୧୯ ଛୁଆଙ୍କୁ ଜନ୍ମ ଦେଇ ସାରିଲେଣି ଏହି ସିଙ୍ଗଲ ମଦର, ଏବେ ପୁଣି ଗର୍ଭବତୀ, କହିଲେ ଅସଲ କାରଣ…

ଦୁନିଆରେ ପିଲାମାନେ ଈଶ୍ବରଙ୍କ ଉପହାର ବୋଲି ବିବେଚନା କରାଯାଏ। ସନ୍ତାନ ଜନ୍ମ କରିବା ଭାଗ୍ୟର ସଙ୍କେତ। ଅନେକ ମହିଳା ପିଲାଟିଏ ପାଇବା ପାଇଁ କେତେ ଦିଅଁଦେବତାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। କିନ୍ତୁ ଏକ ଅନନ୍ୟ ମାମଲା ଦେଖିବାକୁ ମିଳିଛି, ଯିଏକି ଏପର୍ଯ୍ୟନ୍ତ ୧୯ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ଏବଂ ତାଙ୍କର ୨୦ତମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଆଶ୍ଚର୍ଯ୍ୟର କଥା ଏହି ମହିଳା ଅବିବାହିତା ଅଛନ୍ତି। ସମସ୍ତ ସନ୍ତାନଙ୍କର ପିତା ଭିନ୍ନ ଭିନ୍ନ ଅଟନ୍ତି। ସେ ସମସ୍ତଙ୍କୁ ଏକାକୀ ପାଳନ କରୁଛନ୍ତି। ଅଧିକ ସନ୍ତାନର ରହସ୍ୟ ମଧ୍ୟ ମହିଳା ଜଣକ କହିଛନ୍ତି। ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ।

ଏପରି ଅଜବ ମାମଲା ଦେଖିବାକୁ ମିଳିଛି କଲମ୍ବିଆରେ। ମାର୍ଥା ନାମକ ଏହି ୩୯ ବର୍ଷୀୟା ମହିଳା ଏହି ସମସ୍ତ ପିଲାଙ୍କୁ ପାଳୁଛନ୍ତି। ତଥାପି ସେ ଅଧିକ ସନ୍ତାନ ପାଇବାକୁ ଚାହୁଁଛନ୍ତି। ତାଙ୍କର ୧୭ତମ ପିଲା ଏପର୍ଯ୍ୟନ୍ତ ୧୮ ବର୍ଷ ହୋଇନାହାନ୍ତି। ସେ କହିଛନ୍ତି, ଯେ ପର୍ଯ୍ୟନ୍ତ ସେ ସନ୍ତାନ ଜନ୍ମ କରିବା ପାଇଁ ସକ୍ଷମ ଥିବେ ସେ ପର୍ଯ୍ୟନ୍ତ ଜନ୍ମ କରିବେ।
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ମାର୍ଥା ଏହାକୁ ଏକ ଲାଭଜନକ ବ୍ୟବସାୟ ବୋଲି କହୁଛନ୍ତି। ସେ କହିଛନ୍ତି, ପ୍ରକୃତରେ ଜଣେ ମା’ ହେବା ଏକ ବ୍ୟବସାୟ ପରି। ସେ ସନ୍ତାନ ପ୍ରସବ ଜାରି ରଖିବେ, ଯେତେବେଳେ ବର୍ତ୍ତମାନର ପିଲମାନେ ବଡ଼ ହୋଇ ଘରୁ ବାହାରିଯିବେ। ପିତାଙ୍କ ବିଷୟରେ କୁହନ୍ତି, ସେମାନେ ସମସ୍ତେ ଦାୟିତ୍ୱହୀନ।

ମାର୍ଥା କହିଛନ୍ତି, ସେ ପ୍ରତ୍ୟେକ ପିଲାଙ୍କ ପାଇଁ ସରକାରଙ୍କଠାରୁ ଆର୍ଥିକ ସହାୟତା ପାଆନ୍ତି ଏବଂ ଏହା ତାଙ୍କୁ ଅଧିକ ସନ୍ତାନ ପ୍ରାପ୍ତ କରିବାକୁ ପ୍ରେରଣା ଦେଇଥାଏ। ପ୍ରତ୍ୟେକ ପିଲାଙ୍କୁ ବଞ୍ଚାଇବାରେ ସରକାର ମାର୍ଥାଙ୍କୁ ସାହାଯ୍ୟ କରନ୍ତି। ସେ କହିଛନ୍ତି, ବଡ଼ ସନ୍ତାନ ପାଇଁ ସେ ପ୍ରାୟ ୬୩୦୦ ଟଙ୍କା ଏବଂ ସାନ ପାଇଁ ୨୫୦୦ ଟଙ୍କା ପାଇଥାନ୍ତି।

କଲମ୍ବିଆ ସରକାର ପ୍ରତି ମାସରେ ମାର୍ଥାଙ୍କୁ ପ୍ରାୟ ୪୨୦୦୦ ଟଙ୍କା ଦିଅନ୍ତି। ମାର୍ଥା ସ୍ଥାନୀୟ ଚର୍ଚ୍ଚ ଏବଂ ପଡ଼ୋଶୀମାନଙ୍କଠାରୁ ମଧ୍ୟ ସାହାଯ୍ୟ ପାଆନ୍ତି। କିନ୍ତୁ ୧୯ ପିଲାଙ୍କୁ ସମାନ ତିନି ବଖରା ଘରେ ରହୁଥିବା ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ଏବଂ ବେଳେବେଳେ ସେ ସମସ୍ତ ପିଲାମାନଙ୍କୁ ପେଟପୂରା ଖାଇବାକୁ ଦେବାକୁ ସକ୍ଷମ ନୁହନ୍ତି। ତଥାପି ମାର୍ଥା କହିଛନ୍ତି, ଯେପର୍ଯ୍ୟନ୍ତ ଅଧିକ ସନ୍ତାନ ଜନ୍ମ ହେବା ସମ୍ଭବ, ସେ ଏହା ଜାରି ରଖିବେ। କାରଣ ଏହା ତାଙ୍କ ପାଇଁ ଲାଭଦାୟକ ଅଟେ।

Share
Tags: baby born