Posted inଜାତୀୟ

ଏହି ସହର ଭାରତର ସବୁଠାରୁ ଅପରିଷ୍କାର ସ୍ଥାନ- ଜାଣନ୍ତୁ ସବୁଠାରୁ ଖରାପ ଏବଂ ସୁନ୍ଦର ସହର ତାଲିକା

ଭୁବନେଶ୍ୱର,୫।୧୧: ଦଶନ୍ଧି ଧରି ‘ସ୍ୱଚ୍ଛ ଭାରତ ମିଶନ’ ଅଭିଯାନ ଚାଲିଥିଲେ ମଧ୍ୟ ସହରୀ ପରିମଳ ବ୍ୟବସ୍ଥାରେ ଗୁରୁତର ତ୍ରୁଟି ରହିଥିବା ‘ସ୍ୱଚ୍ଛ ସର୍ବେକ୍ଷଣ ୨୦୨୫’ ରିପୋର୍ଟରୁ ଜଣାପଡ଼ିଛି। ଜନସଂଖ୍ୟା ଏକ ମିଲିୟନରୁ ଅଧିକ ଥିବା ସହରଗୁଡ଼ିକ ମଧ୍ୟରେ ତାମିଲନାଡୁର ସହରଗୁଡ଼ିକ ସର୍ବାଧିକ ଅପରିଷ୍କାର ତାଲିକାରେ ସ୍ଥାନ ପାଇଛନ୍ତି।

ସବିଶେଷ ରିପୋର୍ଟ ଅନୁଯାୟୀ ତାମିଲନାଡୁର ପ୍ରଦର୍ଶନ ବିଶେଷ ଚିନ୍ତାଜନକ ରହିଛି। ତାଲିକାରେ ମାଦୁରାଇ ୪,୮୨୩ ସ୍କୋର ସହ ଅପରିଷ୍କାର ସହର ମଧ୍ୟରେ ସର୍ବପ୍ରଥମ ସ୍ଥାନରେ ରହିଛି। ରାଜ୍ୟ ରାଜଧାନୀ ଚେନ୍ନାଇ ମଧ୍ୟ ୬,୮୨୨ ସ୍କୋର ସହ ତୃତୀୟ ସ୍ଥାନରେ ରହିଛି। ରିପୋର୍ଟ ଅନୁଯାୟୀ, ଦୁର୍ବଳ ପରିମଳ ନିୟମ, ନାଗରିକଙ୍କ ଅସହଯୋଗ ଏବଂ ଭିତ୍ତିଭୂମିଗତ ତ୍ରୁଟି ଯୋଗୁଁ ତାମିଲନାଡୁର ସହରଗୁଡ଼ିକ ତଳକୁ ଖସି ଆସିଛନ୍ତି।

ଦେଶର ବୈଷୟିକ ରାଜଧାନୀ ଭାବେ ପରିଚିତ ବେଙ୍ଗାଲୁରୁ ୬,୮୪୨ ସ୍କୋର ସହ ଦେଶର ପଞ୍ଚମ ଅପରିଷ୍କାର ସହର ଭାବେ ପରିଗଣିତ ହୋଇଛି। ଅନିୟନ୍ତ୍ରିତ ସମ୍ପ୍ରସାରଣ ଏବଂ ଅସଙ୍ଗଠିତ ବର୍ଜ୍ୟବସ୍ତୁ ପରିଚାଳନା ହେତୁ ସହରର ଏହି ଦୁର୍ବଳ ପ୍ରଦର୍ଶନ ବୋଲି ରିପୋର୍ଟରେ କୁହାଯାଇଛି।

ଭାରତର ଶୀର୍ଷ ୧୦ ଅପରିଷ୍କାର ସହର (୧ ମିଲିୟନରୁ ଊର୍ଦ୍ଧ୍ୱ ଜନସଂଖ୍ୟା)
ସ୍ୱଚ୍ଛ ସର୍ବେକ୍ଷଣ ୨୦୨୫ ରିପୋର୍ଟ ଅନୁଯାୟୀ ଶୀର୍ଷ ୧୦ ଅପରିଷ୍କାର ସହରଗୁଡ଼ିକ ହେଲେ:

ମଦୁରାଇ – ୪,୮୨୩

ଲୁଧିଆନା – ୫,୨୭୨

ଚେନ୍ନାଇ – ୬,୮୨୨

ରାଞ୍ଚି – ୬,୮୩୫

ବେଙ୍ଗାଲୁରୁ – ୬,୮୪୨

ଧନବାଦ – ୭,୧୯୬

ଫରିଦାବାଦ – ୭,୩୨୯

ମୁମ୍ବାଇ – ୭,୪୧୯

ଶ୍ରୀନଗର – ୭,୪୮୮

ଦିଲ୍ଲୀ – ୭,୯୨୦

ଏହି ରିପୋର୍ଟରେ ଇନ୍ଦୋର, ସୁରଟ ଏବଂ ନଭି ମୁମ୍ବାଇ ପୂର୍ବପରି ଦେଶର ସବୁଠୁ ପରିଷ୍କାର ସହର ଭାବେ ସେମାନଙ୍କ ସ୍ଥାନ ବଜାୟ ରଖି ସୁପର ସ୍ୱଚ୍ଛ ଲିଗ୍‌ ରେ ସ୍ଥାନିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

ଗ୍ରାଉଣ୍ଡକୁ ଓହ୍ଲାଇଲା ଆମେରିକା ସେନା! ୩ୟ ବିଶ୍ୱଯୁଦ୍ଧକୁ ନେଇ ଭୟଙ୍କର ସଙ୍କେତ…

ଓ଼୍ବାଶିଂଟନ୍‌,୧୯।୩: ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ 28ରେ ଇସ୍ରାଏଲ ସହିତ ଇରାନ ଉପରେ ମିଳିତ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ସେତେବେଳେ “ପରବର୍ତ୍ତୀ ସମୟରେ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଯୁଦ୍ଧରେ ଭାରତକୁ ସମର୍ଥନ… ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ବୟାନ, ଟ୍ରମ୍ପ ଛାନିଆ!

ନୂଆଦିଲ୍ଲୀ,୧୯।୩: ଇସ୍ରାଏଲ ଇରାନ ଉପରେ ଆକ୍ରମଣକୁ ତୀବ୍ର କରୁଥିବାରୁ, ମଧ୍ୟପ୍ରାଚ୍ୟରେ ସଂଘର୍ଷ କ୍ରମଶଃ ଭୟଙ୍କର ହେବାରେ ଲାଗିଛି। ଇସ୍ରାଏଲ ଏକ ଇରାନୀ ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ…

ଭାରତର ବଢିଲା ଟେନ୍‌ସନ: ଯେଉଁଠୁ ଆସେ ଗ୍ୟାସ୍‌, ସେଠି ଘଟିଲା…

ନୂଆଦିଲ୍ଲୀ,୧୯।୩:ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଶତ୍ରୁତାର ପ୍ରଭାବ ଭାରତରେ ମଧ୍ୟ ପଡ଼ିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri