ବରଗଡ଼,୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ କଫ୍ ସିରପ କାରବାର ସାଧାରଣରେ ପରିଣତ ହୋଇଛି। ତେବେ ଗୁରୁବାର ସହର ଉପକଣ୍ଠ ବରାହଗୋଡା କେନାଲ ଛକ ନିକଟରେ ଏକ ଦୁର୍ଘଟଣାଗ୍ରସ୍ତ ସ୍କୁଟିରୁ ବିପୁଳ ପରିମାଣରେ କଫ ସିରପ ବାହାରିବା ଚର୍ଚ୍ଚାର ବିଷୟ ହୋଇଛି। ପାରିପାଶର୍ବିକ ସ୍ଥିତିରୁ ଦୁର୍ଘଟଣାଗ୍ରସ୍ତ ସ୍କୁଟିରେ କଫ ସିରପ ଚାଲାଣ ହେଉଥିବା ସ୍ପଷ୍ଟ ହୋଇଛି। ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ଦୁର୍ଘଟଣାଗ୍ରସ୍ତ ସ୍କୁଟିକୁ ଜବତ କରି ଅଧିକ ତଦନ୍ତ କରୁଛି। ସ୍କୁଟି କାହାର ତାହା ଜଣାପଡ଼ିନାହିଁ।
Dharitri – Odisha’s No.1 Odia Daily


