Posted inଖେଳ

ଏଥର ମେସିଙ୍କ ବିଶ୍ୱକପ୍‌

୧୯୮୬ରେ ମାରାଡୋନାଙ୍କ ବିଶ୍ୱକପ୍‌ ଥିଲା। ଏଥର କିନ୍ତୁ ଲିଓନେଲ ମେସିଙ୍କର। ତାଙ୍କ ନାମରେ ରହିଥିବା ରେକର୍ଡ ଓ ତାଙ୍କ ଫୁଟ୍‌ବଲ ନେତୃତ୍ୱକୁ ନେଇ ଆଉ ଆଲୋଚନା କରିବା ଦରକାର ନାହିଁ। ତାଙ୍କ ମ୍ୟାଜିକ ବଲରେ ଆର୍ଜେଣ୍ଟିନା ସେମିଫାଇନାଲରେ ପ୍ରବେଶ କରିସାରିଛି। ଲୁସେଲ ଷ୍ଟାଡିୟମରେ ନେଦରଲାଣ୍ଡ୍ସକୁ ପେନାଲ୍ଟିରେ ପରାସ୍ତ କରିବା ପରେ ଆର୍ଜେଣ୍ଟିନା ଜାତୀୟ ଦଳ ବର୍ତ୍ତମାନ ସେମାନଙ୍କର ସ୍ବପ୍ନଠାରୁ ଆଉ ମାତ୍ର ଦୁଇଟି ମ୍ୟାଚ ଦୂରରେ ରହିଛି। ମେସି ତାଙ୍କ ବିଶ୍ୱକପ୍‌ ଯାତ୍ରା ୨୦୦୬ରେ ଜର୍ମାନୀରୁ ଆରମ୍ଭ କରିଛନ୍ତି। ତାଙ୍କ ପାଖରେ ଏବେ ମଧ୍ୟ କିଛି ଖେଳ ବାକି ରହିଛି। କେବଳ ପ୍ରଦର୍ଶନ ନୁହେଁ ଦଳକୁ ସଫଳ ନେତୃତ୍ୱ ଦେବାର ପରାକାଷ୍ଠା ସେ ଦେଖାଇଛନ୍ତି। ଶୁକ୍ରବାର ମ୍ୟାଚରେ ଏହା ଦେଖିବାକୁ ମିଳିଥିଲା। ନାହୁଏଲ୍‌ ମୋଲିନାଙ୍କୁ ଗୋଲ ସ୍କୋର କରାଇବାରେ ସେ ସହାୟତା କରିଥିଲେ। ପେନାଲ୍ଟି ସ୍ପଟ୍‌ରୁ ତାଙ୍କ ଗୋଲ୍‌ ବାସ୍ତବିକ ଚିତ୍ତାକର୍ଷକ ଥିଲା। ଆର୍ଜେଣ୍ଟିନା ନିର୍ଦ୍ଧାରିତ ସମୟ ଖେଳର ଶେଷ ୧୦ରୁ ୧୫ ମିନିଟ ମଧ୍ୟରେ ଦୁଇଟି ଗୋଲ ବରଣ କରିବା ଅପ୍ରତ୍ୟାଶିତ ଥିଲା, ଯେଉଁଥିପାଇଁ ମ୍ୟାଚର ଫଳାଫଳ ପେନାଲ୍ଟି ଶୁଟ୍‌ଆଉଟରେ ନିରୂପିତ ହୋଇଥିଲା। ଏଥରୁ ଗୋଟିଏ କଥା ଶିକ୍ଷା କରିବା କଥା ଯେ, ଗୋଲ ସ୍କୋର ପରେ ଦଳ ଯେତେବେଳେ ଆଗୁଆ ରହିଛି ଏହା କିପରି ବଜାୟ ରଖିହେବ ସେଥିପ୍ରତି ଯତ୍ନବାନ ହେବା ଆବଶ୍ୟକ। ଅନ୍ୟ ମ୍ୟାଚ ଅମୀମାଂସିତ ରହିବା ପରେ ଯେଉଁ ଢଙ୍ଗରେ ଆର୍ଜେଣ୍ଟିନା ଜିତିଲା ତାହା ଦଳକୁ ଅଧିକ ଶକ୍ତିଶାଳୀ କରିବ। ଗୋଲକିପର ‘ଡିବୁ ମାର୍ଟିନେଜ’ଙ୍କ ପ୍ରଦର୍ଶନ ଖୁବ୍‌ ଉଚ୍ଚକୋଟୀର ଥିଲା। ସେ ଦର୍ଶକଙ୍କ ମନ କିଣି ନେଇଥିଲେ। ଆର୍ଜେଣ୍ଟିନାର ଭାଗ୍ୟ ଟାଣ ଥିଲା, ତେଣୁ ଏହି ମ୍ୟାଚ ଜିତିନେଲା। କିନ୍ତୁ ଅନ୍ୟ ଲାଟିନ ଆମେରିକାନ୍‌ ଟିମ୍‌ ବ୍ରାଜିଲ ଗତଥରର ରନରଅପ୍‌ କ୍ରୋଏସିଆଠାରୁ ଦୁର୍ଭାଗ୍ୟଜନକ ଭାବେ ପ୍ରତିଯୋଗିତାରୁ ବିଦାୟ ନେଇଛି, ଯେଉଁ ଦଳକୁ ଏଥର ଟପ୍‌ ଫେଭରାଇଟ ବିବେଚନା କରାଯାଉଥିଲା। ୟୁରୋପିଆନ ଟିମ୍‌ କ୍ରୋଏସିଆ ପ୍ରମାଣିତ କରିଦେଲା ୨୦୧୮ ରନରଅପ୍‌ ଦଳକୁ ଅତିକ୍ରମ କରିବା ସହଜ ନୁହେଁ। ଲୁକା ମୋଡ୍ରିକ ପ୍ରମାଣ କରି ଦେଖାଇ ଦେଲେ ତାଙ୍କୁ ୩୭ ବର୍ଷ ବୟସ ହୋଇଥିଲେ ମଧ୍ୟ ସେ କାହିଁକି ଏବେ ମଧ୍ୟ ଅନ୍ୟମାନଙ୍କଠାରୁ ଆଗରେ ରହିଛନ୍ତି।
(ଚିଭାକ୍‌ ସ୍ପୋଟର୍‌ସ)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri