ମୁଁ ବହୁତ ଭାଗ୍ୟବାନ: ନିକ୍‌

ମୁମ୍ବାଇ: ବଲିଉଡ୍‌ର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ନିଜ ଅଭିନୟ ଫଳରେ ଏବେ ହଲିଉଡ୍‌ରେ ବି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ସାରିଲେଣି । ପ୍ରୟଙ୍କା ଆମେରିକାନ୍ ସିଙ୍ଗର ନିକ୍ ଜୋନସଙ୍କୁ ବିବାହ କରି ଏବେ ଆମେରିକାରେ ରହୁଛନ୍ତି । ଚର୍ଚ୍ଚିତ ସେଲିବ୍ରିଟି କପୁଲଙ୍କ ମଧ୍ୟରେ ଆସୁଛନ୍ତି ପ୍ରିୟଙ୍କା-ନିକ୍ । ଏମାନେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ଅନେକ ସମୟରେ ଏମାନଙ୍କ ଫଟୋ ଓ ଭିଡିଓ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଥାଏ । ନିକଟରେ ନିକ୍ ପ୍ରିୟଙ୍କାଙ୍କ ସହ ଏକ ଫଟୋ ଇନଷ୍ଟାଗ୍ରାମରେ ଶେୟାର କରି ଲେଖିଛନ୍ତି ମୁଁ କେତେ ଭାଗ୍ୟବାନ । ଏହାକୁ ଦେଖିବା ପରେ ତାଙ୍କ ପ୍ରଶଂସକ ଖୁବ୍ ପସନ୍ଦ କରିଛନ୍ତି । ମାତ୍ର କେଇ ଘଷ୍ଟା ମଧ୍ୟରେ ଏହାକୁ ପାଖାପାଖି ୧୫ ଳକ୍ଷ ଲାଇକ୍ସ ମିଳିସାରିଛି । ତେବେ ଏହି ପୋଷ୍ଟକୁ ନେଇ ପ୍ରିୟଙ୍କା ମଧ୍ୟ ଚୁପ୍ ବସି ନାହାନ୍ତିି । ସେ ନିକ୍‌ଙ୍କ ସହ ଏକ ଫଟୋ ଶେୟାର କରି ଲେଖିଛନ୍ତି ଯେଉଁଠି ହୃଦୟ ଅଛି ସେଠାରେ ଘର ଅଛି । ଏହାମଧ୍ୟ ପ୍ରିୟଙ୍କାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି । ମାତ୍ର ୪ ଘଣ୍ଟା ମଧ୍ୟରେ ପ୍ରିୟଙ୍କାଙ୍କ ଏହି ପୋଷ୍ଟକୁ ପାଖାପାଖି ୧୧ ଲକ୍ଷ ଲାଇକ୍ସ ମିଳିଥିବା କୁହାଯାଉଛି । ଆମେରିକାରେ କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରୁଥିବା ପ୍ରିୟଙ୍କା ଏବେ ଗୋଟିଏ ବଲିଉଡ୍ ଓ ଦୁଇଟି ହଲିଉଡ୍ ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିବା ଜଣାପଡିଛି ।

Share