ଏଥର ପ୍ରେକ୍ଷାଳୟରେ ଓଲିଉଡ୍‌ ରାଜ୍‌:ପାବାର୍‌, କୁହୁଡ଼ି ଓ ଚନ୍ଦ୍ରବଂଶୀ ଲଢ଼େଇ

ରଜ ସମୟରେ ପିଠା, ମିଠା ଖାଇବା ସହ ସିନେମା ଦେଖିବାର ମଜା ଟିକେ ନିଆରା। ଏହି ସମୟରେ ପ୍ରାୟତଃ ବଡ଼ ବଡ଼ ଷ୍ଟାର୍‌ଙ୍କ ଚଳଚ୍ଚିତ୍ର ପ୍ରେକ୍ଷାଳୟକୁ ଆସିଥାଏ। ଏଥର ମଧ୍ୟ ଓଲିଉଡ୍‌ର ସୁପରଷ୍ଟାରଙ୍କ ମୁଭି ପ୍ରେକ୍ଷାଳୟରେ ଲାଗିବା ଆରମ୍ଭ ହୋଇଗଲାଣି। ଆସନ୍ତା ୧୨ ତାରିଖରେ ପ୍ରେକ୍ଷାଳୟକୁ ବାବୁଶାନ୍‌ ମହାନ୍ତିଙ୍କ ଅଭିନୀତ ଫିଲ୍ମ ‘ପାବାର୍‌’ ଆସିବ। ବାବୁଶାନ ଫିଲ୍ମସ୍‌ ଏବଂ ଆମର ଷ୍ଟୁଡିଓଜ୍‌ ନିବେଦିତ ପାବାର୍‌ରେ ବାବୁଶାନଙ୍କ ବିପକ୍ଷରେ ନାୟିକା ଏଲିନା ରହିଛନ୍ତି। ସାଙ୍ଗରେ କ୍ରିଷ୍ଣା କର, ରବି ମିଶ୍ର, ଚୌଧୁରୀ ଜୟପ୍ରକାଶ ଦାସ ରହିଛନ୍ତି। ଅଶୋକ ପତି ନିର୍ଦ୍ଦେଶନା ଦେଇଥିବାବେଳେ ବାବୁଶାନଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ପ୍ରଯୋଜିକା ଅଛନ୍ତି। ମାର୍କେଟରେ ଏବେ ‘ପାବାର୍‌’ ଚଳଚ୍ଚିତ୍ରର ଆଇଟମ୍‌ ସଙ୍ଗ ଲାଲ୍‌ ଟହ ଟହ… ଟ୍ରେଣ୍ଡିଙ୍ଗ ଧରିଛି। ଓଡ଼ିଶାର ଏକ ଛୋଟ ଅଞ୍ଚଳରୁ ବେଣୁଧର କାଣ୍ଡି କିଭଳି ପରିସ୍ଥିତିରେ ପଡ଼ି ରାଜନୀତିରେ ନିଜର ପାବାର୍‌ ଦେଖାଇଛନ୍ତି, ତାହା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ।
ରଜରେ ଫ୍ୟାନ୍‌ସମାନଙ୍କୁ ଏଥର ଏକ ସୁନ୍ଦର ଚଳଚ୍ଚିତ୍ର ଭେଟିଦେବେ ଅନ୍ୟତମ ଷ୍ଟାର୍‌ ଅନୁଭବ। ଅନୁଭବଙ୍କ ଅଭିନୀତ ‘କୁହୁଡ଼ି’ ଚଳଚ୍ଚିତ୍ର ପହିଲି ରଜରେ ପ୍ରାକ୍ଷାଳୟକୁ ଆସିବ। ସେ ଏକ ଆଡଭୋକେଟ୍‌ ଚରିତ୍ରରେ ଚଳଚ୍ଚିତ୍ରରେ ନଜର ଆସିଛନ୍ତି। ପ୍ରକୃତି ମିଶ୍ର, ସୁପ୍ରିୟା ନାୟକ, ଶକ୍ତି ବରାଳ, ଦୀପନ୍ବିତ ଦାଶମହାପାତ୍ର, କୁନା ତ୍ରିପାଠୀ, ସୁକୁମାର ଟୁଡୁ, ସୁଶୀଲ ମିଶ୍ର ଭଳି ଅନେକ କଳାକାର ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବେ। ପାରିବାରିକ କହଳ ପାଇଁ କଇଭଳି ଛୋଟ ପିଲାମାନେ ଅନେକ ଅସୁବିଧାର ସମ୍ମୁଖୀନ କରନ୍ତି ତାହା ଏହି ଚଳଚ୍ଚିତ୍ରରେ ମାଧ୍ୟମରେ ଦେଖିବାକୁ ଦର୍ଶକ ପାଇବେ। ସବୁ ବର୍ଗର ଦର୍ଶକ ଏହି ସିନେମାକୁ ଦେଖିପାରିବେ। ଏହାର ପ୍ରଯୋଜକ ହିମାଦ୍ରୀ ତନୟା ଦାସ ରହିଥିବାବେଳେ ନିର୍ଦ୍ଦେଶକ ଅଜୟ ପାଢ଼ୀ ରହିଛନ୍ତି।
ସେହିପରି ପହିଲି ରଜରେ ଓଲିଉଡର ଜଣାଶୁଣା ଚେହାରଙ୍କୁ ନେଇ ରିଲିଜ ହେଉଛି ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’। ପ୍ରୀତମ ସାହୁଙ୍କ ପ୍ରଯୋଜିତ ଏବଂ ଅନାମିସ୍‌ ପ୍ରଡକ୍ସନ ନିବେଦିତ ଏହା ହେଉଛି ଚତୁର୍ଥ ସିନେମା। ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଶ୍ରୀତମ ଦାସ, ଆକାଶ ଦାସନାୟକ, ଉଷସୀ ମିଶ୍ର, ରାଜ ରାଜେଶ, ପୁନମ୍‌ ମିଶ୍ର, ଜସ୍ମିନ୍‌ ରଥ, ଲିପ୍ସା, ଶକ୍ତି ବରାଳ, ସମରେଶ, ଦୈତାରୀ ପଣ୍ଡା, ପିୟୂଷ ତ୍ରିପାଠୀ ଭଳି ଅନେକ କଳାକାରଙ୍କୁ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ୟଶ୍‌ ବର୍ମ ପଣ୍ଡା ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି। ପାଞ୍ଚ ଭାଇ ଅଲଗା ହୋଇ ରହିଥିବା ବେଳେ କିଭଳି ବାପାଙ୍କ ମୃତ୍ୟୁ ପରେ ସମସ୍ତେ ଏକତ୍ରିତ ହୋଇଛନ୍ତି, ତାହା ଏହି ଚଳଚ୍ଚିତ୍ର ମାଧ୍ୟମରେ ଦେଖିବାକୁ ମିଳିବ। ରଜରେ ରିଲିଜ ହେଉଥିବା ଏହି ୩ଟି ଚଳଚ୍ଚିତ୍ର ସମସ୍ତ ବର୍ଗଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ତେବେ ଦେଖିବାକୁ ଅପେକ୍ଷା ରହିଲା ପ୍ରେକ୍ଷାଳୟର ଏ ଲଢ଼େଇରେ କିଏ ବାଜିମାତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri