ଏଥର କଡ଼ା ମୁକାବିଲା

କାମାକ୍ଷାନଗର, ୬ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହୋଇଉଠିଛି କାମାକ୍ଷାନଗର ବ୍ଲକ। ଢେଙ୍କାନାଳ ଜିଲା ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ଶିକ୍ଷାସମୃଦ୍ଧ ଅଞ୍ଚଳରେ ଗତ ନିର୍ବାଚନରେ ଭାଜପା-ବିଜେଡିର କଡ଼ା ମୁକାବିଲା ହୋଇଥିଲା। ୩ଟି ଜିଲା ପରିଷଦ ଜୋନ୍‌ ମଧ୍ୟରୁ ଶାସକ ଦଳ ୨, ଭାଜପା ଗୋଟିଏ ଆସନ ଅକ୍ତିଆର କରିଥିବାବେଳେ ଖାଲି ହାତରେ ସନ୍ତୁଷ୍ଟ ହୋଇଥିଲା କଂଗ୍ରେସ। ଚଳିତ ନିର୍ବାଚନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ ସମସ୍ତ ୩ ଜୋନ୍‌ ହାତେଇ ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି ଭାଜପା। ଅନ୍ୟପଟେ ଗତଦିନର ତ୍ରୁଟି ସୁଧାରି ସୁଯୋଗକୁ ଉଣ୍ଡି ବସିଛି କଂଗ୍ରେସ। ଏଭଳି ସ୍ଥିତିରେ ସମସ୍ତ ୩ ଜୋନ୍‌ରେ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଛି।
ମହିଳାଙ୍କ ପାଇଁ ସଂରକ୍ଷିତ ୧ନଂ. ଜୋନ୍‌ରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ବିଜେଡିରୁ ଦୀପ୍ତିମୟୀ ବିଶ୍ୱାଳ, ଭାଜପାରୁ ନିବେଦିତା ରାଉତ ଏବଂ କଂଗ୍ରେସରୁ କାମିନୀବାଳା ରାଉତ ଦଳୀୟ ଚିହ୍ନରେ ନିର୍ବାଚନ ଲଢୁଛନ୍ତି। ଦୀପ୍ତିମୟୀଙ୍କ ସ୍ବାମୀ ବସନ୍ତ ବିଶ୍ୱାଳ ଗତ ପଞ୍ଚାୟତ ନିର୍ବାଚନରେ ଭାଜପାରୁ ଜିଲା ପରିଷଦ ପ୍ରାର୍ଥୀ ହୋଇଥିଲେ। ବିପକ୍ଷ ବିଜେଡି ପ୍ରାର୍ଥୀଙ୍କ ସହିତ କଡ଼ା ମୁକାବିଲାର ସମ୍ମୁଖୀନ ହୋଇ ସେ ଅଳ୍ପକେ ପରାଜିତ ହୋଇଥିଲେ। ପଞ୍ଚାୟତ ରାଜନୀତିରେ ତାଙ୍କର ପାରିବାରିକ ଦଖଲ ରହିଛି। ଚଳିତ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇଥିବାରୁ ଦୀପ୍ତିମୟୀ ନିଶ୍ଚିତ ବିଜୟୀ ହେବେ ବୋଲି ଆଶା ବାନ୍ଧିଛନ୍ତି। ସେହିପରି ନିବେଦିତା ସ୍ବୟଂ ସହାୟକ ଗୋଷ୍ଠୀର ସଂଯୋଜିକା ଥିଲେ। ତାଙ୍କ ସ୍ବାମୀ ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ମହିଳାଙ୍କୁ ସ୍ବାବଲମ୍ବୀ କରିବା, ସେମାନଙ୍କ ସମସ୍ୟାରେ ସେ ଛିଡ଼ା ହୋଇଛନ୍ତି। ତେଣୁ ମହିଳାମାନେ ତାଙ୍କୁ ପସନ୍ଦ କରିବେ ଏବଂ ସେ ନିର୍ବାଚନ ବୈତରଣୀ ପାର୍‌ କରିବେ ବୋଲି କହିଛନ୍ତି। ସେହିପରି କାମିନୀବାଳା ସ୍ଥାନୀୟ କାନପୁରା ବାସିନ୍ଦା। ତାଙ୍କ ପ୍ରତି ପଞ୍ଚାୟତବାସୀଙ୍କ ସମର୍ଥନ ଥିବାରୁ ସେ ଏଥର ନିଶ୍ଚିତ ବିଜୟ ହାସଲ କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ସେହିପରି ଗତ ନିର୍ବାଚନରେ ମହିଳାଙ୍କ ଲାଗି ସଂରକ୍ଷିତ ଥିବା ୨ନଂ. ଜୋନ୍‌ରେ ଭାଜପା ବିଜୟୀ ହୋଇଥିଲା। ଚଳିତ ନିର୍ବାଚନରେ ଏହାକୁ ଅଣସଂରକ୍ଷିତ ରଖାଯାଇଛି। ମୋଟ ୫ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇଥିବାବେଳେ ପ୍ରଥମ ଥର ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଏହି ଜୋନ୍‌ରୁ ପ୍ରାର୍ଥୀ ଦେଇଛି। ଚଳିତ ନିର୍ବାଚନରେ ମଧ୍ୟ ଭାଜପା-ବିଜେଡି ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଅନୁମାନ କରାଯାଉଛି। ଏହି ଜୋନ୍‌ରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଅଶୋକ ବେହେରା ଅଞ୍ଚଳର ଜଣେ ଜଣାଶୁଣା ବ୍ୟବସାୟୀ। ଏଥିସହ ପରଜଙ୍ଗ ବିଧାୟକ ଡ. ନୃସିଂହ ଚରଣ ସାହୁଙ୍କ ସହଯୋଗୀ। ବିଧାୟକଙ୍କ ଲୋକପ୍ରିୟତା ଏବଂ ନିଜର ବ୍ୟବସାୟିକ ପ୍ରତିଷ୍ଠାକୁ ନେଇ ସେ ମଇଦାନକୁ ଓହ୍ଲାଇଛନ୍ତି। ଗତଥରର ତ୍ରୁଟିରୁ ଦଳ ବହୁତ ଶିକ୍ଷା ଲାଭ କରିଛି। ଚଳିତ ବର୍ଷ ବିଜେଡି ଏହି ଆସନ ଦଖଲ କରିବ ବୋଲି ଅଶୋକ ଆଶାବାଦୀ ଅଛନ୍ତି। ସେହିପରି ଭାଜପାରୁ ପ୍ରାର୍ଥୀ ହୋଇଥିବା ପ୍ରମୋଦ ପ୍ରସାଦ ନନ୍ଦ ଜଣେ ଅବସରପ୍ରାପ୍ତ ବରିଷ୍ଠ ବ୍ୟାଙ୍କ ଅଧିକାରୀ। ଲୋକଙ୍କ ଦୁଃଖସୁଖରେ ସାମିଲ ହେବା ସହିତ ନିର୍ବିବାଦୀୟ ଚେହେରା ହୋଇଥିବାରୁ ସେ ମଧ୍ୟ ଏହି ଆସନ ପାଇଁ ପ୍ରମୁଖ ଦାବିଦାର ପାଲଟିଛନ୍ତି। ଅପରପକ୍ଷେ କଂଗ୍ରେସ ଏଠାରେ ନୂଆ ମୁହଁ ଭାବେ ମୀନକେତନ ନାୟକଙ୍କ ଉପରେ ଭରସା କରିଛି। ସେ ଦଳୀୟ ନେତୃବୃନ୍ଦ ଏବଂ ଅନ୍ୟ ସାଙ୍ଗଠନିକ କର୍ମକର୍ତ୍ତାଙ୍କୁ ନେଇ ପ୍ରଚାର ଚଳାଇଛନ୍ତି। ଏଏପିର ପର୍ଶୁରାମ ମହାଭୋଇ ଦଳୀୟ ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କ ନୀତିଆଦର୍ଶ ଏବଂ ଅଞ୍ଚଳରେ ହେଉଥିବା ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରି ବିରୋଧୀକୁ ଘେରୁଛନ୍ତି। ଏହି ଜୋନ୍‌ ଅନ୍ତର୍ଗତ ମହୁଲପାଳ ପଞ୍ଚାୟତରୁ ଏକମାତ୍ର ସ୍ବାଧୀନ ପ୍ରାର୍ଥୀ ଭାବେ ଶ୍ରୀପତି କୁମାର ରାଉତ ନିର୍ବାଚନ ଲଢୁଥିବାବେଳେ ସେ ପଞ୍ଚାୟତର ଶିକ୍ଷିତ ବର୍ଗଙ୍କ ଉପରେ ଭରସା କରିଛନ୍ତି।
ଅପରପକ୍ଷେ ଗତ ନିର୍ବାଚନରେ ଅଣସଂରକ୍ଷିତ ରହିଥିବା ୩ନଂ. ଜୋନ୍‌ ଚଳିତ ଥର ଅନୁସୂଚିତ ଜାତି ମହିଳା ବର୍ଗ ପାଇଁ ସଂରକ୍ଷିତ ରହିଛି। ନିର୍ବାଚନ ପୂର୍ବରୁ ଦଳବଦଳ ପାଇଁ ଏହି ଜୋନ୍‌ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଜିଲା ପରିଷଦ ଆସନରୁ ଅବନ୍ତୀ ସେଠୀଙ୍କୁ ବିଜେଡି ଟିକେଟ୍‌ ଦେଇଛି। ସେ ପୂର୍ବରୁ କଂଗ୍ରେସ ଦଳର ଆଗଧାଡ଼ିର କର୍ମୀଥିଲେ। ଏପରି କି ବିଗତ ନିର୍ବାଚନରେ କଂଗ୍ରେସ ଟିକେଟରୁ ଜିଲା ପରିଷଦ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ହେଲେ ଘଟଣାକ୍ରମେ ସେ ଶାସକ ଦଳରେ ସାମିଲ ହୋଇଛନ୍ତି। ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏବଂ ନିଜର ସାଙ୍ଗଠନିକ ଦକ୍ଷତା ବଳରେ ସେ ପୁନର୍ବାର ଏହି ଆସନ କବ୍‌ଜା କରିବାକୁ ଲାଗିପଡ଼ିଛନ୍ତି। ସେହିପରି ବିଗତ ନିର୍ବାଚନରେ ବିଜେଡି ସମର୍ଥନରେ ସରପଞ୍ଚ ହୋଇଥିବା ପ୍ରସାଦ ସେଠୀ ଭାଜପାରେ ସାମିଲ ହେବା ପରେ ତାଙ୍କ ସ୍ତ୍ରୀ ଶଶିରେଖା ସେଠୀଙ୍କୁ ଦଳୀୟ ଟିକେଟ ମିଳିଛି। ପୁରୁଣା ସଙ୍ଗଠନର କେତେକ ନେତା, ଦଳୀୟ କର୍ମୀ ଏବଂ ଭାଜପା ନେତୃବୃନ୍ଦଙ୍କୁ ଧରି ପ୍ରସାଦ ଏବଂ ଶଶିରେଖା ଘରଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। କଂଗ୍ରେସ ଲିପିକା ନାୟକଙ୍କୁ ଟିକେଟ ଦେଇଥିବାବେଳେ ଅନୁସୂଚିତ ଜାତି ଭୋଟରଙ୍କ ଭୋଟ ହାତେଇ ବିରୋଧୀଙ୍କୁ ଚକ୍‌ମା ଦେବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ଲିପିକା। ସେହିପରି ଏହି ଜୋନ୍‌ରୁ ସନ୍ଧ୍ୟାରାଣୀ ସେଠୀ ସ୍ବାଧୀନ ପ୍ରାର୍ଥୀଭାବେ ମଇଦାନକୁ ଓହ୍ଲାଇଛନ୍ତି। କାମାକ୍ଷାନଗରରେ ୨୦ ତାରିଖରେ ମତଦାନ ହେବାକୁ ଥିବାବେଳେ ସମସ୍ତ ପ୍ରାର୍ଥୀ ପ୍ରଚାରକୁ ଜୋର୍‌ଦାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri