Categories: ଫୁରସତ

କୁକୁର ସହ ତୀର୍ଥ ଯାତ୍ରା କରନ୍ତି ଏହି ସାଧୁ

ସବୁଠାରୁ ଅଧିକ ସାଧୁ ଭାରତରେ ରହିଛନ୍ତି। ସାଧୁଙ୍କୁ ଲୋକମାନେ ପୂଜା କରିଥାନ୍ତି। ବେଳେ ବେଳେ ଏହି ସାଧୁମାନେ ଆଲୋଚନାର ଶିକାର ମଧ୍ୟ ହୋଇଥାନ୍ତି। ଏମିତି ଜଣେ ସାଧୁଙ୍କ ବିଷୟରେ ଜାଣିବା ଯିଏକି କୁକୁରମାନଙ୍କ ସହ ଅମରନାଥ ଯାତ୍ରାରେ ପହଞ୍ଚିଥିଲେ। ଏହି ସାଧୁ ହେଉଛନ୍ତି ମଧ୍ୟପ୍ରଦେଶରେ ରହୁଥିବା ଦୁଲା ନାଥ। ଗତ ୧୦ ବର୍ଷ ହେଲାଣି ଦୁଲା ନାଥ କୁକୁର ସହ ଅନେକ ତୀର୍ଥ ସ୍ଥାନକୁ ଯାତ୍ରା କରିସାରିଛନ୍ତି। ଦୁଲା କହିବାନୁଯାୟୀ, ଏହି କୁକୁର ତାଙ୍କର ସାଥୀ, ଯିଏକି ସବୁ ଯାତ୍ରାରେ ତାଙ୍କ ସାଥୀରେ ରହିଛି। ସେ କେବେହେଲେ ଏହି କୁକୁରକୁ ଏକାକି ଛାଡନ୍ତି ନାହିଁ ବୋଲି କହିଛନ୍ତି।

Share