Posted inଫୁରସତ

ଏକାଥରକେ ଯୋଡ଼ି ଶଙ୍ଖ ବଜାଉଛନ୍ତି ଏହି ବ୍ୟକ୍ତି, ଭିଡିଓ ଦେଖିଲେ…

କେବେ ଦେଖିଛନ୍ତି କି କେହି ଏକାଥରକେ ଦୁଇଟି ଶଙ୍ଖ ବଜାଇବାର। ଯଦି ନା ତେବେ ଲକ୍ଷ୍ନୌର ୭୭ ବର୍ଷୀୟ ମହେଶଙ୍କୁ ଦେଖନ୍ତୁ ଯିଏ ୧୯୯୦ ପରଠାରୁ ଏକାସାଙ୍ଗରେ ଦୁଇଟି ଶଙ୍ଖ ବଜାଇ ଆସୁଛନ୍ତି। ଦୁଇଟି ଶଙ୍ଖ ବଜାଇବା ହେତୁ ସମଗ୍ର ଉତ୍ତରପ୍ରଦେଶର ଲୋକମାନେ ତାଙ୍କୁ ‘ଶଙ୍ଖନାଦୀ’ ନାମରେ ଜାଣନ୍ତି। ବର୍ତ୍ତମାନ ସେ ତାଙ୍କ ନାମ ପୂର୍ବରୁ ଏହି ଟାଇଟଲ ମଧ୍ୟ ଯୋଡ଼ିଛନ୍ତି। ତାଙ୍କର ସମ୍ପୂର୍ଣ୍ଣ ନାମ ମହେଶ ଶଙ୍ଖନାଦୀ। କେବଳ ଏତିକି ନୁହେଁ, ମହେଶ ମଧ୍ୟ ଶଙ୍ଖ ଉପରେ ଗବେଷଣା କରିଛନ୍ତି। ଯାହା ସେ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି।

ମହେଶ କହିଛନ୍ତି, ତାଙ୍କର ୪ଟି ମୁଖ୍ୟ ଶଙ୍ଖ ଅଛି। ଯାହା ଅତି ପ୍ରାଚୀନ। ତାଙ୍କର ପ୍ରଥମ ଶଙ୍ଖ ଜଗନ୍ନାଥଧାମ ପୁରୀର, ଦ୍ୱିତୀୟଟି କେଦାରନାଥରୁ, ତୃତୀୟଟି ଦ୍ୱାରିକାନାଥରୁ। ତାଙ୍କ ପାଖରେ ଥିବା ଚତୁର୍ଥ ଶଙ୍ଖ ହେଉଛି ରାମେଶ୍ୱରମ୍‌ରୁ। ଏହି ଶଙ୍ଖଗୁଡ଼ିକ ବହୁତ ଜୋର୍‌ରେ ବାଜନ୍ତି। ସେ କୁହନ୍ତି, ଶଙ୍ଖରେ ମଧ୍ୟ ପୁରୁଷ ଏବଂ ମହିଳା ଅଛନ୍ତି। ଯେଉଁ ଶଙ୍ଖ ଅତି ଉଚ୍ଚରେ ବାଜିଥାଏ ତାହା ହେଉଛି ପୁରୁଷ ଶଙ୍ଖ। ଯିଏ କମ୍‌ ଧ୍ୱନିରେ ବାଜେ ତାହା ମହିଳା ଶଙ୍ଖ। ଯେଉଁମାନେ ନିୟମିତ ଭାବରେ ଶଙ୍ଖ ବଜାନ୍ତି ସେମାନେ ଉଭୟ ଭିତରେ ଥିବା ପାର୍ଥକ୍ୟ ବୁଝିପାରିବେ।

ମହେଶ କୁହନ୍ତି, ଖୁବ୍‌ କମ୍‌ ଲୋକ ଜାଣନ୍ତି ଶାସ୍ତ୍ର ଅନୁଯାୟୀ, ଶଙ୍ଖ ହେଉଛି ଭଗବାନ ବିଷ୍ଣୁଙ୍କ ଶାଳୀ, କାରଣ ସମୁଦ୍ର ମନ୍ଥନ ସମୟରେ ମା’ ଲକ୍ଷ୍ମୀ ଏବଂ ଶଙ୍ଖ ମିଳିଥିଲେ। ଲକ୍ଷ୍ମୀ ମା’ ଭଗବାନ ବିଷ୍ଣୁଙ୍କୁ ବିବାହ କରିଥିଲେ॥ ଶାସ୍ତ୍ର ଅନୁଯାୟୀ, ଏହି ହେତୁରୁ ଶଙ୍ଖ ହେଉଛି ଭଗବାନ ବିଷ୍ଣୁଙ୍କ ଶାଳୀ। ବୈଜ୍ଞାନିକ ଅନୁସନ୍ଧାନ ବିଷୟରେ ସେ କହିଛନ୍ତି, ଶଙ୍ଖ ବଜାଉଥିବା ଲୋକଙ୍କୁ ଯକ୍ଷ୍ମାରୋଗ କେବେ ହେବ ନାହିଁ। କାରଣ ତାଙ୍କର ଫୁସ୍‌ଫୁସ୍‌ ଏତେ ଶକ୍ତିଶାଳୀ ଯେ, ଫୁସ୍‌ଫୁସ୍‌ ସହିତ ଜଡ଼ିତ କୌଣସି ରୋଗ ହେବ ନାହିଁ।

Buy Om Pooja Shop Right Hand Holding Bajane Wala Conch (Shankh) Online at Low Prices in India - Amazon.in

ଏହା ବ୍ୟତୀତ ଯେଉଁମାନେ ଶଙ୍ଖ ବଜାନ୍ତି ସେମାନଙ୍କ ହାର୍ଟ ମଧ୍ୟ ଶକ୍ତିଶାଳୀ। ଶଙ୍ଖ ବଜାଇଲେ ମୁହଁରେ ଉଜ୍ଜ୍ୱଳତା ଆସେ। କେବଳ ଏତିକି ନୁହେଁ, ଶଙ୍ଖ ବଜାଇଲେ ଘରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ସେ କହିଛନ୍ତି , ସେ ୧୦୬ଟି ମୁଖ୍ୟ ଗବେଷଣା ଲେଖିଛନ୍ତି। ଏହି ଅନୁସନ୍ଧାନ ମଧ୍ୟ ଶୀଘ୍ର ପ୍ରକାଶ ପାଇବ।

୬ ଡିସେମ୍ବର ୧୯୯୨ରେ ଅଯୋଧ୍ୟାରେ ବିବାଦୀୟ ଢାଞ୍ଚା ଭୁଶୁଡ଼ିବା ପରେ ମହେଶ ସେଠାରେ ଉପସ୍ଥିତ ଥିଲେ। ତାଙ୍କର ପୂରା ପରିବାର କର ସେବକ ଅଟନ୍ତି। ରାମ ମନ୍ଦିର ଆନ୍ଦୋଳନ ସମୟରେ ମହେଶ ଶଙ୍ଖ ବଜାଇ ସେବକମାନଙ୍କର ଉତ୍ସାହ ବଢ଼ାଉଛନ୍ତି। ଏଠାରୁ ସେ ଶଙ୍ଖନାଦୀଙ୍କ ପରିଚୟ ପାଇଥିଲେ। ସେ ମଧ୍ୟ ରାମ ମନ୍ଦିର ଆନ୍ଦୋଳନ ସମୟରେ ଜେଲ ଯାଇଥିଲେ। କିନ୍ତୁ ସମସ୍ତ ସଂଘର୍ଷର ସମ୍ମୁଖୀନ ହୋଇଥିଲେ ମଧ୍ୟ ସେ ଶଙ୍ଖ ବଜାଇବା ବନ୍ଦ କରି ନ ଥିଲେ ଏବଂ ଆଜି ପର୍ଯ୍ୟନ୍ତ ସେ ଦୁଇଟି ଶଙ୍ଖ ବଜାଇ ଆସୁଛନ୍ତି। ରାମ ମନ୍ଦିର ନିର୍ମାଣ ହେଉଥିବା ଜାଣି ସେ ବହୁତ ଖୁସି ଏବଂ ଭାବପ୍ରବଣ ହୋଇପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri