ଆବ୍ରାହମ ଲିଙ୍କନଙ୍କ ଆତ୍ମାର ଫଟୋ ଉଠାଇଥିଲେ ଏହି ବ୍ୟକ୍ତି, ଭାଇରାଲ ହେଉଛି ଫଟୋ

ଓ୍ବାଶିଂଟନ୍‌, ୨୮।୧୦: ସ୍ପିରିଟି ଫଟୋଗ୍ରାଫି, ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ଏହା ଏକ ପ୍ରକାର ଫଟୋଗ୍ରାଫି ଯାହା ମୃତ ଲୋକମାନଙ୍କର ଆତ୍ମାକୁ ଫଟୋରେ କଏଦ କରାଯାଏ। ଫଟୋଗ୍ରାଫିର ଉଦ୍ଭାବନ ପରେ ଉନବିଂଶ ଶତାବ୍ଦୀର ମଧ୍ୟଭାଗରେ ଏହି ଫଟୋଗ୍ରାଫି ଖୁବ୍‌ ଲୋକପ୍ରିୟ ହୋଇଥିଲା। ୱିଲିୟମ ଏଚ ମମଲେର୍‌ ଯିଏକି ପ୍ରଥମ ବ୍ୟକ୍ତି ଭାବେ ଏଭଳି ଫଟୋଗ୍ରାଫି କରିଥିଲେ। ଅନେକ ଲୋକ ବିଶ୍ୱାସ କରନ୍ତି ଯେ, ସ୍ପିରିଟ ଫଟୋଗ୍ରାଫି ଦ୍ୱାରା ଆତ୍ମାର ଦୁନିଆ କିମ୍ବା ପରବର୍ତ୍ତୀ ଜୀବନର ଅସ୍ତିତ୍ୱ ପ୍ରମାଣ କରାଯାଇପାରେ।

ଓ୍ବିଲୟମ ପେଶାରେ ଜଣେ ବଣିଆ ଓ ଫଟୋଗ୍ରାଫର ଭାବେ କାମ କରୁଥିଲେ। ୧୮୬୨ରେ ଯେତେବେଳେ ସେ ନିଜର ଏକ ଫଟୋ ଶୁଟ୍‌ କରିଥିଲେ ତାଙ୍କ ପଛରେ ତାଙ୍କର ସର୍ମ୍ପକୀୟ ଭାଇଙ୍କର ଆତ୍ମା ଥିଲା। ପରେ ସେ ଯେତେବେଳେ ଡବଲ ଏକ୍ସପୋଜର୍‌ ଇମେଜ ସୁଟ କରି ଫଟୋଟିକୁ ଜୁମ କରିଥିଲେ ଏସମ୍ପର୍କରେ ସେ ଜାଣିବାକୁ ପାଇଥିଲେ।

ଏହାପରେ ଫଟୋଟିକୁ ଏକ କୌତୁହଳ ରୂପେ ଦେଖି ଓ୍ବିଲିୟମ ଏହାକୁ ଭାଇରାଲ କରିବାକୁ ଲାଗିଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କର ଏହି ଫଟୋଗ୍ରାଫି ପ୍ରଶଂସା ସାଉଁଟିବା ଆରମ୍ଭ କଲା। ଧିରେଧିରେ ଏହା ତାଙ୍କ ପାଇଁ ଏକ ଲାଭଜନକ ବ୍ୟବସାୟରେ ପରିଣତ ହେଲା।

ଗିନିଜ ବୁକ ଅଫ ୱାଲର୍‌ଡ ରେକର୍ଡର ତଥ୍ୟ ଅନୁଯାୟୀ, ଓ୍ବିଲୟମଙ୍କର କିଛି ଲୋକପ୍ରିୟ ଫଟୋଶୁଟ୍‌ ମଧ୍ୟରୁ ମେରି ଟଡ ଲିଙ୍କନ ଓ ତାଙ୍କ ସ୍ବାମୀ ଅବ୍ରହାମ ଲିଙ୍କନଙ୍କ ଫଟୋ ମଧ୍ୟ ଅର୍ନ୍ତଭୁକ୍ତ ଥିଲା। Ghosts Caught on Film ପୁସ୍ତକ ଅନୁଯାୟୀ ଏହି ଦୁଇଜଣଙ୍କର ଫଟୋ ୧୮୬୯ରେ ନିଆଯାଇଥିଲା। ଫଟୋରେ ଲିଙ୍କନ ଦମ୍ପତିଙ୍କ ଆତ୍ମାର ଫଷଟା କଏଦ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ଶ୍ରଦ୍ଧା, ଅଶ୍ରୁ ଆଉ ସ୍ମୃତି: ଫଲଗୁ ନଦୀରେ ଅଜିତ ପାଓ୍ବାରଙ୍କୁ ଅନ୍ତିମ ବିଦାୟ

ମୁମ୍ବାଇ,୬।୨: ଗୟାର ପବିତ୍ର ଭୂମିରେ ଶୁକ୍ରବାର ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ଅଜିତ ପାୱାରଙ୍କ ସ୍ମୃତିରେ ଏକ ଗମ୍ଭୀର ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

ଟାଇଟଲ୍‌ ଲକ୍ଷ୍ୟରେ ଭାରତ: ଇଂଲଣ୍ଡ ଆଗରେ ୪୧୨ ରନ୍‌ର ବିଶାଳ ଟାର୍ଗେଟ୍‌

ହରାରେ,୬।୨: ହରାରେ ସ୍ପୋଟର୍‌ସ କ୍ଲବଠାରେ ଶୁକ୍ରବାର ୧୯ ବର୍ଷରୁ କମ୍‌ ପୁରୁଷ ବିଶ୍ବକପ୍‌ ଫାଇନାଲ ମ୍ୟାଚ୍‌ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ଭାରତ…

ଜନଗଣନା ପାଇଁ ପ୍ରସ୍ତୁତି: ଏପ୍ରିଲ ୧୬ରୁ କେନ୍ଦୁଝରରେ ଆରମ୍ଭ ହେବ ଗୃହ ତାଲିକା

କେନ୍ଦୁଝର,୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଆସନ୍ତା ଜନଗଣନା-୨୦୨୭କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ରୁଷିଆର ଶୀର୍ଷ ଗୁପ୍ତଚର ଅଧିକାରୀଙ୍କୁ ଆକ୍ରମଣ

ମସ୍କୋ,୬।୨: ମସ୍କୋରେ ଏକାଧିକ ଗୁଳି ମାଡ଼ ହେବା ପରେ ଜଣେ ବରିଷ୍ଠ ରୁଷୀୟ ସେନା ଜେନେରାଲ ଆହତ ହୋଇଛନ୍ତି। ସହରର ଉତ୍ତର-ପଶ୍ଚିମ ଉପକଣ୍ଠରେ ଏକ ଆବାସିକ କୋଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri