Posted inଖେଳ

ଏକଦା ରିକ୍ସା ଚଲାଉଥିଲେ ଏହି କିମ୍ବଦନ୍ତୀ କ୍ରିକେଟର୍‌; ଏବେ ଡ୍ରାଭିଡ୍‌ଙ୍କ ପରି ମିଳିଲା ବଡ଼ ଦାୟିତ୍ୱ

ଲାହୋର, ୨୦।୮: ଯୁବ କ୍ରିକେଟର୍‌ଙ୍କ ଭବିଷ୍ୟତକୁ ଆହୁରି ଉଜ୍ଜଳ କରିବା ପାଇଁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଏକ ବଡ଼ ପଦକ୍ଷେପ ନେଇଛି। ପୂର୍ବତନ ଅଧିନାୟକ ତଥା ମହାନ ବ୍ୟାଟ୍ସମ୍ୟାନ ମହମ୍ମଦ ୟୁସୁଫ୍‌ଙ୍କୁ ଗୁରୁବାର ଲାହୋରସ୍ଥିତ ଜାତୀୟ ହାଇପରଫର୍‌ମାନ୍ସ ସେଣ୍ଟରର ବ୍ୟାଟିଂ କୋଚ୍‌ ନିଯୁକ୍ତ କରିଛି। ଏହି ଦାୟିତ୍ୱ ଠିକ୍‌ ରାହୁଲ ଡ୍ରାଭିଡ୍‌ଙ୍କ ପରି। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଯେପରି ଡ୍ରାଭିଡ୍‌ଙ୍କୁ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ଏସି)ର ମୁଖ୍ୟ ଭାବେ ପୂର୍ବରୁ ନିଯୁକ୍ତ କରିଛି ଠିକ୍‌ ସେହିଭଳି ପିସିବି ୪୫ ବର୍ଷୀୟ ୟୁସୁଫ୍‌ଙ୍କୁ ଏକ ବଡ଼ ଦାୟିତ୍ୱ ପ୍ରଦାନ କରିଛି। ୟୁସୁଫ୍‌ଙ୍କ ବ୍ୟତୀତ ପୂର୍ବତନ ଲେଗ୍‌-ସ୍ପିନର ମୁସ୍ତାକ ଅହମ୍ମଦଙ୍କୁ ମଧ୍ୟ ସ୍ପିନ ବୋଲିଂ ପରାମର୍ଶଦାତା ଭାବେ ନିଯୁକ୍ତ କରିଛି। କୋଚିଂ କ୍ୟାରିୟରକୁ ନେଇ ୟୁସୁଫ୍‌ କହିଛନ୍ତି, ‘ଏହି ସୁଯୋଗ ପାଇ ମୁଁ ମହୁତ ଖୁସି। ମୁଁ ନିଶ୍ଚିତ ଯେ, ମୋର ଜ୍ଞାନ ଓ ଅଭିଜ୍ଞତା ସହିତ ଯୁବ କ୍ରିକେଟର୍‌ଙ୍କୁ ସାହାଯ୍ୟ କରିପାରିବି।’


ଖ୍ରୀଷ୍ଟିଆନ ପରିବାରରେ ଜନ୍ମଗ୍ରହଣ କରିଥିବା ୟୁସୁଫ୍‌ ପୂର୍ବରୁ କ୍ରିକେଟ୍‌ ଜଗତରେ ୟୁସୁଫ୍‌ ୟୋହାନ ଭାବରେ ପରିଚିତ ଥିଲେ। କିନ୍ତୁ ପରେ ସେ ଧର୍ମ ପରିବର୍ତ୍ତନ କରି ମହମ୍ମଦ ୟୁସୁଫ୍‌ ହୋଇଥିଲେ। ପାକିସ୍ତାନ ପକ୍ଷରୁ ସେ ୯୦ ଟେଷ୍ଟ ମ୍ୟାଚ୍‌ ଖେଳି ୫୨ରୁ ଊର୍ଦ୍ଧ୍ୱ ଆଭରେଜରେ ୭,୫୩୦ ରନ୍‌ ସଂଗ୍ରହ କରିଛନ୍ତି। ଯାହା ମଧ୍ୟୟରେ ୨୪ ଶତକ ସାମିଲ ରହିଛି। ଏହା ବ୍ୟତୀତ ସେ ୨୮୮ ଦିନିକିଆ ମ୍ୟାଚ୍‌ ଖେଳି ୧୫ ଶତକ ସହାୟତାରେ ୯,୭୨୦ ରନ୍‌ କରିଛନ୍ତି। ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ୟୁସୁଫଙ୍କ ବାପା ଲାହୋର ଷ୍ଟେସନର ସଫେଇ କର୍ମଚାରୀ ଥିଲେ। ୟୁସୁଫ୍‌ ମଧ୍ୟ ଛୋଟବେଳେ ଟେଲର ଦୋକାନରେ କାମ କରିଥିଲେ। ଏପରିକି ଟେଲର ଦୋକାନରେ କାମ କରିବା ସହ ପରିବାରର ବୋଝ ହାଲ୍‌କା ହେବା ଲାଗି ସେ ରିକ୍ସା ମଧ୍ୟ ଚଲାଉଥିଲେ। ଅନ୍ୟପିଲାଙ୍କ ପରି କ୍ରିକେଟ୍‌ ଖେଳିବାକୁ ଇଚ୍ଛା ଥିଲେ ମଧ୍ୟ ବ୍ୟାଟ୍‌ କିଣିବାକୁ ପାଖରେ ତାଙ୍କ ପଇସା ନ ଥିଲା। ତେଣୁ ସେ ନିଜେ ଗଛର କାଠରୁ ବ୍ୟାଟ୍‌ ପ୍ରସ୍ତୁତ କରି ଟେନିସ ବଲ୍‌ରେ ଖେଳୁଥିଲେ। ୟୁସୁଫ୍‌ଙ୍କୁ ଯେତେବେଳେ ୧୬ ବର୍ଷ ହୋଇଥିଲା ଲାହୋରର ଗୋଲ୍ଡେନ ଜିମ୍‌ଖାନ୍ନା କ୍ଲବର ଦୃଷ୍ଟି ତାଙ୍କ ପ୍ରତିଭା ଉପରେ ପଡ଼ିଥିଲା। ଏହାପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri