Categories: ଫୁରସତ

ସୁନାର ବର୍ଗର

ବର୍ଗର ଆଜିକାଲି ପିଲାଙ୍କର ଖୁବ୍ ପସନ୍ଦ । ବିଶ୍ୱରେ ଏମିତିବି କେତେ ଲୋକ ଅଛନ୍ତି ଯେଉଁମାନଙ୍କର ବର୍ଗର ସବୁଠାରୁ ଅଧିକ ପସନ୍ଦ । ତେବେ ଭାରତରେ ଏହି ବର୍ଗର ୧୦ରୁ ୫୦୦ ଟଙ୍କା ମଧ୍ୟରେ ମିଳି ଯାଇଥାଏ । ହେଲେ ୪,୩୩୦ ଟଙ୍କାର ବର୍ଗର କଥା ଶୁଣିଲେ କାନକୁ ଟିକେ ଅଡୁଆ ଲାଗୁଛି ନା । ତେବେ ଏହି ଦାମୀ ବର୍ଗର ମିଳୁଛି ଆମେରିକାରେ । ସେଠାରେ ଥିବା ଏକ ରେସ୍ତାରାଁରେ ଏହି ବର୍ଗରର ଦାମ୍ ରହିଛି ୫୯ ଆମେରକୀୟ ଡଲାର ବା ୪,୩୩୦ ଟଙ୍କା । ଅସଲ କଥା ହେଲା ଏହି ବର୍ଗରରେ ସୁନାର ଏକ କୋଟିଂ ଦିଆଯାଇଛି । ଯାହାକୁ ଗୋଲଡେନ୍ ବର୍ଗର ବା ୨୪ କ୍ୟାରେଟ ବର୍ଗର ବୋଲି କୁହାଯାଉଛି । କଲମ୍ବିଆର ବୋଗୋଟାରେ ଏକ ରେସ୍ତୋରାଁରେ ଏହି ବର୍ଗର ବିକ୍ରି କରାଯାଉଛି । ଏହା ବ୍ୟତୀତ ଏହି ରେସ୍ତୋରାଁରେ ବିଶ୍ୱର ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ ମିଳିଥାଏ । ଗ୍ରାହକଙ୍କୁ ଅକୃଷ୍ଟ କରିବା ଲାଗି ସେଠାରେ ଏହି ସୁନା ବର୍ଗର ବିକ୍ରି କରାଯାଉଛି ।

Share