Categories: ଫୁରସତ

ଜୁମ କଲ ମିଟିଂରେ ଥିବା ବେଳେ ସ୍ବାମୀଙ୍କୁ କିସ୍‌ କରିବାକୁ ସ୍ତ୍ରୀ କଲେ ଏମିତି , ଆଉ ତା’ ପରେ…

ସ୍ବାମୀଙ୍କର ଜୁମ କଲ ମିଟିଂ ସମୟରେ ସ୍ତ୍ରୀ ତାଙ୍କୁ ଚୁମ୍ବନ ଦେବାକୁ ଚେଷ୍ଟା କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଶିଳ୍ପପତି ହର୍ଷ ଗୋଏଙ୍କା ତାଙ୍କ ଟାଇମଲାଇନରେ ଭିଡିଓ ଟୁଇଟ କରି କ୍ୟାପଶନ ଲେଖିଛନ୍ତି, ‘ଜୁମ କଲ ସୋ ଫନି’। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓ ଉପରେ ମହିନ୍ଦ୍ରା ଗ୍ରୁପ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।

ଭିଡିଓରେ, ଜଣେ ବ୍ୟକ୍ତି ଜୁମ କଲ ମିଟିଂ ସମୟରେ ବିଭିନ୍ନ ବିଷୟ ଉପରେ ଆଲୋଚନା କରିବାରେ ବ୍ୟସ୍ତ ଥିଲେ। ଏହି ସମୟରେ ତାଙ୍କ ସ୍ତ୍ରୀ କୋଠରିରେ ପହଞ୍ଚି ତାଙ୍କୁ ଚୁମ୍ବନ ଦେବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ବ୍ୟକ୍ତି ଜଣକ ନିଜ ଲାପଟପକୁ ଦେଖୁଥିଲେ।

ଆନନ୍ଦ ମହିନ୍ଦ୍ରା ଏହି ଭିଡିଓକୁ ଉପଭୋଗ କରି କହିଛନ୍ତି, ‘ହାହା। ମୁଁ ମହିଳାଙ୍କୁ ‘ଓ୍ବାଇଫ ଅଫ୍‌ ଦ ଇୟର’ ଭାବରେ ମନୋନୀତ କରିଛି।

ଏହି ଭିଡିଓ ସୋସିଆଲ ମିଡିଆରେ ଦୁଇ ଲକ୍ଷରୁ ଅଧିକ ଥର ଲୋକ ଦେଖି ଥିବା ବେଳେ ଅନେକ ୟୁଜର୍ସ କମେଣ୍ଟ ମଧ୍ୟ କରିଛନ୍ତି। ଜଣେ ଉପଭୋକ୍ତା କହିଛନ୍ତି, କିଛି ମେକାନିକାଲ ସ୍ବାମୀଙ୍କୁ ମନେ ରଖିବା ପାଇଁ ଏହି ମୁହୂର୍ତ୍ତକୁ ଉପଭୋଗ କରିବାକୁ ପଡିବ ।

 

Share