Posted inଫୁରସତ

ଏମିତି ମନ୍ଦିର ଯେଉଁଠି ପ୍ରସାଦ ଲଗାଯାଏ ଗାଡ଼ି ପାର୍ଟସ୍‌, କାରଣ ଜାଣିଲେ..

ମନ୍ଦିରରେ ସମସ୍ତେ ଧୂପ, ଦୀପ ଜଳାଇ କଦଳୀ, ନଡିଆ, ମିଠା ଆଦି ପ୍ରସାଦ ଲଗାନ୍ତି। କିନ୍ତୁ ଆମେ ଏଠାରେ ଯେଉଁ ମନ୍ଦିର କଥା କହୁଛୁ ସେଠି ପ୍ରସାଦଭାବେ ଚଢ଼ାଯାଏ ଗାଡ଼ିର ପାର୍ଟସ୍‌, ଗାଡ଼ିର ନମ୍ବର ପ୍ଲେଟ୍‌, ଘରର ପୁରୁଣା ହତିଆର ଆଦି। ଉକ୍ତ ମନ୍ଦିର ହିମାଚଳ ପ୍ରଦେଶର ମଗରୁଲା ନାମକ ଦୁର୍ଗମ ଅଞ୍ଚଳରେ ରହିଛି। ଏଠାରେ ‘ବନଶୀରା ଦେବତା’ଙ୍କ ପୂଜା କରାଯାଏ, ଯାହାଙ୍କୁ କି ଜଙ୍ଗଲର ଦେବତା କୁହାଯାଏ। ସେଥିପାଇଁ ମନ୍ଦିରଟି ଜଙ୍ଗଲ ମଝିରେ ରହିଛି। ଏହି ମନ୍ଦିରର ନା ଛାତ ଅଛି, ନା ପୂଜା କରିବା ପାଇଁ କୌଣସି ପୂଜାରୀ। ଏହି ମନ୍ଦିର ଓ ତନ୍ମଧ୍ୟସ୍ଥ ଦେବତାଙ୍କ ଇତିହାସର କୌଣସି ପ୍ରମାଣ ନାହିଁ। କିନ୍ତୁ କାହିଁ କେଉଁ କାଳରୁ ଏହି ଦେବତା ଏଠାରେ ଅବସ୍ଥାନ କରିଛନ୍ତି। ନିକଟସ୍ଥ ମଗରୁ ମହାଦେବ ମନ୍ଦିରର ପୂଜାରୀ ହେତରାମ କହନ୍ତି, ପ୍ରାଚୀନ ସମୟରୁ ହିଁ ଲୋକେ ଏଠାରେ ନିଜ ଘରର ପୁରୁଣା ହତିଆର ଚଢ଼ାଇ ଆସୁଛନ୍ତି। କାଳକ୍ରମେ ଏଠାରେ ଗାଡ଼ିର ପାର୍ଟସ୍‌ ଓ ନମ୍ବର ପ୍ଲେଟ୍‌ ଚଢ଼ାଇବା ବି ସାମିଲ ହୋଇଗଲା। ବିଶ୍ୱାସ କରାଯାଏ ଏଭଳି କଲେ ସେହି ବସ୍ତୁ ଉପରେ ଦେବତାଙ୍କ କୃପା ଦୃଷ୍ଟି ପଡିଥାଏ ଓ ସଙ୍କଟ ବି ଆସି ନ ଥାଏ। ମନ୍ଦିର ପରିସରରେ ଥିବା ହଜାର ହଜାର ଗାଡି ପାର୍ଟସ୍‌ ଓ ନମ୍ବର ପ୍ଲେଟ୍‌କୁ ଦେଖିଲେ ହିଁ ଜଣାପଡ଼ିଯାଏ ଲୋକଙ୍କର ଏହି ଦେବତାଙ୍କ ଉପରେ କେତେ ଆସ୍ଥା ରହିଛି। ମନ୍ଦିର ବାଟ ଦେଇ ଯଦି କେଉଁ ଗାଡ଼ି ଯାଏ, ଗାଡ଼ି ଚାଳକ ଗାଡି ଅଟକାଇ ନିଶ୍ଚୟ ପ୍ରଣାମ କରନ୍ତି। ଜଣେ ଶ୍ରଦ୍ଧାଳୁ କହନ୍ତି, ଯଦି ଗାଡ଼ିର କୌଣସି ପାର୍ଟସ୍‌ ବାରମ୍ବାର ଖରାପ ହେଉଛି, ତେବେ ତାକୁ ଏହି ମନ୍ଦିରରେ ପ୍ରସାଦ ରୂପେ ଚଢ଼ାଇଲେ ସେହି ପାର୍ଟ ଆଉ ଖରାପ ହୁଏ ନାହିଁ। ଗାଡ଼ିର ନମ୍ବର ପ୍ଲେଟ ଏଥିପାଇଁ ଏଠାରେ ରଖାଯାଏ, ଯେମିତିକି ସେହି ଗାଡ଼ି ଉପରେ ଦେବତାଙ୍କ ଶୁଭ ଦୃଷ୍ଟି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri