Posted inଖେଳ

ଏକଦା ରିକ୍ସା ଚଲାଉଥିଲେ ଏହି କିମ୍ବଦନ୍ତୀ କ୍ରିକେଟର୍‌; ଏବେ ଡ୍ରାଭିଡ୍‌ଙ୍କ ପରି ମିଳିଲା ବଡ଼ ଦାୟିତ୍ୱ

ଲାହୋର, ୨୦।୮: ଯୁବ କ୍ରିକେଟର୍‌ଙ୍କ ଭବିଷ୍ୟତକୁ ଆହୁରି ଉଜ୍ଜଳ କରିବା ପାଇଁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଏକ ବଡ଼ ପଦକ୍ଷେପ ନେଇଛି। ପୂର୍ବତନ ଅଧିନାୟକ ତଥା ମହାନ ବ୍ୟାଟ୍ସମ୍ୟାନ ମହମ୍ମଦ ୟୁସୁଫ୍‌ଙ୍କୁ ଗୁରୁବାର ଲାହୋରସ୍ଥିତ ଜାତୀୟ ହାଇପରଫର୍‌ମାନ୍ସ ସେଣ୍ଟରର ବ୍ୟାଟିଂ କୋଚ୍‌ ନିଯୁକ୍ତ କରିଛି। ଏହି ଦାୟିତ୍ୱ ଠିକ୍‌ ରାହୁଲ ଡ୍ରାଭିଡ୍‌ଙ୍କ ପରି। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଯେପରି ଡ୍ରାଭିଡ୍‌ଙ୍କୁ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ଏସି)ର ମୁଖ୍ୟ ଭାବେ ପୂର୍ବରୁ ନିଯୁକ୍ତ କରିଛି ଠିକ୍‌ ସେହିଭଳି ପିସିବି ୪୫ ବର୍ଷୀୟ ୟୁସୁଫ୍‌ଙ୍କୁ ଏକ ବଡ଼ ଦାୟିତ୍ୱ ପ୍ରଦାନ କରିଛି। ୟୁସୁଫ୍‌ଙ୍କ ବ୍ୟତୀତ ପୂର୍ବତନ ଲେଗ୍‌-ସ୍ପିନର ମୁସ୍ତାକ ଅହମ୍ମଦଙ୍କୁ ମଧ୍ୟ ସ୍ପିନ ବୋଲିଂ ପରାମର୍ଶଦାତା ଭାବେ ନିଯୁକ୍ତ କରିଛି। କୋଚିଂ କ୍ୟାରିୟରକୁ ନେଇ ୟୁସୁଫ୍‌ କହିଛନ୍ତି, ‘ଏହି ସୁଯୋଗ ପାଇ ମୁଁ ମହୁତ ଖୁସି। ମୁଁ ନିଶ୍ଚିତ ଯେ, ମୋର ଜ୍ଞାନ ଓ ଅଭିଜ୍ଞତା ସହିତ ଯୁବ କ୍ରିକେଟର୍‌ଙ୍କୁ ସାହାଯ୍ୟ କରିପାରିବି।’


ଖ୍ରୀଷ୍ଟିଆନ ପରିବାରରେ ଜନ୍ମଗ୍ରହଣ କରିଥିବା ୟୁସୁଫ୍‌ ପୂର୍ବରୁ କ୍ରିକେଟ୍‌ ଜଗତରେ ୟୁସୁଫ୍‌ ୟୋହାନ ଭାବରେ ପରିଚିତ ଥିଲେ। କିନ୍ତୁ ପରେ ସେ ଧର୍ମ ପରିବର୍ତ୍ତନ କରି ମହମ୍ମଦ ୟୁସୁଫ୍‌ ହୋଇଥିଲେ। ପାକିସ୍ତାନ ପକ୍ଷରୁ ସେ ୯୦ ଟେଷ୍ଟ ମ୍ୟାଚ୍‌ ଖେଳି ୫୨ରୁ ଊର୍ଦ୍ଧ୍ୱ ଆଭରେଜରେ ୭,୫୩୦ ରନ୍‌ ସଂଗ୍ରହ କରିଛନ୍ତି। ଯାହା ମଧ୍ୟୟରେ ୨୪ ଶତକ ସାମିଲ ରହିଛି। ଏହା ବ୍ୟତୀତ ସେ ୨୮୮ ଦିନିକିଆ ମ୍ୟାଚ୍‌ ଖେଳି ୧୫ ଶତକ ସହାୟତାରେ ୯,୭୨୦ ରନ୍‌ କରିଛନ୍ତି। ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ୟୁସୁଫଙ୍କ ବାପା ଲାହୋର ଷ୍ଟେସନର ସଫେଇ କର୍ମଚାରୀ ଥିଲେ। ୟୁସୁଫ୍‌ ମଧ୍ୟ ଛୋଟବେଳେ ଟେଲର ଦୋକାନରେ କାମ କରିଥିଲେ। ଏପରିକି ଟେଲର ଦୋକାନରେ କାମ କରିବା ସହ ପରିବାରର ବୋଝ ହାଲ୍‌କା ହେବା ଲାଗି ସେ ରିକ୍ସା ମଧ୍ୟ ଚଲାଉଥିଲେ। ଅନ୍ୟପିଲାଙ୍କ ପରି କ୍ରିକେଟ୍‌ ଖେଳିବାକୁ ଇଚ୍ଛା ଥିଲେ ମଧ୍ୟ ବ୍ୟାଟ୍‌ କିଣିବାକୁ ପାଖରେ ତାଙ୍କ ପଇସା ନ ଥିଲା। ତେଣୁ ସେ ନିଜେ ଗଛର କାଠରୁ ବ୍ୟାଟ୍‌ ପ୍ରସ୍ତୁତ କରି ଟେନିସ ବଲ୍‌ରେ ଖେଳୁଥିଲେ। ୟୁସୁଫ୍‌ଙ୍କୁ ଯେତେବେଳେ ୧୬ ବର୍ଷ ହୋଇଥିଲା ଲାହୋରର ଗୋଲ୍ଡେନ ଜିମ୍‌ଖାନ୍ନା କ୍ଲବର ଦୃଷ୍ଟି ତାଙ୍କ ପ୍ରତିଭା ଉପରେ ପଡ଼ିଥିଲା। ଏହାପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ କଲେ ଝାଡ଼ଖଣ୍ଡର ଗ୍ରୁପ ବି ମହିଳା ମାଓବାଦୀ

ରାଉରକେଲା,୩୦।୩(ସଂଗୀତା ଜେନା): ସୀମାନ୍ତ ଅଞ୍ଚଳକୁ ମାଓବାଦୀ ମୁକ୍ତ କରିବାରେ ରାଉରକେଲା ପୋଲିସର ଜାରି ରହିଥିବା ଉଦ୍ୟମକୁ ପୁଣି ଏକ ସଫଳତା ମିଳିଛି। ସରଣ୍ଡା ଜଙ୍ଗଲରେ ସକ୍ରିୟ ଥିବା…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

ପାକିସ୍ତାନ ମାଧ୍ୟମରେ ଇରାନକୁ ଏମିତି ପ୍ରସ୍ତାବ ଦେଲେ ଟ୍ରମ୍ପ, ରାଗିଗଲା ତେହେରାନ, ଦେଲା ଏମିତି ଜବାବ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟ ବିବାଦ ମଧ୍ୟରେ ଇରାନ ଆମେରିକାର ୧୫-ସୂତ୍ରୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି , ତେହେରାନକୁ ଦିଆଯାଇଥିବା…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଧାନ କିଣା ନେଇ କାଲି ଥିଲା ଶେଷ ତାରିଖ, ଏପଟେ ଯୋଗାଣ ମନ୍ତ୍ରୀ କହିଦେଲେ…

ଭୁବନେଶ୍ୱର,୩୦।୩:ଚାଷୀଙ୍କ ପାଇଁ ବଡ଼ ଅପ୍‌ଡେଟ୍‌। ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବଡ଼ ସୂଚନା। କାଲି ସୁଦ୍ଧା ଧାନ କିଣା ନେଇ…

ଷ୍ଟାଡିୟମରେ ପ୍ରେମିକାଙ୍କୁ ପ୍ରପୋଜ କରୁଥିଲେ ପ୍ରେମିକ: ରିଙ୍ଗ୍‌ ପିନ୍ଧାଇବା ସମୟରେ ଘଟିଗଲା ଏମିତି କିଛି…ଦେଖନ୍ତୁ Video

ମୁମ୍ବାଇ,୩୦।୩: ଆଇପିଏଲ୍‌ ୨୦୨୬ ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ମୁମ୍ବାଇ ଇଣ୍ଡିଆନ୍ସ ଜିତିଥିଲା। ମୁମ୍ବାଇ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri