ଏଥର ହେବ ଛାତ୍ର ସଂସଦ ନିର୍ବାଚନ! ମନ୍ତ୍ରୀଙ୍କ ବୟାନରୁ ସ୍ପଷ୍ଟ

ଭୁବନେଶ୍ୱର,୨୫।୬: ଗଣତନ୍ତ୍ରର ଏନ୍ତୁଡି ହେଉଛି କଲେଜ। ଆଜି ରାଜନୀତିରେ ପାଦ ଥାପିଥିବା ପ୍ରତ୍ୟେକ ନେତା କଲେଜ ରାଜନୀତିରୁ ହିଁ ନିଜର ରାଜନୀତି କ୍ୟାରିୟର ଆରମ୍ଭ କରିଥା’ନ୍ତି। ପ୍ରତିଟି ସୁଦୃଢ ରାଜନେତାର ଦକ୍ଷତା ସେହି କଲେଜ ସମୟରେ ଛାତ୍ରନେତା ସମୟରେ ହିଁ ନଜର ଆସିଥାଏ। ନେତୃତ୍ୱ ହେବାର ଆଣ୍ଟ ହେଉ କି ଠାଣି ଛାତ୍ରନେତା ଥିବାବେଳରୁ ହିଁ ସ୍ପଷ୍ଟ ବାରି ହୋଇପଡେ। ତେବେ ଛାତ୍ରନେତାରୁ ରାଜନେତା ହେବା ପ୍ରକ୍ରିୟା ଗତ ୬ବର୍ଷ ଧରି ବନ୍ଦ ରହିଛି। ୬ବର୍ଷ ଧରି ତିତିଲି ବାତ୍ୟା ଓ କୋଭିଡ ଯୋଗୁ ପୂର୍ବତନ ବିଜେଡି ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛନ୍ତି। ଜଣେ ଛାତ୍ରର ନେତୃତ୍ୱ ନେବାର ଦକ୍ଷତା ଏହି ଛାତ୍ର ନିର୍ବାଚନରୁ ହିଁ ଜଣାପଡେ। ଜଣେ ଛାତ୍ର ‘ହ୍ବାଏ ଆଇ ଷ୍ଟାଣ୍ଡ ମିଟିଗଂ’ ରେ ନିଜର ପ୍ରତିଶ୍ରୁତି ରଖିଥାଏ। ଓ ନିର୍ବାଚିତ ହେବା ପରେ ପ୍ରତିଶ୍ରୁତି ଉପରେ କାମ କରେ। ଯାହା ଛାତ୍ର ରାଜନୀତି ଜୀବନରୁ ତା’ର ଦାୟିତ୍ୱବୋଧତାକୁ ସୁଦୃଢ କରେ। ଆଉ ସେହି ନେତୃତ୍ୱ ନେବାର ଦକ୍ଷତାକୁ ଯଦି ଆମେ ନିର୍ବାଚନ ବନ୍ଦ କରି ଏକ ପ୍ରକାର ନଷ୍ଟ କରିଦେବା ତେବେ ତାହାକୁ ନେତୃତ୍ୱର ‘ଭ୍ରୁଣ ହତ୍ୟା’ ବୋଲି କହିବା ମଧ୍ୟ ଭୁଲ ହେବ ନାହିଁ। ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଜରିଆରେ ଛାତ୍ରସଂସଦ ଗଠନ ଓ ସିନେଟରେ ଛାତ୍ର ପ୍ରତିନିଧିତ୍ୱକୁ ବନ୍ଦ କରାଯାଇଛି। ଯାହାକୁ ନେଇ ପ୍ରତିବର୍ଷ ବିରୋଧ କରାଯାଉଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇ ନାହିଁ।

ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଛି। ପ୍ରଥମ ଥର ପାଇଁ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାର କ୍ଷମତାକୁ ଆସିଛି। ତେବେ ବିରୋଧୀ ଦଳରେ ଥିବାବେଳେ ଏହାକୁ ନେଇ ଭାଜପା ଓ କଂଗ୍ରେସ ତୀବ୍ର ବିରୋଧ କରି ଆସୁଥିଲେ। ଏବେ କ୍ଷମତା କଡ଼ ଲେଉଟାଇଛି ଏବଂ ଶାସନ ଡୋର ମୋହନ ମାଝିଙ୍କ ପାଖକୁ ଆସିଛି। ନିକଟରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବୟାନ ସାମ୍ନାକୁ ଆସିଛି। ଯେଉଁଥିରେ ସେ କହିଛନ୍ତି, ‘ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହୋଇପାରେ’। ଏନେଇ ଗଣମାଧ୍ୟମକୁ ସୂଚନା ମଧ୍ୟ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ‘ନିର୍ବାଚନ ମାଧ୍ୟମରେ କ୍ୟାମ୍ପସରେ ଛାତ୍ର ସଂସଦ ଗଠନ କରାଯିବା ଦରକାର। ଯେକୌଣସି ଦଳର ସମର୍ଥିତ ପ୍ରାର୍ଥୀ ଜିତନ୍ତୁ ନା କାହିଁକି, ଏହାଦ୍ୱାରା ନୂଆ ଯୁବ ନେତୃତ୍ୱ ସୃଷ୍ଟି ହୋଇଥା’ନ୍ତି। ତେଣୁ ରାଜ୍ୟ ସରକାର ଏ ବିଷୟକୁ ଗୁରୁତ୍ୱର ସହ ବିଚାର କରୁଛନ୍ତି। ଶୃଙ୍ଖଳାର ସହ କିଭଳି ନିର୍ବାଚନ ହେବ ସେନେଇ ନୀତିଗତ ନିଷ୍ପତ୍ତି ହେବା ପରେ ଜଣାଇ ଦିଆଯିବ’ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି। ଅର୍ଥାତ୍‌ ମନ୍ତ୍ରୀଙ୍କ ବୟାନରୁ ସ୍ପଷ୍ଟ ହେଉଛି ଯେ, ସରକାର ଛାତ୍ର ସଂସଦ ନିର୍ବାଚନ କରାଇବା ଦିଗରେ ତତ୍ପର ଅଛନ୍ତି।

ସୂଚନାଥାଉ କି, ରାଜ୍ୟରେ ଶେଷଥର ପାଇଁ ୨୦୧୭ରେ ନିର୍ବାଚନ ହୋଇଥିଲା। ଯେଉଁଥିରେ ବିସିଜେଡି ୯୫ ପ୍ରତିଶତ କ୍ୟାମ୍ପସରେ ବିଜୟ ହୋଇଥିବା ଦାବି କରିଥିବା ବେଳେ ଏବିଭିପି ୬୦ ପ୍ରତିଶତ ଓ ଏନଏସୟୁଆଇ ୬୪ ପ୍ରତିଶତ କ୍ୟାମ୍ପସରେ ବିଜୟ ଲାଭ କରିଥିବା ଦାବି କରିଥିଲେ । ତେବେ ସବୁବର୍ଷ ପରି ଗତବର୍ଷ ମଧ୍ୟ ଛାତ୍ର ନିର୍ବାଚନ ପାଇଁ ଦାବି କରାଯାଇଥିଲା। ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ୨୦୨୩-୨୪ ଶିକ୍ଷାବର୍ଷର କ୍ୟାଲେଣ୍ଡରରେ ନିର୍ବାଚନ ନେଇ କୌଣସି ସୂଚନା ଜାରି କରାଯାଇ ନ ଥିଲା। ଯାହାକୁ ନେଇ ଛାତ୍ର ସଂଗଠନ ଦ୍ୱାରା ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ଏଥିସହ ବିଭିନ୍ନ କଲେଜରେ ଅସନ୍ତୋଷ ଦେଖା ଦେଇଥିଲା। ଫଳସ୍ବରପ ଛାତ୍ରନେତାମାନେ ପୂର୍ବତନ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଘରକୁ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ବି କୌଣସି ଫଳାଫଳ ଦେଖିବାକୁ ମିଳି ନ ଥିଲା। କିନ୍ତୁ ଏବେ ଭାଜପା ସରକାର ଆସିବା ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ସମ୍ଭବତଃ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡରାଉଛି ମୁଖ କ୍ୟାନ୍ସର: ୧୦ ବର୍ଷରେ ନେଲାଣି ୩ ହଜାର ଜୀବନ

ଭୁବନେଶ୍ୱର,୨୩।୩: ମୁଖ କ୍ୟାନ୍ସର ଏବେ ମୁଣ୍ଡ ବିନ୍ଧାର ମୁଖ୍ୟ କାରଣ ସାଜିଛି। ରାଜ୍ୟରେ ୧୦ ବର୍ଷରେ ମୁଖ କ୍ୟାନ୍ସରରେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ବଡ଼ କଥା କହିଦେଲେ ମୋଦି; LPGକୁ ପ୍ରାଥମିକତା, ତେଲକୁ ନେଇ କହିଲେ…

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଲୋକସଭାରେ ଅଭିଭାଷଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ପଶ୍ଚିମ ଏସିଆରେ…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ବିବାଦୀୟ ସ୍ଥାନରେ ବାସନ୍ତୀ ପୂଜା ବନ୍ଦ:୧୬୩ ଧାରା ଜାରିକଲେ ପ୍ରଶାସନ,ଅଶାନ୍ତ ହେଉଛି…             

ଭୋଗରାଇ, ୩।୪ ( ପ୍ରଦୀପ ଦାସ ): ରାତି ପାହିଲେ ମଧୁ ପାର୍ବଣ । ମା ବାସନ୍ତୀ ଦେବୀଙ୍କ ଷଷ୍ଠୀ  ପୂଜା । ସବୁଠି ମାଙ୍କ ଆରାଧନା…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri