେଇ ବ୍ୟବସ୍ଥା ହୋଇଛି। ପୂଜା ସମୟରେ ଜଟଣୀ ଥାନାକୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇଥାଏ। ସମୟ ମୁତାବକ ଥାନା ଅଧିକାରୀ ପୂଜାରେ କାର୍ତ୍ତାଭାବେ ବସିଥାନ୍ତି। ପୂଜାର ଶେଷ ଦିବସ ତଥା ଭସାଣ ଶୋଭାଯାତ୍ରାରେ କମିଟି ପକ୍ଷରୁ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଖେଚୁଡ଼ି ଭୋଗ ବଣ୍ଟନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ମୃତ୍ୟୁ ସମାଜରେ ବଡ଼ କଳଙ୍କ: ସୁପ୍ରିମକୋଟ

ନୂଆଦିଲ୍ଲୀ,୨୭।୩(ପି.ଟି.):  ଯୌତୁକ ମୃତ୍ୟୁ ସମାଜରେ ଏକ ବଡ଼ କଳଙ୍କ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନଗତ ପ୍ରତିକାର ସତ୍ତ୍ୱେ ଉକ୍ତ ପ୍ରଥା ଜାରି ରହିଥିବା କହିଛନ୍ତି…

ପୁଣିଥରେ ପଛଘୁଞ୍ଚା ଦେଲେ ଟ୍ରମ୍ପ, ୧୦ ଦିନ ଯୁଦ୍ଧବିରତି ଅବଧି ବଢ଼ାଇଲେ

ନୂଆଦିଲ୍ଲୀ,୨୭।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଶେଷକରି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri