Posted inଜାତୀୟ

ମହାରାଷ୍ଟ୍ର ପଲିଟିକ୍ସରେ ପାୱାରପ୍ଲେ: ଏଥର ଶୁଭେଚ୍ଛା ଜଣାଇଲେନି ମୋଦି-ଶାହ, କ’ଣ ସ୍କ୍ରିପ୍ଟରେ ଏବେବି ବାକି ଅଛି ସିନ୍‌

ମୁମ୍ବାଇ,୪।୭: ମହାରାଷ୍ଟ୍ର ରାଜନୀତିରେ ମହାନାଟକ। ରାଜ୍ୟ ରାଜନୀତିରେ ଘଡିକେ ଘୋଡ଼ା ଛୁଟୁଛି। ଯାହା ଜାତୀୟ ରାଜନୀତିରେ ଗୁରୁତର ପ୍ରଭାବ ପକାଇଛି। ଏମିତିକି ୨୪ ରଣାଙ୍ଗନ ପାଇଁ ବିରୋଧୀ ମହାମେଣ୍ଟକୁ ବଡ ଝଟକା ଲାଗିଛି। ଏବେ ପୁଣି ଭାଜପା ଏବଂ ଶିନ୍ଦେ ଶିବିରକୁ ଏଣ୍ଟ୍ରି ମାରିଛନ୍ତି ଛୋଟା ପାଓ୍ବର। ଏକାଥରକେ ହାତେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପଦ। ଏହାପରଠୁ ବିରୋଧୀଙ୍କ ଭିତରେ ଛନକା ପଶିଛି। ସେପଟେ ବଡ଼ ପାଓ୍ବରଙ୍କ ନିଦ ଭାଙ୍ଗିଛି।

ଏନସିସି ମୁଖିଆ ଶରଦ ପାୱର କହିଛନ୍ତି, ‘ମୁଁ ଦିନକୁ ପଛେ ଓଳିଏ ଖାଇବି କିନ୍ତୁ ମୋ ପାର୍ଟିକୁ ପୁଣି ଥରେ ଛିଡା କରାଇବି’। ଏହାରି ଭିତରେ ଶୁଭେଚ୍ଛା ବାର୍ତ୍ତାକୁ ନେଇ ଜାତୀୟ ରାଜନୀତିରେ ଖୋରାକ ଯୋଗାଇଛି। ଏଥର କିନ୍ତୁ କିଛି ବ୍ୟତିକ୍ରମ ଦେଖାଦେଇଛି। ଭାଜପା-ସିନ୍ଦେ(ଶିବସେନା) ସରକାରରେ ଅଜିତ ଉପ- ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି କିମ୍ବା ଅମିତ ଶାହ ଶୁଭେଚ୍ଛା ଜଣାଇ ନାହାନ୍ତି। ଯେତେବେଳେ କି ୨୦୧୯ରେ ଅଜିତ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ସେତେବେଳେ ଏହି ଦୁଇ ଶୀର୍ଷ ଭାଜପା ନେତା ଟ୍ବିଟ କରି ଶୁଭେଚ୍ଛା ଜଣାଇଥିଲେ। ଯାହାକୁ ରାଜନୈତିକ ସମୀକ୍ଷକମାନେ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ମହାରାଷ୍ଟ୍ର ମହାନାଟକର ସ୍କ୍ରିପ୍ଟରେ ଆହୁରି ସିନ୍‌ ବାକି ଅଛି ବୋଲି ଅନେକେ ଅନୁମାନ କରୁଛନ୍ତି।

ସୂଚନାଯୋଗ୍ୟ, ଅଜିତ ପାୱାର ଡେପୁଟି ସିଏମ ଭାବରେ ଶପଥ ଗ୍ରହଣ କରିବା ଦିନଠାରୁ ମହାରାଷ୍ଟ୍ର ରାଜନୀତିରେ ଅଶାନ୍ତି ଦେଖାଦେଇଛି। ୨୦୧୯ରେ, ଯେତେବେଳେ ତତ୍କାଳୀନ ରାଜ୍ୟପାଳ  ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଅଜିତ ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ, ସେତେବେଳେ ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଶପଥ ଗ୍ରହଣ କରିବାର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଫିସିଆଲ ଟ୍ବିିଟର ଆକାଉଣ୍ଟରେ ଟ୍ବିଟ୍‌ କରି କହିଥିଲେ, ଦେବେନ୍ଦ୍ର ଫଡନାଭିସ ଏବଂ ଅଜିତ ପାୱାରଙ୍କୁ ଯଥାକ୍ରମେ ମହାରାଷ୍ଟ୍ରର ସିଏମ ଏବଂ ଡେପୁଟି ସିଏମ ଭାବରେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ। ମୁଁ ନିଶ୍ଚିତ ଯେ ସେମାନେ ମହାରାଷ୍ଟ୍ରର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଯତ୍ନବାନ ହେବେ। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଜେପି ନଡ୍ଡା, ରାଜନାଥ ସିଂହ, ନିତିନ ଗଡକରୀ, ନିର୍ମଳା ସୀତାରମଣ ଏବଂ ପୀୟୁଷ ଗୋୟଲଙ୍କ ସମେତ ବରିଷ୍ଠ ଭାଜପା ନେତା ଉଭୟଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏହି ଟ୍ବିଟର ରିପ୍ଲାଏରେ ଅଜିତ ପାୱାର ମଧ୍ୟ ତାଙ୍କ ଟ୍ବିଟ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ମୋଦିଙ୍କୁ ଧନ୍ୟବାଦ ଜଣାଇ କହିଥିଲେ, ଆମେ ମହାରାଷ୍ଟ୍ରରେ ସ୍ଥିର ସରକାର କରିବୁ। ଯାହା ମହାରାଷ୍ଟ୍ରର ବିକାଶ ପାଇଁ କଠିନ ପରିଶ୍ରମ କରିବ। ଏଥିସହ ସେ ସମସ୍ତ ଶୁଭେଚ୍ଛା ବାର୍ତ୍ତାକୁ ଧନ୍ୟବାଦ ଜଣାଇଥିଲେ। ସେତେବେଳେ ଏନସିପି ସଭାପତି ଶରଦ ପାୱାର ତାଙ୍କ ପୁତୁରା ଅଜିତ ପାୱାରଙ୍କ ସେହି ପଦକ୍ଷେପକୁ ନେଇ ଗଣମାଧ୍ୟମରେ ନିଜକୁ ଦୂରେଇ ରଖିଥିଲେ। ଭାଜପାକୁ ସମର୍ଥନ କରିବା ଅଜିତ ପାୱାରଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ଏଥିରେ ଏନସିପିର କୌଣସି ଭୂମିକା ନାହିଁ ବୋଲି ସେ ସମୟରେ ବୟାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri