ରାଜ୍ୟରେ ପ୍ରଥମଥର ପାଇଁ ଆସିଲା ଏମିତି ଏକ ମେଶିନ, ଅଧିକ ଅମଳ ସହ ବଢ଼ିବ ଚାଷୀଙ୍କ ରୋଜଗାର

ଭଞ୍ଜନଗର,୩ା୯(ବାବୁଲା ପ୍ରଧାନ): ରାଜ୍ୟରେ ରାଶିର ଯେତିକି ଆବଶ୍ୟକତା ଅଛି ତା’ଠାରୁ କମ ଉତ୍ପାଦନ ହେଉଛି। ଚାଷୀମାନେ ଯେଉଁ ପାରମ୍ପରିକ ପଦ୍ଧତିରେ ରାଶି ଚାଷ କରୁଛନ୍ତି। ସେଥିରେ ଖର୍ଚ୍ଚ ଅଧିକ ହେଉଛି। ଲାଭ ବିଶେଷ ନାହିଁ। ତେଣୁ ରାଶି ଚାଷ ପ୍ରତି ଚାଷୀମାନଙ୍କ ଆଗ୍ରହ କମୁଛି। ଏହାକୁ ଦୃଷ୍ଟିରେ ରଖି ସରକାର ନୂତନ ଜ୍ଞନକୌଶଳ ପ୍ରୟୋଗ କରି କମ ଖର୍ଚ୍ଚରେ ଅଧିକ ରାଶି ଫସଲ ଉତ୍ପାଦନ କିଭଳି ହେବ ସେଥିପାଇଁ ପଦକ୍ଷେପ ନେଇଛନ୍ତି। ତେଣୁ ଇକ୍ରିସାଟ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା କୃଷି ଓ କୃଷକ ସଶସ୍ତିକରଣ ବିଭାଗ ମିଳିତ ଆନୁକୂଲ୍ୟରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଓଡ଼ିଶାରେ ପ୍ରଥମ ଥର ପାଇଁ ରାଶି ମଞ୍ଜି ବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ ହୋଇଛି। ଏନେଇ ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜଗନ୍ନାଥପ୍ରସାଦ ବ୍ଲକ ଏକଘରିଆ ଗ୍ରାମରେ ମଙ୍ଗଳବାର କ୍ଷେତ୍ର ପ୍ରଦର୍ଶନ ହୋଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ପୂର୍ବତନ ଡିନ୍‌ ତଥା ଇକ୍ରିସାଟର ପରାମର୍ଶଦାତା ଡ ସଂଗ୍ରାମ କେଶରୀ ସାଇଁ, ଗଞ୍ଜାମ ଜିଲା କୃଷି ବିଜ୍ଞାନ କେନ୍ଦ୍ରର କୃଷି ବୈଜ୍ଞାନିକ ଡ. ସୁତନୁ କୁମାର ଶତପଥୀ, ଡ. ସିଦ୍ଧାର୍ଥ ରଣବିଜୁଳି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଯୋଜନା ସମ୍ପର୍କରେ ଚାଷୀଙ୍କୁ ବୁଝାଇଥିଲେ।

ରାଶି ଚାଷର ବିକାଶ, ବୃଦ୍ଧି ଓ ଚାଷୀମାନଙ୍କର ରୋଜଗାର ବୃଦ୍ଧି ନିମନ୍ତେ ନୂତନ ଜ୍ଞନକୌଶଳ ଚାଷୀଙ୍କୁ ସହାୟକ ହେବ। ବୈଜ୍ଞାନିକ ପଦ୍ଧତିରେ ଧାଡିକୁ ଧାଡ଼ି ୩୦ ସେମି ବ୍ୟବଧାନରେ ଏକର ପ୍ରତି ୨ କେଜି ବିହନ ବୁଣା ଯାଇପାରୁଛି। ଏହାର ବ୍ୟବହାର ଦ୍ୱାରା ଚାଷୀମାନେ ଉପକୃତ ହେବା ସହିତ କମ ଖର୍ଚ୍ଚରେ ଅଧିକ ଲାଭ ହେବ ବୋଲି ଚାଷୀମାନେ ମତ ବ୍ୟକ୍ତ କରିଥିଲେ।

ଚଳିତ ବର୍ଷ ଜଗନ୍ନାଥପ୍ରସାଦ ବ୍ଲକରେ ୨୦୦ ଚାଷୀଙ୍କୁ ନେଇ ୧୫୦ ଏକର ଜମିରେ ରାଶି ଚାଷ କରିବା ଲକ୍ଷ୍ୟ ରଖାଯାଇଛି। ଏହାଦ୍ବାରା ଚାଷୀଙ୍କ ରୋଜଗାର ବୃଦ୍ଧି ସହ ଅଣ ଧାନଫସଲ କରିବା ପାଇଁ ସେମାନେ ଆଗ୍ରହ ପ୍ରକାଶ କରିବେ। ଏହି କାର୍ଯ୍ୟକ୍ରମକୁ ମିଳିତ ଭାବରେ କୃଷି ବିଜ୍ଞାନ କେନ୍ଦ୍ର ଭଞ୍ଜନଗର, ଓଡ଼ିଶା ସରକାର ଓ ଇକ୍ରିସାଟ ବୈଜ୍ଞାନିକମାନେ କରିଥିଲେ। ଓଡ଼ିଶାରେ ରାଶିଚାଷର ବ୍ୟାପକ କରାଯିବା ସହିତ ତୈଳବିଜର ଚାହିଦା ପୁରଣ ଲକ୍ଷ୍ୟ ରଖାଯାଇଛି। ଗଞ୍ଜାମ ଜିଲାରେ ଏହାର ପ୍ରଥମଥର ପାଇଁ କ୍ଷେତ୍ର ପ୍ରଦର୍ଶନ ହୋଇଛି। ଆଗାମୀ ଦିନରେ ମାଲକାନଗିରି ଜିଲାରେ ଏହିଭଳି କ୍ଷେତ୍ର ପ୍ରଦର୍ଶନ କରାଯିବା ଯୋଜନା ଅଛି ବୋଲି ଡ. ସ୍ବାଇଁ ସୂଚନା ଦେଇଛନ୍ତି। ରାଶି ବିହନ ବୁଣିବା ଯନ୍ତ୍ର ସଫଳ ହୋଇଛି। ଆଗାମୀ ଦିନରେ ଅମଳ ଓ ରାଶି କାଟିବା ଯନ୍ତ୍ର ପରୀକ୍ଷା କରାଯିବ। ଏହି ମେଶିନ ବ୍ୟବହାର ଦ୍ୱାରା ଶ୍ରମିକ ଅଭାବ ସମସ୍ୟା ଦୂର ହେବ। ଏଥିସହ ଖର୍ଚ୍ଚ ମଧ୍ୟ କମ୍‌ ହେବ ବୋଲି ସ୍ବାଇଁ କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri