ବିହାର ପଲଟିକ୍ସରେ ପାଓ୍ବାରଫୁଲ ଏହି ଓଡ଼ିଶା ଆଇଏଏସ, ହୋଇପାରନ୍ତି ନୀତିଶଙ୍କ ଉତ୍ତରାଧିକାରୀ

ନୂଆଦିଲ୍ଲୀ,୧୨।୭: ଓଡ଼ିଶା ପରି ବିହାର ରାଜନୀତିରେ ପାଓ୍ବାର ପ୍ଲେ। ଓଡ଼ିଶାରେ ନବୀନ ସରକାର ଥିବାବେଳେ ଯେମିତି ଆଇଏଏସଙ୍କ ଦବ୍‌ଦବା ଦେଖିବାକୁ ମିଳିଥିଲା ଏବେ ମଧ୍ୟ ସମାନ ଘଟଣା ବିହାରରେ ଦେଖିବାକୁ ମିଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖାସ୍‌ ଲୋକ ଅର୍ଥାତ୍‌ ପୂର୍ବତନ ବ୍ୟକ୍ତିଗତ ସଚିବ କାର୍ତ୍ତିକ ପାଣ୍ଡିଆନଙ୍କ ପରି ବିହାରରେ ମଧ୍ୟ ନୀତିଶ ସରକାରଙ୍କ କ୍ଷେତ୍ରରେ ମଧ୍ୟ ସମାନ ଜିନିଷ ଦେଖିବାକୁ ମିଳିଛି। ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପରାମର୍ଶଦାତା ଭାବେ ଯୋଗ ଦେଇଛନ୍ତି ପୂର୍ବତନ ଆଇଏଏସ ଅଧିକାରୀ ମନୀଷ ବର୍ମା। ତେବେ ଆମେ ପାଣ୍ଡିଆନଙ୍କ ସହ ମନୀଷଙ୍କ କଥା କାହିଁକି ଯୋଡୁଛୁ ଆସନ୍ତୁ ଜାଣିବା।

ଆଇଏଏସ ମନୀଷ ବର୍ମା ଜେଡିୟୁର ଜାତୀୟ ସାଧାରଣ ସଂପାଦକ ତଥା ନୀତିଶଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି। ୨୦୦୦ ବ୍ୟାଚ୍‌ ଓଡ଼ିଶା କ୍ୟାଡରର ପୂର୍ବତନ ଆଇଏଏସ ଅଧିକାରୀ ତଥା ପାଟଣା ପୂର୍ବତନ ଜିଲା ମାଜିଷ୍ଟ୍ରେଟ୍‌ ମନୀଷ ବର୍ମା ୨୦୧୮ରେ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଏହାପରେ ସେ ନୀତିଶଙ୍କ ଘନିଷ୍ଠ ସହଯୋଗୀ ବା ପରାମର୍ଶଦାତା ଭାବେ କାମ କରି ଆସୁଛନ୍ତି। ତେବେ ତାଙ୍କର ଆଇଏଏସ ପଦ ଛାଡି ଜେଡିୟୁକୁ ଏଣ୍ଟ୍ରି ମାରିବା, ଭବିଷ୍ୟତରେ ସେ ଦଳର ମୁଖିଆ ହୋଇପାରନ୍ତି ବୋଲି ମଧ୍ୟ ଆକଳନ କରାଯାଉଛି। ଏକ ବର୍ଷରୁ ଅଧିକ ସମୟ ଧରି ଜେଡିୟୁର ସାଂଗଠିନକ କାର୍ଯ୍ୟକଳାପରେ ସକ୍ରିୟ ଥିବା ବର୍ମା ଦଳର କାର୍ଯ୍ୟକାରୀ ସଭାପତି ତଥା ରାଜ୍ୟ ସଭା ଏମପି ସଞ୍ଜୟ ଝା ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି। ନିକଟରେ ହୋଇଥିବା ଲୋକ ସଭା ନିର୍ବାଚନ ସମୟରେ ଜେଡିୟୁ ପାଇଁ ବର୍ମା ଜୋରଦାର ପ୍ରଚାର ଅଭିଯାନ କରିଥିଲେ। ଏକ ସକ୍ରିୟ ରାଜନେତା ପରି ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ବର୍ମା ୪୦ବର୍ଷ ବୟସରେ ଆଇଏଏସ ପଦ ଛାଡି ରାଜନୀତି ମୁହାଁ ହୋଇଥିଲେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗୃହ ଜିଲା ନାଳନ୍ଦାର ବାସିନ୍ଦା ବର୍ମା ୨୦୧୨ରେ ଆନ୍ତଃରାଜ୍ୟ ଡେପୁଟେଶନରେ ନିଜ ରାଜ୍ୟକୁ ଫେରିଥିଲେ। ସେବେଠାରୁ ସେ କ୍ରମାଗତ ବିହାରରେ ଚାକିରି କରୁଥିଲେ। ସେ ପାଟଣା ଏବଂ ପୂର୍ଣ୍ଣିଆ ଜିଲାପାଳ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ମନୀଷ ବର୍ମା ମୁଖ୍ୟମନ୍ତ୍ରୀ ନୀତିଶଙ୍କ ଭଳି ଜାତିରେ କୁର୍ମି। ଜଣେ ପ୍ରଶାସନିକ ଅଧିକାରୀ ଭାବେ ମଧ୍ୟ ବର୍ମା ମୁଖ୍ୟମନ୍ତ୍ରୀଙ୍କ ଖୁବ୍‌ ନିକଟତର ଥିଲେ । ମନୀଷ ଦିଲ୍ଲୀ ଡେପୁଟେସନରେ ଯାଇଥିବା ବେଳେ ସେ ଭିଆରସ ନେଇ ବିହାର ଆସିଥିଲେ। ଏହାପରେ ନୀତିଶ ତାଙ୍କୁ ଦଳରେ ଗୁରୁ ଦାୟିତ୍ୱ ଦେଇଥିଲେ। ଏହାପରେ ମନୀଷ ବର୍ମା ଜେଡିୟୁର ସଂଗଠନ ସହ ଜଡିତ ହୋଇଥିଲେ । କୁହାଯାଉଛି, ବିହାରରେ ଲୋକ ସଭା ନିର୍ବାଚନରେ ଜେଡିୟୁର ଭଲ ପ୍ରଦର୍ଶନ ପଛରେ ମନୀଷ ବର୍ମାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

ତେବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉତ୍ତରାଧିକାରୀ ଭାବେ ବି ମନୀଷ ବର୍ମାଙ୍କ ନାଁ ଚର୍ଚ୍ଚା ହେଉଛି । ଗତ ନିର୍ବାଚନରେ ମନୀଷ ନାଳନ୍ଦା ଲୋକସଭାରୁ ଲଢିବା ନେଇ ଚର୍ଚ୍ଚା ହୋଇଥିଲା । ତେବେ ତାହା କେବଳ ଚର୍ଚ୍ଚାରେ ରହି ଯାଇଥିଲା । ମାତ୍ର ଦେଢ ବର୍ଷ ପରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମନୀଷ ବର୍ମାଙ୍କ ନିଯୁକ୍ତିକୁ ନେଇ ବିହାର ରାଜନୀତି ସରଗରମ ହୋଇଛି।

ବର୍ମା ମାଓବାଦୀ ପ୍ରଭାବିତ ମାଲକାନଗିରି ଜିଲା ସମେତ ଓଡ଼ିଶାର ୩ଟି ଜିଲାରେ ଜିଲାପାଳ ଭାବେ କାର୍ଯ୍ୟ କରିଛନ୍ତି। ସେ ୨୦୧୨ରେ ଆନ୍ତଃରାଜ୍ୟ ଡେପୁଟେସନରେ ନିଜ ରାଜ୍ୟ ବିହାର ଫେରିଥିଲେ । ଯେଉଁଥିରେ ସେ ରାଜ୍ୟ ସରକାରଙ୍କ ଠାରୁ ସାମାଜିକ କଲ୍ୟାଣ ବିଭାଗରେ ନିର୍ଦ୍ଦେଶକ ଭାବରେ ତାଙ୍କର ପ୍ରଥମ ପଦବୀ ପାଇଥିଲେ। ବର୍ମା ନୀତିଶ କୁମାରଙ୍କ ଉତ୍ତରାଧିକାରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ପୂର୍ବରୁ ଏଭଳି ଚର୍ଚ୍ଚା ଆରସିପି ସିଂହଙ୍କୁ ନେଇ ବି ହୋଇଥିଲା । ମନୀଷଙ୍କୁ ବି ଆରସିପି ସିଂହଙ୍କ ଭଳି ଜାତୀୟ ସାଧାରଣ ସଂପାଦକ ନିଯୁକ୍ତ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri